ପ୍ରଧାନମନ୍ତ୍ରୀ ପତ୍ର ଲେଖି ଅଭିନନ୍ଦନ ଜଣାଇଲେ ଯୁଗାନ୍ତକାରୀ ଓ ଐତିହାସିକ : ଦିଲୀପ

18056900_632492976945787_3850406912135629058_n ସାମଗ୍ରୀ ଓ ସେବା ଟିକସକୁ ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ରାୟ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ରାୟ କହିଛନ୍ତି ଯେ, ସବୁ ଦଳ ଏବଂ ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନେଇ ଗୋଟିଏ ରାଷ୍ଟ୍ର ପାଇଁ ଗୋଟିଏ ଟିକସ ବ୍ୟବସ୍ଥା ଲାଗୁ କରିବା ସବୁଠୁ କଠିନ କାର୍ଯ୍ୟ ଥିଲା । କିନ୍ତୁ ଏହା କରାଇବାରେ ମୋଦୀ ସରକାର ସଫଳ ହୋଇଥିବାରୁ ଜିଏସ୍‍ଟି ‘ସବ୍‍କା ସାଥ୍‍, ସବ୍‍କା ବିକାଶର’ ସବୁଠୁ ବଡ଼ ପ୍ରମାଣ ଭାବେ ପ୍ରତିଫଳିତ ହୋଇଛି । ଏହା ଦ୍ୱାରା ସାମଗ୍ରୀକ ଭାବେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ବ୍ୟବସାୟ ପାଇଁ କ୍ଷେତ୍ର ସମ୍ପ୍ରସାରିତ ହେବ । ଅନେକ ସାମଗ୍ରୀର ବିଶେଷକରି ଦୈନନ୍ଦିନ ବ୍ୟବହାର କରାଯାଉଥିବା ବା ନିତ୍ୟ ଅପରିହାର୍ଯ୍ୟ ସାମଗ୍ରୀର ଦରଦାମ ହ୍ରାସ ପାଇବ ବୋଲି ଶ୍ରୀ ରାୟ ଆଶା ପ୍ରକାଶ କରିଛନ୍ତି ।
ବହୁଦିନର ପ୍ରୟାସକୁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଟିମ୍‍ ସଫଳ କରାଇଥିବାରୁ ସେ ଦେଶବାସୀଙ୍କ ପ୍ରଶଂସାର ପାତ୍ର ବୋଲି ଶ୍ରୀ ରାୟ କହିବା ସହିତ ଟିକସ ସଂସ୍କାର କ୍ଷେତ୍ରରେ ଯେଉଁ ନୂଆ ଅଧ୍ୟାୟ ଆରମ୍ଭ ହେଲା, ତାହା ଅର୍ଥନୈତିକ ବିକାଶ ପାଇଁ ବାଟ ଫିଟାଇବ ବୋଲି ଆଶା ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME