ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶାରେ ତି୍ରଦିବସୀୟ “ମୋ ବୁଥ୍ ସବୁଠୁ ମଜବୁତ୍” ଅଭିଯାନ ଗସ୍ତସୂଚୀ ଘୋଷଣା କଲେ ରାଜ୍ୟ ସଭାପତି ବସନ୍ତ ପଣ୍ଡା

 ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ହୁଙ୍ଗୁଳାପଡ଼ା ଗ୍ରାମରେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ ଆଲୋଚନା
 ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇଗାଁ (ବରୁଣେଇଶ୍ୱର)କୁ ଯାଇ ବୁଥ୍ସ୍ତରର କାର୍ଯ୍ୟର ତଦାରଖ
 ୪ ତାରିଖରେ ବ୍ରହ୍ମପୁରର ବିଡ଼ିଏ ପଡ଼ିଆ ଓ ୫ ତାରିଖରେ ଯାଜପୁରର ପାଣିକୋଇଲିଠାରେ ଏକାଧିକ ଜିଲ୍ଲାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କୁ କରିବେ ସଂବୋଧନ
 ଟିକରପଡ଼ା ପଂଚାୟତ (ଧଉଳି)ର ବସନ୍ତପୁର ଗ୍ରାମରେ ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗ ଦେବେ
 ବିଭିନ୍ନ ସ୍ଥାନରେ ଶାହାଙ୍କୁ ଭବ୍ୟ ସ୍ୱାଗତ କରାଯିବ
 ରାଜଧାନୀରେ ପଂଚାୟତ ପ୍ରତିନିଧି, ରାଜ୍ୟ ପଦାଧିକାରୀ, ଜିଲ୍ଲାସଭାପତି ଓ ଅନ୍ୟାନ୍ୟ ବରିଷ୍ଟ କାର୍ଯ୍ୟକର୍ତାଙ୍କ ସହ ବୈଠକ ଆଲୋଚନା
pandaji

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ୩ ତାରିଖ ମଧ୍ୟରାତ୍ରିରୁ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାରେ “ମୋ ବୁଥ୍ ସବୁଠୁ ମଜବୁତ୍” କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ତି୍ରଦିବସୀୟ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୪ ତାରିଖ ଦିନ ଗଞ୍ଜାମ, ୫ ତାରିଖଦିନ ଯାଜପୁର ଓ ୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ଶ୍ର୍ରୀ ପଣ୍ଡା କହିଛନ୍ତି ଯେ, ୪ ତାରୁଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ହୁଙ୍ଗୁଳାପଡ଼ା ଗ୍ରାମକୁ ଯାଇ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ବୁଥ୍ର ପରିବାରକୁ ଜନସମ୍ପର୍କ କରିବା ପାଇଁ ଯିବେ । ଏହି ବୁଥ୍ରେ ଗୋଟିଏ ପରିବାରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ଏହା ସହ ୪ଟି ଜିଲ୍ଲାର ବୁଥ୍ କାର୍ଯ୍ୟକର୍ତାମାନଙ୍କର ଏକ ସମ୍ମିଳନୀକୁ ବ୍ରହ୍ମପୁରର ଆମ୍ବପୁଆ ବିବେକ ବିହାରସ୍ଥିତ ବିଡ଼ିଏ ପଡ଼ିଆରେ ସମ୍ବୋଧନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କ ଏହି ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଦାୟୀତ୍ୱ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ରଙ୍କୁ ନ୍ୟସ୍ତ କରାଯାଇଥିବା ବେଳେ ରାଜ୍ୟ ସଂପାଦକ ବିଭୁତି ଜେନା ଏବଂ ଜିଲ୍ଲା ସଭାପତି କାହ୍ନୁଚରଣ ପତି ସେମାନଙ୍କୁ ସହଯୋଗ କରିବେ ।
ସେହିପରି ୫ ତାରିଖ ଦିନ ଶ୍ରୀଯୁକ୍ତ ଶାହା ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇଗାଁ (ବରୁଣେଇଶ୍ୱର)କୁ ଯାଇ ବୁଥ୍ସ୍ତରର କାର୍ଯ୍ୟର ତଦାରଖ କରିବା ସହ କାର୍ଯ୍ୟକର୍ତାମାନଙ୍କ ସହ ବି•ର ଆଲୋଚନା କରିବେ । ପରିବାର ସମ୍ପର୍କ ସହ ଗୋଟିଏ ପରିବାରରେ ମଧ୍ୟ ମଧ୍ୟାହ୍ନ ଭୋଜନ କରିବେ । ଶ୍ରୀ ଶାହା ଜିଲ୍ଲାର ପାଣିକୋଇଲିଠାରେ ୬ଟି ଜିଲ୍ଲାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ । ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଅଛି । ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଗୈାତମ ରାୟ ଏବଂ ଅଶୋକ ବଳ ପ୍ରମୁଖ ସେମାନଙ୍କୁ ସହଯୋଗ କରିବେ ।
(ପୃÂା: ୧/୨)

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ୬ ତାରିଖ ଦିନ ସକାଳେ ଭୂବନେଶ୍ୱର ଉପକଣ୍ଠ ଟିକରପଡ଼ା ପଂଚାୟତ (ଧଉଳି )ର ବସନ୍ତପୁର ଗ୍ରାମରେ ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି ତିନି ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଛକ ଜାଗାମାନଙ୍କରେ ଶ୍ରୀ ଶାହାଙ୍କୁ ସ୍ୱାଗତ ସଂବୋଧନା ଜଣାଇବା ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ତିନି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ ପାଇଁ ଲୋକମାନଙ୍କ ଆଗ୍ରହ ଓ ପ୍ରସ୍ତୁତି ଦୃଷ୍ଟିରୁ ଶ୍ରୀଯୁକ୍ତ ଶାହା ବିଭିନ୍ନ ସ୍ଥାନରେ ଅଟକି ଲୋକମାନଙ୍କର ଅଭିବାଦନ ଗ୍ରହଣ କରିବେ ବୋଲି ଶ୍ରୀ ପଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ଏହି ଗସ୍ତ ସମୟରେ ରାଜଧାନୀ ଭୁବନେଶ୍ୱରରେ ଦଳ ତରଫରୁ ଆୟୋଜିତ ପଂଚାୟତ ସମ୍ମିଳନୀକୁ ଶ୍ରୀ ଶାହା ଉଦ୍ବୋଧନ ଦେବା ସହ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ଜିଲ୍ଲାପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ ଓ ଭାଇସ୍ ଚେୟାରମ୍ୟାନମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରା ସମୟ ଦେଇ କାମ କରିବା ପାଇଁ ବାହାରିଥିବା, ଦଳର ବିସ୍ତାରକ ଯୋଜନାରେ ସାମିଲ କାର୍ଯ୍ୟକର୍ତାମାନଙ୍କ ସହ ଶ୍ରୀ ଶାହା ଉଦ୍ବୋଧନ ଦେଇ ସେମାନଙ୍କୁ ଦାୟିତ୍ୱ ଓ କାମ ବିଷୟରେ ବୁଝାଇବେ । ଶ୍ରୀ ଶାହାଙ୍କ ରହଣୀ କାଳରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ସହ ବି•ର ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଥିବାବେଳେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ ଏବଂ ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ତାଙ୍କୁ ସହେଯାଗ କରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ମୁଖପାତ୍ର ସଜ୍ଜନ ଶର୍ମା ଏବଂ ସଂପାଦକ ଧୀରେନ ସେନାପତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME