୨୨ତମ ଏସୀୟ ଆଥ୍ଲେଟିକ୍ସ ଚମ୍ପିଅନ୍ସି«ର ଶୁଭାରମ୍ଭ ;ଏହି ଯୁଗାନ୍ତକାରୀ କ୍ରୀଡା ମହାକୁମ୍ଭ ପାଇଁ ଭୁବନେଶ୍ୱରରେ ବିଶାଳ ଆୟୋଜନ

ସବୁ ଉତ୍କ=ାକୁ ପଛରେ ପକାଇ ଭୁବନେଶ୍ୱର ସ୍ମାର୍ଟ ସିଟି ୨୨ତମ ଏସିଆନ୍ ଆଥଲେଟିକ୍ ଚମ୍ପିଅନ୍ସି«ର ଉଦ୍ଘାଟନୀ ଉତ୍ସବ ଆୟୋଜନର ଦ୍ୱାରଦେଶରୋ ୪୪ଟି ଦେଶର ପ୍ରାୟ ୮ ଶହ କ୍ରୀଡାବିତ୍ଙ୍କ ସହିତ ୩ ଶହରୁ ଅଧ#କ କ୍ରୀଡା ଅଧ#କାରୀ ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତିା ଏହି ମେଗାକୁମ୍ଭରେ ପ୍ରାୟ ୪୨ଟି ଟ୍ରାକ୍ ଏଣ୍ଡ ଫିଲï ଇଭେଣ୍ଟ ସହିତ ୨୦ ଜଣ ବିଶ୍ୱ ଚମ୍ପିଅନ୍ ଭାଗ ନେଉଛନ୍ତିା
ଅନେକ ଆଶା ଓ ଆକାଂକ୍ଷାର ପ୍ରତୀକ ଏସିଆନ୍ ଚମ୍ପିଅନ୍ସିପ୍ର ମାସ୍କଟ “ଓଲି’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛିା ଶେଷ ମୁହୂର୍ତ୍ତରେ ଝାଡଖଣ୍ଡ ରାଜ୍ୟ ଏହି ପ୍ରତିଯୋଗିତା ଆୟୋଜନରୁ ଓହରି ଯିବାରୁ ଓଡ଼ିଶା ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ମାତ୍ର ୯୦ ଦିନ ମଧ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଏହାର ଆୟୋଜନ କରିବାକୁ ସକ୍ଷମ ହୋଇପାରିଛିା
ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ସମେତ ଅନେକ ମାନ୍ୟଗଣ ଅତିଥ# ଯୋଗଦେବୋ ଏତଦ୍ବ୍ୟତୀତ ବିଶ୍ୱ ରେକର୍ଡ କରିଥ#ବା ଅନ୍ତର୍ଜାତୀୟ ଅଥ୍ଲେଟିକ୍ ମହାସଂଘର ସଭାପତି ଲର୍ଡ ସେବାଷ୍ଟିଆନ୍ କୋ, ଏସିଆନ୍ ଆଥଲେଟିକ୍ ମହାସଂଘର ସଭାପତି ଦହାଲାନ୍ ଅଲ୍-ହମାଦ୍, ଭାରତୀୟ ଆଥଲେଟିକ୍ ମହାସଂଘର ସଭାପତି ଅଦିଲେ ସୁମାରିଓ୍ୱାଲା ଓ ଏହାର ସଂପାଦକ ସି.କେ. ଭାଲ୍ସନ୍ ଏବଂ ସୁନାମଧନ୍ୟ ଆଥଲେଟ୍ ପି.ଟି. ଉଷାଙ୍କ ଭଳି କ୍ରୀଡାବିିତ୍ ଏଠାରେ ପହଞ୍ଚ#ସାରିଲେଣିା କେନ୍ଦ୍ର କ୍ରୀଡା ସଚିବ ଇଞ୍ଜେଟି ଶ୍ରୀନିବାସ୍ ମଧ୍ୟ ଏହି ମହାକୁମ୍ଭରେ ଯୋଗଦେଉଛନ୍ତିା ମାର୍ଚ୍ଚ ପାଷ୍ଟ ସମୟରେ ଭାଗନେଉଥ#ବା ସମସ୍ତ ଦେଶର କ୍ରୀଡାବିତ୍ ନିଜ ଦେଶର ଜାତୀୟ ପତାକା ସହ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବୋ ଓଡ଼ିଶାର ଦୌଡରାଣୀ ଶ୍ରାବଣୀ ନନ୍ଦ ଭାରତୀୟ ଦଳର ଆଗଧାଡିରେ ରହି ତ୍ରିରଙ୍ଗା ପ୍ରଦର୍ଶନ କରିବୋ ସମସ୍ତ ମହିଳା ପତାକାଧାରୀ ଓଡ଼ିଶାରେ ପ୍ରସ୍ତୁତ ବିଶ୍ୱବିଖ୍ୟାତ ସମ୍ବଲପୁରୀ ଶାଢୀ ପରିଧାନ କରି ଏହି ବର୍ଣ୍ଣାଢ୍ୟ ପରିବେଶର ଶୋଭା ବର୍ଦ୍ଧନ କରିବୋ
ଏହି କ୍ରୀଡା ମହାକୁମ୍ଭକୁ ସଫଳ କରିବା ପାଇଁ ଆୟୋଜକ କ୍ରୀଡା ଓ ଯୁବସେବା ବିଭାଗ ଶକ୍ତି, ପୂର୍ତ୍ତ, ସୂଚନା ଓ ଲୋକସଂପର୍କ, ଭୁବନେଶ୍ୱର ମହାନଗର ନିଗମ, ଇଡ୍କୋ, ସଂସ୍କୃତି ଓ ପର୍ଯ୍ୟଟନ ଆଦି ବିଭାଗ ସହ ସମନ୍ୱୟ ରକ୍ଷାପୂର୍ବକ ସମସ୍ତ ବ୍ୟବସ୍ଥାକୁ ଚୂଡାନ୍ତ କରିଛନ୍ତିା କଳିଙ୍ଗ ଷ୍ଟାଡିୟମ୍କୁ ଏକ ବିଶ୍ୱସ୍ତରୀୟ କ୍ରୀଡାଙ୍ଗନରେ ରୂପାନ୍ତରିତ କରାଯାଇଛିା ଏହି ଷ୍ଟାଡିୟମ୍ରେ ଉଚ୍ଚମାନର ସିନ୍ଥେଟିକ୍ ଟ୍ରାକ୍, ଗ୍ରାସ୍ ଟର୍ଫିଙ୍ଗ୍ ସହ ବିଶ୍ରାମ କକ୍ଷ, ଶୌଚାଳୟ, ଏଲିଭେଟର, ଆଧୁନିକ ବ୍ୟାୟାମଶାଳା, ହାଇମାକ୍ସ ଲାଇଟ୍, ଫ୍ଲଡ୍ ଲାଇଟ୍, ମିଡିଆ ଟ୍ରିବୁନ୍, ଭିଆଇପି ଏନ୍କ୍ଲୋଜର, ଅତ୍ୟାଧୁନିକ ଚିକିତ୍ସାସେବା ଆଦି ସୁବିଧା ରହିଛିା ଅନ୍ତର୍ଜାତୀୟ ମାନଦଣ୍ଡକୁ ଆଧାର କରି ଏହି ଷ୍ଟାଡିୟମ୍ ସବୁଦୃଷ୍ଟିରୁ ଉଚ୍ଚମାନର ହୋଇଥ#ବାରୁ ସବୁ ମହଲରେ ପ୍ରଶଂସିତ ହୋଇଛିା
କ୍ରୀଡା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଲ ଦେବଙ୍କ ମତରେ ଏହି ଆଥ୍ଲେଟିକ୍ ଚମ୍ପିଆନ୍ସି« ଯୁଦ୍ଧକାଳୀନ ଭିତ୍ତିରେ ଆୟୋଜନ ହୋଇଥ#ଲେ ମଧ୍ୟ ଓଡ଼ିଶାକୁ ଭାରତର କ୍ରୀଡା ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ପ୍ରଦାନ କରିବାରେ ସହାୟକ ହେବ ଏବଂ ରାଜ୍ୟକୁ କ୍ରୀଡା ଶକ୍ତି କେନ୍ଦ୍ରରେ ପରିଣତ କରିବା
