ଜିଏସଟି ଲାଗୁ କରି ଦେଶରେ ଲାଭପ୍ରଦ ଆର୍ଥିକ ବ୍ୟବସ୍ଥା ସୃଷ୍ଟି କରିଥିବାରୁ ମହାମହିମ ରାଷ୍ଟ୍ରପତି ଓ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ : ବସନ୍ତ ପଣ୍ଡା

 ବ୍ୟବସାୟୀ, ଗ୍ରାହକ, କୃଷକ, ସାଧାରଣ ଲୋକ, ସମସ୍ତେ ଉପକୃତ ହେବେ
 ଗୁଡ୍ସ ଏବଂ ସର୍ଭିସ୍ ଟ୍ୟାକ୍ସ ଗୋଟିଏ ଭଲ ଓ ସରଳ ବ୍ୟବସ୍ଥା
 ବ୍ୟବସାୟରେ କଳାବଜାରୀ, କର ଚୋରି ଓ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲାଗିବ
 ଉପଭୋକ୍ତାଙ୍କୁ ୧୭ ପ୍ରକାର ଟ୍ୟାକ୍ସ ଓ ୨୩ ପ୍ରକାର ସେସ୍ରୁ ମୁକ୍ତି ମିଳିବ
 ଜିଏସଟି ଦ୍ୱାରା ଆମ ରାଜ୍ୟ ଭଳି ପଛୁଆ ରାଜ୍ୟ ବେଶ୍ ଲାଭବାନ ହେବ
 ଯେଉଁ ଦଳ ଓ ବ୍ୟକ୍ତିମାନଙ୍କ ଉଦ୍ୟମରେ ଜିଏସ୍ଟି ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ହୋଇଛି, ସେମାନଙ୍କୁ ଅଶେଷ ଧନ୍ୟବାଦ
s20170701110504

ଭୁବନେଶ୍ୱର: ଜିଏସ୍ଟି ଲାଗୁ କରି ଦେଶବାସୀଙ୍କ ପାଇଁ ଏକ ଲାଭପ୍ରଦ ଆର୍ଥିକ ବ୍ୟବସ୍ଥା କରାଯାଇଛି । ଭାରତବର୍ଷରେ ଆର୍ଥିକ କ୍ଷେତ୍ରରେ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ସୃଷ୍ଟି କରିଛନ୍ତି ମାନନୀୟ ମୋଦି ସରକାର । ଏକ କର, ଏକ ବଜାର ଏକ ରାଷ୍ଟ୍ର; କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋଦିଜୀ ଏକ ନୂତନ ଯୁଗର ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ବିଜେପିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି, ମାନ୍ୟବର ମୋଦୀ ଏହାକୁ ଲାଗୁ କରି ଦେଶବାସୀଙ୍କୁ କହିଛନ୍ତି, ଗୁଡ୍ସ ଏବଂ ସର୍ଭିସ୍ ଟ୍ୟାକ୍ସ ସହିତ ଭଲ ଓ ସରଳ ଟ୍ୟାକ୍ସ ଲାଗୁ କରି ଅର୍ଥାତ୍ ସାଧାରଣ ଲୋକ, ଗ୍ରାହକ, ବ୍ୟବସାୟୀ, କୃଷକ; ସାରା ଦେଶର ଜନତାଙ୍କ ପାଇଁ ସରଳ ଟିକସ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ନୂତନ ଭାରତକୁ ଦୃଢ଼ୀଭୂତ କରିବ । ଜିଏସ୍ଟି ଲାଗୁ ହେବା ଦ୍ୱାରା ଆଗାମୀଦିନରେ ବ୍ୟବସାୟ କ୍ଷେତ୍ରରେ କଳାବଜାରୀ, କର ଚୋରି ଓ ଭ୍ରଷ୍ଟାଚାର ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲାଗିବାର ସମ୍ଭାବନା ସୃଷ୍ଟି ହୋଇଛି । ଏ ବ୍ୟବସ୍ଥା ଅନେକ ସମ୍ଭାବନାର ବ୍ୟବସ୍ଥା କହିଲେ ଅତୁ୍ୟକ୍ତି ହେବନାହିଁ । ଏହାଦ୍ୱାରା ୧୭ ପ୍ରକାର ଟ୍ୟାକ୍ସ ଏବଂ ୨୩ ପ୍ରକାର ସେସ୍ରୁ ସାଧାରଣ ଜନତାଙ୍କୁ ଓ ଉପଭୋକ୍ତାଙ୍କୁ ମୁକ୍ତି ମିଳିଛି । ବ୍ୟବସାୟୀ ବନ୍ଧୁମାନେ ମଧ୍ୟ ଗୋଟିଏ ପ୍ରକାର ଟ୍ୟାକ୍ସ ଦେଇ ଚିନ୍ତାମୁକ୍ତ ବ୍ୟବସାୟ କରିପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଜିଏସଟି ଲାଗୁ ହେବା ଦ୍ୱାରା ଓଡ଼ିଶା ଭଳି ପଛୁଆ ରାଜ୍ୟ ଅନେକ ଲାଭବାନ ହେବାର ସମ୍ଭାବନା ଅଛି । ଯେଉଁ ଦଳ ଓ ବ୍ୟକ୍ତିମାନଙ୍କ ସମବେତ ଉଦ୍ୟମରେ ଏଭଳି ନିଷ୍ପତି ସମ୍ପାଦିତ କରିଛନ୍ତି, ସେମାନଙ୍କୁ ଅଶେଷ ଧନ୍ୟବାଦ । ଦେଶରେ ଆର୍ଥିକ ସ୍ୱାତନ୍ତ୍ର୍ୟ ପାଇଁ ଜିଏସଟି ଲାଗୁ କରି ଏଭଳି ବିଶେଷ ପଦକ୍ଷେପ ନେଇଥିବାରୁ ମାନ୍ୟବର ମହାମହିମ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏବଂ ପ୍ରିୟ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲୀଙ୍କୁ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା କୃତଜ୍ଞତା ଅର୍ପଣ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ମୁଖପାତ୍ର ସଜ୍ଜନ ଶର୍ମା ଏବଂ ସଂପାଦକ ଧୀରେନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME