ଜିଏସଟିକୁ ବିରୋଧୀଙ୍କ ବିରୋଧ ପାଇଁ ବିରୋଧ


ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଜୁନ ୩୦,୨୦୧୭ ମସିହା ମଧ୍ୟରାତ୍ରୀରୁ ଭାରତ ବର୍ଷରେ ଜିଏସ୍ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଐତିହାସିକ ମୂହୁର୍ତ୍ତକୁ ସ୍ମରଣୀୟ କରି ରଖିବା ପାଇଁ ସଂସଦର କେନ୍ଦ୍ରୀୟ ହଲରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଏହି ଉତ୍ସବରେ ଭାରତର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜି ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସୁଇଚ୍ ଟିପି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଉତ୍ସବରେ ଉପରାଷ୍ଟ୍ରପତି, ଶ୍ରୀ ହମିଦ୍ ଆନ୍ସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍ଡି ଦେବଗୌଡା ଏବଂ ଶ୍ରୀ ମନମୋହନ ସିଂହ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀଗଣ,ସାଂସଦ,ଜିଏସଟି କାଉନ୍ସିଲର ସଦସ୍ୟବୃନ୍ଦ ଓ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗଦେଇଛନ୍ତି । ଏହାଦ୍ୱାରା ମୋଦି ଏହାକୁ ସମଗ୍ର ଦେଶବାସୀଙ୍କର ଏକ ସଫଳତା ଓ ବିଜୟ ବୋଲି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ଏହା ତାଙ୍କ ରାଷ୍ଟ୍ରନାୟକତ୍ୱର ପ୍ରମାଣ ତାଙ୍କ ଭାଷଣରେ ମଧ୍ୟ ଜିଏସ୍ଟିର ଶ୍ରେୟ କୌଣସି ରାଜନୈତିକ ଦଳର ନୁହେଁ ଏହି ସଫଳତା ସମସ୍ତଙ୍କର ବୋଲି ସେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହି ଉତ୍ସବକୁ ବିରୋଧୀ କଂଗ୍ରେସ ଦଳ ବର୍ଜନ କରିବା ପାଇଁ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଘୋଷଣା କରି ଏକ ବିବାଦର ସୂତ୍ରପାତ କରିଛନ୍ତି । ବିଭିନ୍ନ ଅନାବଶ୍ୟକ କାରଣ ଦର୍ଶାଇ ସରକାରଙ୍କୁ ବିରୋଧ କରିବାକୁ ଯାଇ ଶ୍ରୀମତୀ ଗାନ୍ଧି ଏଭଳି ବିରୋଧାଭାଷ ପ୍ରଦର୍ଶନ କରିଛନ୍ତି । ଅର୍ଥବ୍ୟବସ୍ଥା ଓ ଜିଏସ୍ଟି ଉପରେ ସାଧାରଣ ଞ୍ଜଞାନ ନଥିବା କିଛି ତୁଙ୍ଗ ରାଜନୈତିକ ବ୍ୟକ୍ତି ମଧ୍ୟ ବିରୋଧ ପାଇଁ ବିରୋଧ କରୁଛନ୍ତି । ତାଙ୍କର ଆଶଙ୍କା ଏହି ବ୍ୟବସ୍ଥା ଦ୍ୱାରା ବିଜେପିକୁ ରାଜନୈତିକ ଫାଇଦା ପାଇବାର ସମ୍ଭାବନା ଥିବାରୁ ଏହି କାର୍ଯ୍ୟକ୍ରମ ସହିତ ସାମିଲ ନହୋଇ ବିଜେପିକୁ ଆକ୍ରମଣ କରିବାର ଏହା ତାଙ୍କପାଇଁ ଏକ ଅବସର ସୃଷ୍ଟି କରିଛି ବୋଲି ଭାବୁଛନ୍ତି । ଏହା ହାତଛଡା ନହେଉ ବୋଲି ସେମାନେ ଭାବୁଛନ୍ତି । ଯେଉଁମାନେ ବିମୁଦ୍ରାୟନକୁ ବିରୋଧ କରୁଥିଲେ ସେହିମାନେ ହିଁ ଏବେ ଜିଏସଟିକୁ ବିରୋଧ କରିବାକୁ ଆରମ୍ଭ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଜୁଲାଇ ୧ ତାରିଖରୁ ଜିଏସ୍ଟି କାର୍ଯ୍ୟକାରୀ କରାଯିବ ବୋଲି ବିଧେୟକରେ ବ୍ୟବସ୍ଥା ରହିଥିଲା ଏବଂ ବହୁ ପୂର୍ବରୁ ସରକାର ଏହା ଘୋଷଣା କରି ଆସିଛନ୍ତି । କଂଗ୍ରେସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଳ ଦେଖାଇ ସରକାରଙ୍କୁ ବିରୋଧ କରିବା ପାଇଁ ପ୍ରୟାସ କରି ଆସିଛି । କିନ୍ତୁ କଂଗ୍ରେସ ପାଇଁ ନିଶ୍ଚିତ ଏହା ଏକ ବୁମେରାଂ ହେବ ଏବଂ “ଏକ ରାଷ୍ଟ୍ର, ଏକ କର ଏକ ବଜାର” ବ୍ୟବସ୍ଥା ଭଳି ଐତିହାସିକ ନିଷ୍ପତ୍ତିରେ କଂଗ୍ରେସ ସାମିଲ ନହୋଇ ପୁଣି ଏକ ଐତିହାସିକ ଭୂଲ କରିଛି । କେବଳ ଭାରତ ନୁହେଁ ଏବେସୁଦ୍ଧା ୧୪୦ଟି ସଦସ୍ୟ ଦେଶ ତାଙ୍କ ଦେଶରେ ଜିଏସଟି ଭଳି ସମାନ କର ବ୍ୟବସ୍ଥା ଲାଗୁ କରିସାରିଛନ୍ତି । ଏହାଦ୍ୱାରା ବିଶ୍ୱ ଅର୍ଥନୀତି ଅଧିକ ସୁଦୃଢ ହୋଇଛି । ଯଦି ଏହାର କୌଣସି ବିଯୁକ୍ତାତ୍ମକ ପ୍ରଭାବ ଥାଆନ୍ତା ତେବେ ଏହାକୁ କୌଣସି ନା କୌଣସି ଦେଶ ବର୍ଜ୍ଜନ କରି ଥାଆନ୍ତେ କିନ୍ତୁ ସେପରି ଆଦୌହୋଇ ନାହିଁ ।
ମଧ୍ୟ ରାତ୍ରୀରେ ଉତ୍ସବ ଜରିଆରେ ଭାରତ ବର୍ଷରେ ପ୍ରଥମ ଘଟଣା ଥିଲା – ଫ୍ରିଡମ୍ ଆଟ୍ ମିଡ୍ନାଇଟ୍ । କଂଗ୍ରେସ ସବୁବେଳେ ସ୍ୱାଧୀନତା ପ୍ରାପ୍ତିର ସମସ୍ତ ଶ୍ରେୟ ମହାତ୍ମା ଗାନ୍ଧିଙ୍କୁ ଦେଇ ଆସିଥିବା ବେଳେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରୀରେ ନେହରୁ ମହାତ୍ମା ଗାନ୍ଧିଙ୍କୁ ଏଥିରେ ସାମିଲ କରିବା ପାଇଁ ଉଚିତ୍ ମଣିନଥିଲେ । ସ୍ୱାଧୀନତା ଘୋଷଣା ବେଳକୁ ସାଂପ୍ରଦାୟିକ ଦଙ୍ଗାରେ ଆଠ ଲକ୍ଷ ହିନ୍ଦୁ ଏବଂ ଦୁଇ ଲକ୍ଷ ମୁସଲମାନ ହାଣକାଟରେ ମୃତୁ୍ୟବରଣ କରି ସାରିଥିଲେ । ମହାତ୍ମାଗାନ୍ଧି ଏହା ବିରୁଦ୍ଧରେ କଲିକତା ଠାରେ ସାଂପ୍ରଦାୟିକ ସଦ୍ଭାବ ପାଇଁ ଆମରଣ ଅନଶନରେ ବସି ରହିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମହାତ୍ମା ଗାନ୍ଧିଙ୍କୁ ଏହି ଐତିହାସିକ ମୂହୁର୍ତ୍ତରେ ସାମିଲ କରିବା ପାଇଁ ପ୍ରୟାସ ନକରି ୧୦ ଲକ୍ଷ ଲୋକଙ୍କର ରକ୍ତରଞ୍ଜିତ ସିଂହାସନରେ ପ୍ରଧାନମନ୍ତ୍ରୀ ଭାବେ ବସିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ସେହି ଭଳି ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟରାତ୍ରୀରେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଧିନ ଅଲ୍ଲୀ ଅହମ୍ମଦଙ୍କ ଦ୍ୱାରା ଶ୍ରୀମତୀ ଇନ୍ଦିରା ଗାନ୍ଧି ଭାରତ ବର୍ଷରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଓ ଆନ୍ତର୍ଜାତୀୟ କ୍ଷମା ସଂସ୍ଥା ରିପୋର୍ଟ ଅନୁସାରେ ୧,୪୦,୦୦୦ ଦେଶବାସୀଙ୍କୁ ବନ୍ଦୀ କରିଥିଲେ । ତେଣୁ ଦେଶର ଇତିହାସରେ ଏହି ଦୁଇଟି ମଧ୍ୟରାତ୍ରୀର ଘୋଷଣାରେ, ପ୍ରଥମଟିରେ ନେହେରୁ ମହାତ୍ମା ଗାନ୍ଧିଙ୍କ ପ୍ରତି ଅବିଚାର କରିବା ସହିତ ଦ୍ୱିତୀୟଟିରେ ଇନ୍ଦିରା ଗାନ୍ଧୀ ସମଗ୍ର ଦେଶ ସହିତ ବିଶ୍ୱାସଘାତକତା କରିଥିଲେ । କିନ୍ତୁ ଆଜି ଯେତେବେଳେ ଜିଏସ୍ଟି ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ପାଇଁ ଏକକ କର ବ୍ୟବସ୍ଥା ଲାଗୁ କରାଯିବା ଭଳି ଐତିହାସିକ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ମୋଦି ସରକାର ପ୍ରୟାସ କରୁଛନ୍ତି ସେତେବେଳେ କୌଣସି ନା କୌଣସି ଆଳ ଦେଖାଇ କଂଗ୍ରେସ ନିଜର ଖଳ ଚରିତ୍ରକୁ ଯେ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛି ଏଥିରେ ସନେ୍ଦହ ନାହିଁ ।
ଜିଏସ୍ଟି କାର୍ଯ୍ୟକାରୀ ହେବା ପୂର୍ବରୁ ବିଧ୍ୟେୟକ ପ୍ରସ୍ତୁତି ଏବଂ ପାରିତ ହେବା ବେଳେ ଭାରତ ବର୍ଷର ପ୍ରାୟତଃ ସମସ୍ତ ରାଜନୈତିକ ଦଳ ସମର୍ଥନ କରି ଆସିଛନ୍ତି, ସେମାନଙ୍କର ଅଧିକାଂଶ ମତାମତ ସେଥିରେ ସ୍ଥାନିତ ହୋଇଛି, ଆବଶ୍ୟକତା ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ଏହାକୁ ଅନୁମୋଦନ କରି ସାରିଛନ୍ତି, କିନ୍ତୁ ଏହା ସତ୍ତେ୍ୱ ମଧ୍ୟ କଂଗ୍ରେସ ଏହି ଉତ୍ସବକୁ ବର୍ଜନ କରିବା ଯେତିକି ଦୁର୍ଭାଗ୍ୟଜନକ ସେତିକି ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ବୋଲି ମନେ ହେଉଛି । ରାହୁଲ ଗାନ୍ଧୀ ଏହାକୁ ଅଧା ସମର୍ଥନ ବୋଲି କହିଛନ୍ତି । ଅଧା ସମର୍ଥନ ହୋଇଥିଲେ ତାହା କିପରି ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକଲା? ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ତାଙ୍କର ଅଞନ୍ତାକୁ ସୂଚିତ କରୁଛି । ଅନ୍ୟପକ୍ଷରେ ମଧ୍ୟରାତ୍ରୀର ଉସôବକୁ ସେ ଏକ ତାମ୍ସା ବୋଲି କହି ସେ ସସଂଦ ଓ ରାଷ୍ଟ୍ରପତିଙ୍କ ଅବମାନନା କରିଛନ୍ତି । ଅବଶ୍ୟ ତାଙ୍କଭଳି ଅପରିପକ୍ୱ ନେତାଙ୍କ ଉପରେ ଗୁରୁତ୍ୱ ଉଚିତ ହେବନାହିଁ । ବରଂ ତାଙ୍କୁ ଏତିକି କୁହାଯାଇପାରେ ଯେ, ସେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଭଲକରି ଶୁଣନ୍ୁ । ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ କଂଗ୍ରେସ କିପରି ଜିଏସ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ତାହା ସେ ଉଲେଖ କରିଛନ୍ତି ଏବଂ ଏହି ନିଷ୍ପତ୍ତି ଭାରତୀୟ ଗଣତନ୍ତ୍ରର ପରିପକ୍ୱତାର ପ୍ରମାଣ ବୋଲି ସେ କହିଛନ୍ତି । ବୋଧହୁଏ ଏବେ ମଧ୍ୟ କଂଗ୍ରେସ କେନ୍ଦ୍ରରେ ବିଜେପିର ବିଜୟ ଓ ଶାସନକୁ ଗ୍ରହଣ କରି ପାରୁନାହିଁ କିମ୍ବା କେନ୍ଦ୍ର ସରକାରଙ୍କର ବଡ ସଂସ୍କାର ମୂଳକ ପଦକ୍ଷେପକୁ ପ୍ରତିରୋଧ କରି ନିଜର ବିଡମ୍ବିତ ସ୍ଥିତିକୁ ଜାହିର କରିବାକୁ ଚାହୁଁଛି । କିନ୍ତୁ ଏହା ଦ୍ୱାରା କଂଗ୍ରେସର ଲାଭ ହେବା ଅପେକ୍ଷା କଂଗ୍ରେସ ଦେଶକୁ ଅଧିକ କଂଗ୍ରେସ ମୁକ୍ତ ହେବାରେ ସହାୟକ ହେବ । ସେହିଭଳି ୟେଚୁରିଙ୍କ ଭଳି ନେତାମାନେ ବିଜେପି ଆଗରୁ ଜିଏସଟିକୁ ନୁହେଁ ସେଥିରେ ଥିବା ଅସଂଗତିକୁ ବିରୋଧ କରିଥିଲା । ଏବେ ସେଥି ସମସ୍ତଙ୍କ ସମର୍ଥନରେ ଏକ ସର୍ବଗ୍ରାହୀ ଜିଏସଟି ପ୍ରସ୍ତୁତ ହୋଇ ପାରିତ ହୋଇଛି । ତେଣୁ ସମସ୍ତେ ଏହାକୁ ସ୍ଥଗିତ କରିବା ଉଚିତ ହେବ । ଜିଏସଟିକୁ ନୁହେଁ ସେଥିରେ ଥିବା ଅସଂଗଠିତ ବିରୋଧ କରୁଥିବା ବେଳେ ଏବେ କାହିଁକି କାର୍ଯ୍ୟକାରୀ କରିବାକୁ ଚଞ୍ଚଳ ହେଉଛି ବୋଲି ପିଲାଲିଆ ପ୍ରଶ୍ନ ଉଠାଇଛନ୍ତି । ୟେଚୁରୀଙ୍କୁ ଏଠାରେ ଶ୍ମରଣ କରାଇଦିଆଯାଇପାରେ ଯେ, ୨୦୧୦ ରେ ଯେେତେବେଳେ ବିଜେପି ଜିଏସ୍ଟିକୁ ବିରୋଧ କରୁଥିଲା ତାଙ୍କ ବାମପନ୍ଥୀଦଳ ଗୁଡିକ ମଧ୍ୟ ବିଜେପି ସହିତ ସାମିଲ ହୋଇଥିଲେ ଏବଂ ପରବର୍ତ୍ତୀ କାଳରେ କେରଳ ବିଧାନ ସଭାରେ ଜିଏସ୍ଟିକୁ ମଧ୍ୟ ପାରିତ କରାଯାଇଛି । ଏଠାରେ ସ୍ପଷ୍ଟ କରି ଦିଆଯାଇପାରେ ଯେ ବିଜେପି ଜିଏସଟିକୁ ନୁହେଁ ସେଥିରେ ଥିବା ଅସଂଗତିକୁ ବିରୋଧ କରୁଥିଲା । ଏବେ ସମସ୍ତଙ୍କ ସମର୍ଥନରେ ଏକ ସର୍ବଗ୍ରାହୀ ଜିଏସ୍ଟି ପ୍ରସ୍ତୁତ ହୋଇ ପାରିତ ହୋଇଛି । ତେଣୁ ସମସ୍ତେ ଏହାକୁ ସ୍ୱାଗତ କରିବା ଉଚିତ ହେବ । ଏଠାରେ ଉଲ୍ଲେଖ କରାଯାଇ ପାରେଯେ ପୂର୍ବ କର ବ୍ୟବସ୍ଥାରେ କର ଆଦାୟ ଦାୟିତ୍ୱରେ ଥିବା ଅଧିକାରୀବୃନ୍ଦ ଏବଂ ସେମାନଙ୍କର ସଂରକ୍ଷଣକାରୀ ବିଭାଗୀୟ ରାଜନୈତିକ ପ୍ରଭୁମାନଙ୍କର ସହଯୋଗରେ ଏ ଦେଶର କୋଟି କୋଟି ଟଙ୍କାର କର ଆତ୍ମସାତ ହେଉଥିଲା । ଅନେକ ରାଜନୈତିକ ଦଳ ଏଥିରୁ ପର୍ଯ୍ୟାପ୍ତ ଫାଇଦା ଉଠାଉଥିଲେ । ଏହି ଅର୍ଥ ସିଧାସଳଖ ସେମାନଙ୍କ ପକେଟକୁ ଆସୁଥିଲା କିନ୍ତୁ ରାଜ୍ୟ ରାଜକୋଷ ଗୁଡିକ କ୍ଷତିଗ୍ରସ୍ତ ହେଉଥିଲା । ଏହି ନୂତନ ବ୍ୟବସ୍ଥା ଦ୍ୱାରା କିଛି ରାଜନୈତିକ ଦଳଙ୍କର କ୍ୟାଡରମାନେ ପ୍ରଭାବିତ ହେବେ ବୋଲି ସେମାନେ ଭାବୁଛନ୍ତି ଓ ଏହାର ବିରୋଧ କରିବାକୁ ଆରମ୍ଭ କରିଛନ୍ତି । କିନ୍ତୁ ଏହାଦ୍ୱାରା ସେମାନେ କେବଳ ଏକ ଐତିହାସିକ ନିଷ୍ପତ୍ତିରୁ ଓହରି ଯାଇ ନାହାଁନ୍ତି ବରଂଇତିହାସ ସେମାନଙ୍କୁ ନିର୍ବୋଧତାର ଅଳିଆ ଗଦାକୁ ପିଙ୍ଗିଦେଇଛନ୍ତି ବୋଲି କହିବାକୁ ହେବ ।

Share in top social networks!