ଏହି ମେଗା ଇଭେଣ୍ଟରେ ଯୋଗଦେବା ନିମନ୍ତେ ଆସୁଥ#ବା ସମସ୍ତ କ୍ରୀଡାବିତ୍, ଅତିଥ# ଓ ଭିଆଇପିମାନଙ୍କ ପାଇଁ ୧୧୦୦ ଉଚ୍ଚମାନର ହୋଟେଲ୍ ବ୍ୟବସ୍ଥା ସଙ୍ଗେ ସଙ୍ଗେ ୨ଟି ହୋଟେଲ୍କୁ କ୍ରୀଡା ହୋଟେଲ୍ ଭାବେ ଘୋଷଣା କରାଯାଇଛିା ଏସବୁରେ ଆଗଧାଡିର କ୍ରୀଡା ଅଧ#କାରୀ ଓ କାଉନ୍ସିଲ୍ ସଭ୍ୟମାନେ ଅବସ୍ଥାନ କରିବୋ ୨୦୦ରୁ ଊ–ର୍ ବିଳାସପୂର୍ଣ୍ଣ ଗାଡି ସହିତ ସେମାନଙ୍କର ଖାଦ୍ୟପେୟ ଓ ଭ୍ରମଣ ନିମନ୍ତେ ସୁବନ୍ଦୋବସ୍ତ କରାଯାଇଛିା ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ନିମନ୍ତେ ବିଏମ୍ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଭୁବନେଶ୍ୱର ପୁଲିସ୍ କମିଶନରେଟ୍ ପକ୍ଷରୁ ଶୃଙ୍ଖଳା, ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛିା ଏତଦ୍ବ୍ୟତୀତ ନିରାପତ୍ତା ନିମନ୍ତେ ୩୦୦ ଅଗ୍ନିଶମ ଅଧ#କାରୀଙ୍କ ସହ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରସ୍ତୁତ ରଖାଯାଇ ସଂପୂର୍ଣ୍ଣ ଅଞ୍ଚଳକୁ ନିରାପଦ ବଳୟରେ ରଖାଯାଇଛିା କ୍ରୀଡା ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ଦିଗରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛିା
ଏହି ଉଦ୍ଘାଟନୀ ଉତ୍ସବକୁ ଅଧ#କ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ସମେତ ଅନ୍ୟ ଦେଶର ସାଂସ୍କୃତିକ ଦଳ ଭାଗ ନେଉଛନ୍ତିା ଏଥ#ରେ ଖ୍ୟାତନାମା ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଓଡ଼ିଶାର ରୁଦ୍ଧିମନ୍ତ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିବା
ଏପରି ଏକ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ ଆୟୋଜନ କରିବାରେ ଓଡ଼ିଶା ତା’ର ସାମର୍ଥ୍ୟ ପ୍ରତିପାଦନ କରିବା ସହିତ ରାଜ୍ୟର ଶକ୍ତି ଓ ଗୌରବ ବୃଦ୍ଧି ସାଙ୍ଗକୁ ରାଜ୍ୟର ଯୁବଶକ୍ତିକୁ ଅନୁପ୍ରେରିତ କରିବାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି ବୋଲି କ୍ରୀଡା ଓ ଯୁବସେବା ମନ୍ତ୍ରୀ ପ୍ରକାଶ କରିଛନ୍ତିା

Share in top social networks!