ଧାମରା ଏଲଏନଜି ଟର୍ମିନାଲର ଭୂମି ପୂଜନରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

19366569_1396309817119260_3856542039417480909_n
– ଆସନ୍ତା ଜୁଲାଇ ୮ ତାରିଖରେ ଧାମରା ବନ୍ଦରରେ ହେବ ଭୂମି ପୂଜନ
– ଏଲଏନଜି ଟର୍ମିନାଲ ଓ ପାଇପ୍ ନେଟୱର୍କରେ ରାଜ୍ୟରେ ୧୦ହଜାର କୋଟିରୁ ଉଦ୍ଧ୍ୱର୍ ପୁଂଜି
ନିବେଶ
– ଓଡିଶା ସମେତ ପୂର୍ବ ଭାରତର ରାଜ୍ୟ ମାନେ ପାଇବେ ଲାଭ
ଧାମରା ଏଲଏନଜି ଟର୍ମିନାଲର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଆସନ୍ତା ଜୁଲାଇ ୮ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ ଏଲଏନଜି ଟର୍ମିନାଲ ପାଇଁ ଭୂମିପୂଜନ ଭଦ୍ରକ ଜିଲ୍ଲାର
ଧାମରା ବନ୍ଦର ଠାରେ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମରେ
ଯୋଗ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଏହି ଟର୍ମିନାଲ ନିର୍ମାଣରେ ୬ହଜାର କୋଟି ଟଙ୍କାର ପୁଂଜି ନିବେଶ ହେଉଥିବା ବେଳେ
ପାଇପ୍ ଲାଇନ୍ ଓ ସହରକୁ ଗ୍ୟାସ ଯୋଗାଣ କାର୍ଯ୍ୟକ୍ରମରେ ୪,୫୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ
। ମୋଟ ୨,୫୩୯ କି.ମି. ଗ୍ୟାସ୍ ପାଇପ୍ ଲାଇନ୍ ର ନେଟୱର୍କ ତିଆରି ହେବ । ଏହି ପ୍ରକଳ୍ପ ଦ୍ୱାରା
ଓଡିଶା ସମେତ ପୂର୍ବ ଭାରତର ରାଜ୍ୟ ମାନେ ଲାଭ ପାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME