ଏସୀୟ ଆଥ୍ଲେଟିକ୍ସ ଚମ୍ପିଅନ୍ସି« ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବ୍ୟାପକ ପଦକ୍ଷେପ

19642660_264868847252991_1168392046976486277_n
ଆସନ୍ତା ୫ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥ#ବା ୨୨ତମ ଏସୀୟ ଆଥ୍ଲେଟିକ୍ସ ଚମ୍ପିଅନ୍ସି« ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛିା ରହଣୀ ଓ ଖାଦ୍ୟପେୟ ତଥା ପରିବହନ ଓ ଟିକଟ ଉଦ୍ଦେଶ୍ୟରେ ଗଠିତ ଦୁଇଟି ପୃଥକ କମିଟିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଉଛନ୍ତିା
ଦେଶବିଦେଶରୁ ଆସୁଥ#ବା କ୍ରୀଡାବିତ୍, ପଦାଧ#କାରୀ ଓ ଭିଆଇପିମାନଙ୍କ ରହଣି ନିମନ୍ତେ ଭୁବନେଶ୍ୱରର ୧୬ଟି ହୋଟେଲ୍ ସମେତ ମାଇଣ୍ଡ ଟ୍ରି ଓ କିଟ୍ ବିଶ୍ୱବିଦ୍ୟାଳୟର ଅତିଥ# ଭବନକୁ ମିଶାଇ ୧୧୭୦ଟି ଆବାସ ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛିା ବିଶିଷ୍ଟ ପଦାଧ#କାରୀ ଓ କାଉନ୍ସିଲ୍ ସଦସ୍ୟମାନଙ୍କ ରହଣି ନିମନ୍ତେ ଉଦ୍ଦିଷ୍ଟ ମେ ଫେୟାର ଓ ଟ୍ରାଇଡେଣ୍ଟ ହୋଟେଲ୍କୁ ଗେମ୍ସ ହୋଟେଲ୍ ଭାବରେ ଘୋଷିତ କରାଯାଇଛିା ସମସ୍ତ ସ୍ଥାନରେ ଖୋଳାଳୀ ଓ ପ୍ରତିନିଧ#ମାନଙ୍କ ପାଇଁ ଏକକ ମାନର ଭୋଜନ ସୂଚୀ ପ୍ରସ୍ତୁତ ହୋଇଛିା
ଗମନାଗମନ ଓ ପରିବହନ କାର୍ଯ୍ୟରେ ତାଲିମପ୍ରାପ୍ତ ଚାଳକ ତଥା ଅନ୍ୟ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛିା କଳିଙ୍ଗ ଷ୍ଟାଡିୟମ୍ଠାରେ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛିା ପରିବହନ ନିମନ୍ତେ ୨୦୦ରୁ ଅଧ#କ ଯାନବାହାନ ନିୟୋଜିତ ହୋଇଛିା ଅନ୍ୟପକ୍ଷରେ ଜୁଲାଇ ପହିଲାରୁ ୧୧ ତାରିଖ ପର୍ଯ୍ୟନ୍ତ ଭିଭିଆଇପିମାନଙ୍କ ପାଇଁ ଅନ୍ୟ ରାଜ୍ୟର ପର୍ଯ୍ୟଟନ ଉନ୍ନୟନ ନିଗମରୁ ବିଳାସପୂର୍ଣ୍ଣ ଯାନବାହାନ ଆଣିବାର ବ୍ୟବସ୍ଥା କରାଯାଇଛିା
ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଖେଳାଳୀ ତଥା ପ୍ରତିନିଧ#ମାନଙ୍କର ଯାତ୍ରା ନିମନ୍ତେ ବିମାନ ଟିକେଟ ବ୍ୟବସ୍ଥା କରାଯାଉଛିା କ୍ରୀଡା ଓ ଯୁବବ୍ୟାପାର ବିଭାଗର ଆବଶ୍ୟକତା ଅନୁଯାୟୀ ଏହି କାର୍ଯ୍ୟ ଅବ୍ୟାହତ ରହିଛିା ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ପ୍ରାୟ ୧୬୦୦ରୁ ଅଧ#କ ଖେଳାଳୀ ଓ ପ୍ରତିନିଧ#ମାନଙ୍କ ନିମନ୍ତେ ପ୍ରାତଭୋଜନ, ଚା’-ଜଳଯୋଗ ଓ ରାତ୍ରି ଭୋଜନର ବନ୍ଦୋବସ୍ତ କରାଯାଇଛିା ଏଥ#ପାଇଁ ରାଜ୍ୟରେ ଥ#ବା ଅନ୍ୟାନ୍ୟ ପାନ୍ଥନିବାସରୁ କର୍ମଚାରୀମାନଙ୍କୁ ଅତିରିକ୍ତ ଭାବରେ ମୁତୟନ କରାଯାଇଛିା
୨୨ତମ ଏସୀୟ ଆଥ୍ଲେଟିକ୍ସ ଚମ୍ପିଅନ୍ସି«ରେ ଦେଶ ତଥା ଦେଶ ବାହାରୁ ଲୋକମାନେ ଯୋଗଦେଉଥ#ବା ଦୃଷ୍ଟିରୁ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ପ୍ରତି ସେମାନଙ୍କୁ ଆକର୍ଷିତ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନର ବ୍ୟବସ୍ଥା କରାଯାଇଛିା ଏହା ସହିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥ#ବା ଏକାମ୍ର ଐତିହ୍ୟ ପଦଯାତ୍ରାରେ ମଧ୍ୟ କ୍ରୀଡାବିତ୍ ଓ ପ୍ରତିନିଧ#ମାନେ ସାମିଲ ହେବାର ବ୍ୟବସ୍ଥା କରାଯାଇଛିା ଭୁବନେଶ୍ୱର ସହର ଗାଇଡ୍ ଓ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ତଥ୍ୟ ସମ୍ବଳିତ ପୁସ୍ତିକା ତଥା ପ୍ରଚାରପତ୍ର ରହିଥ#ବା ୧୫୦୦ରୁ ଅଧ#କ କିଟ୍ ବ୍ୟାଗ୍ ଯୋଗାଇ ଦିଆଯିବାର ବନ୍ଦୋବସ୍ତ ହୋଇଛିା

Share in top social networks!
Powered By Indic IME