ଆଗାମୀ ଶିକ୍ଷା ବର୍ଷରୁ ୩୯ଟି ହାଇସ୍କୁଲକୁ ଯୁକ୍ତ-୨ସ୍ତରକୁ ଉନ୍ନିତ କରାଯିବ: ମନ୍ତ୍ରୀ ଶ୍ରୀ ମାଝୀ

ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ପିଲାମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇଦେବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୭୨୪ଟି ସେବାଶ୍ରମ, ଆଶ୍ରମ ସ୍କୁଲ, ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଇତ୍ୟାଦି ପ୍ରତିଷ୍ଠା କରାଯାଇ ଶିକ୍ଷାଦାନର ସୁବିଧା ଯୋଗାଇ ଦେଉଥ#ବାବେଳେ, ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍ ୨୦୧୮-୧୯ ମସିହାରୁ ୩୯ଟି ହାଇସ୍କୁଲକୁ ଯୁକ୍ତ-୨
ସ୍ତରକୁ ଉନ୍ନିତ କରି ବିଜ୍ଞାନ ପଠ୍ୟକ୍ରମ ଆରମ୍ଭ କରାଯିବା ଏହି ସଂପର୍କରେ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତିା

ସେହିପରି ୧୨ଟି ଜିଲ୍ଲାର ୬୫ଟି ଆଶ୍ରମ ସ୍କୁଲକୁ ହାଇସ୍କୁଲ ସ୍ତରକୁ ଉନ୍ନିତ କରି ସେଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତିା ବିଭାଗ ଅଧୀନରେ ଥ#ବା ୨୨ଟି ହାଇସ୍କୁଲକୁ ଉନ୍ନିତ କରାଯାଇ ଯୁକ୍ତ-୨ ପାଠ୍ୟକ୍ରମ ଆରମ୍ଭ କରାଯାଇଛିା ତେବେ ନୂତନ କରି ପ୍ରସ୍ତାବିତ ସ୍କୁଲ ଓ ଯୁକ୍ତ-୨ ସ୍ତରରେ ଶିକ୍ଷକ ଓ ଅଧ୍ୟାପକ ପଦପୂରଣ କରିବା ଦିଗରେ ଷ୍ଟାଫ୍ ସିଲେକ୍ସନ୍କ ମିଶନ ଓ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କୁ ଅନୁରୋଧ କରାଯାଇଛିା ଯଥାଶୀଘ୍ର ପଦବୀ ପୂରଣ ଓ
ଭିତ୍ତିଭୂମି ଉନ୍ନୟନ ତଥା ଆନୁଷଙ୍ଗିକ ଆବଶ୍ୟକତା ପୂରଣ କରାଯାଇ ଆସନ୍ତା ଶିକ୍ଷାବର୍ଷରୁ ଯୁକ୍ତ-୨ ସ୍ତରରେ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତିା

ଏହି ବୈଠକରେ ବିଭାଗୀୟ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅନୁସୂଚିତ ଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରମେଶ ସାଇ, ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଆର୍. ରଘୁପ୍ରସାଦ ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME