ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଡାପ୍ଟିଭ୍ ଟ୍ରାଫିକ୍ ସିଗ୍ନାଲ୍ ନିୟନ୍ତ୍ରଣ ସିଷ୍ଟମ୍ର ଉଦ୍ଘାଟନ ଏବଂ ଅନ୍ୟ ଚାରିଟି ସ୍ମାର୍ଟସିଟି ପ୍ରକଳ୍ପର ଶିଳାନ୍ୟାସ

19400548_262431147496761_6691157193238204475_o
ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ସ୍ମାର୍ଟ ସିଟି ପ୍ରକଳ୍ପସମୂହକୁ ଆଉ ଏକ ପାଦ ଆଗେଇନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସଚିବାଳୟ ମାର୍ଗରେ ସୌରଚାଳିତ ଆଡାପ୍ଟିଭ୍ ଟ୍ରାଫିକ୍ ସିଗ୍ନାଲ୍ ନିୟନ୍ତ୍ରଣ ସିଷ୍ଟମ୍ର ଉଦ୍ଘାଟନ କରିବା ସହିତ ଅନ୍ୟ ଚାରିଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଶିଳାନ୍ୟାସ ହୋଇଥିବା ପ୍ରକଳ୍ପସମୂହ ମଧ୍ୟରେ ବାଣୀବିହାର ଛକଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ପରିବ୍ୟାପ୍ତ ସ୍ମାର୍ଟ
ଜନପଥ, ୟୁନିଟ୍ ୨ ଓ ସହୀଦନଗରଠାରେ ବହୁତଳ କାର୍ ପାର୍କିଙ୍ଗ୍ ଏବଂ ସହୀଦନଗରରେ ସମନ୍ୱିତ ଜନସେବା
କେନ୍ଦ୍ର ରହିଛି । ଆଜି ଉଦ୍ଘାଟନ ଏବଂ ଶିଳାନ୍ୟାସ ହୋଇଥିବା ସମସ୍ତ ପ୍ରକଳ୍ପସମୂହର ଖର୍ଚ୍ଚ ଅଟକଳ ୧୭୬ କୋଟି
ଟଙ୍କା ।
ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ,
ମାନ୍ୟବର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି,
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ମାନ୍ୟବର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନନୀୟା
ଡେପୁଟି ମେୟର ଶ୍ରୀମତୀ କେ. ଶାନ୍ତି, ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷଗଣ,
କର୍ପୋରେଟର ବୃନ୍ଦ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ
ସିଟି ଲିମିଟେଡ୍ର ବରିÂ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।

ସ୍ମାର୍ଟ ଜନପଥ ପ୍ରକଳ୍ପ:
ବ୍ୟାପ୍ତି: ୫.୫ କିମି (ବାଣୀବିହାର ଛକଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ପରିବ୍ୟାପ୍ତ)
ଖର୍ଚ୍ଚ ଅଟକଳ: ଟ. ୮୦.୪୭ କୋଟି
ପ୍ରକଳ୍ପ ଅବଧି: ୨୪ ମାସ
ପ୍ରକଳ୍ପ ସୂଚନା: ବାଣୀବିହାର ଛକଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଏବଂ ପୁନର୍ବିନ୍ୟାସ ।
ପଥଚାରୀ, ସାଇକେଲ୍ ଚାଳକ ଏବଂ ଶିଶୁମାନଙ୍କ ପାଇଁ ନିରାପଦ ଗମନାଗମନ ବ୍ୟବସ୍ଥା ।

ୟୁନିଟ୍ – ୨ ବହୁତଳ କାର୍ ପାର୍କିଙ୍ଗ୍:
ଜମିର ପରିମାଣ: ୦.୯୭୨ ଏକର
ଖର୍ଚ୍ଚ ଅଟକଳ: ଟ. ୪୬.୭୯ କୋଟି
ପ୍ରକଳ୍ପ ଅବଧି: ୧୮ ମାସ
ସର୍ବନିମ୍ନ କାର୍ ପାର୍କିଙ୍ଗ ସ୍ଥାନ: ୪୫୦ (ଆନୁମାନିକ)
ସର୍ବନିମ୍ନ ବ୍ୟବସାୟିକ ସ୍ଥାନ: ୫୭,୦୦୦ ବର୍ଗଫୁଟ (ଆନୁମାନିକ)
ସୌରଚାଳିତ ଆଡାପ୍ଟିଭ୍ ଟ୍ରାଫିକ୍ ସିଗ୍ନାଲ୍ ନିୟନ୍ତ୍ରଣ ସିଷ୍ଟମ୍:
ଖର୍ଚ୍ଚ ଅଟକଳ: ଟ. ୧୪.୬୯ କୋଟି
ପ୍ରକଳ୍ପ ଅବଧି: ୯ ମାସ
ପ୍ରକଳ୍ପ ସୂଚନା:
 ସର୍ବମୋଟ ୫୮ଟି ଟ୍ରାଫିକ୍ ଛକରେ ଏହି କାର୍ଯ୍ୟ ପୁନେସ୍ଥିତ ସିଡାକ୍ର ଉକ୍ଟଝସଉକ୍ଟଝଞ ଜ୍ଞାନକୌଶଳରେ
ବିକଶିତ ହେବ ।
 ସଂପ୍ରତି, ସଚିବାଳୟ ମାର୍ଗର ୫ଟି ଟ୍ରାଫିକ୍ ଛକରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକଭାବରେ ପ୍ରଚଳନ
କରାଯାଇଛି । ଉକ୍ତ ସ୍ଥାନଗୁଡିକ ହେଉଛି ହାଉସିଙ୍ଗ୍ବୋର୍ଡ ଛକ, ଇନ୍ଷ୍ଟିଚ୍ୟୁସନ ଅଫ୍ ଇଂଜିନିୟର୍ସ ଛକ,
ନିକୋପାର୍କ ଛକ, ରିଜିଓନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ ଛକ ଏବଂ ଆନନ୍ଦ ବଜାର ଛକ ।
 ପ୍ରମୁଖ ସୁବିଧାଗୁଡିକ ମଧ୍ୟରେ ରହିଛି ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସହଜ ଓ ତ୍ୱରାନ୍ିତ କରିବା, ଟ୍ରାଫିକ୍
ଜାମ୍ କମ୍ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲାରେ ସହାୟତା କରିବା ।
ସମନ୍ୱିତ ଜନସେବା କେନ୍ଦ୍ର, ସହୀଦ ନଗର :
ଜମିର ପରିମାଣ: ୦.୩୦ ଏକର; ନିର୍ମିତ କ୍ଷେତ୍ର: ୧୩,୦୮୪ ବର୍ଗଫୁଟ
ଖର୍ଚ୍ଚ ଅଟକଳ: ଟ. ୩.୫ କୋଟି
ପ୍ରକଳ୍ପ ଅବଧି: ୧୨ ମାସ
ପ୍ରକଳ୍ପ ସୂଚନା: ‘ଏକ ସ୍ଥାନ, ବହୁମୁଖୀ ବ୍ୟବହାର’ ଆଧାରରେ ନିର୍ମିତ ହେବାକୁଥିବା ଏହି କେନ୍ଦ୍ରରେ ବିଲ୍ ପଇଠ
କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ଶିଶୁ ଓ ଗୋÂୀ ଗୃହ, ୱାର୍ଡ କାର୍ଯ୍ୟାଳୟ, ବହୁମୁଖୀ ହଲ୍, ତାଲିମ ଓ ଡିଜିଟାଲ ଶିକ୍ଷା କେନ୍ଦ୍ର,
ପାଠାଗାର ଓ ପଠନ କକ୍ଷ ଇତ୍ୟାଦି ସୁବିଧା ରହିବ ।
ସହୀଦ ନଗର ବହୁତଳ କାର୍ ପାର୍କିଙ୍ଗ୍:
ଜମିର ପରିମାଣ: ୦.୭୫ ଏକର
ଖର୍ଚ୍ଚ ଅଟକଳ: ଟ. ୩୦.୯୫ କୋଟି
ପ୍ରକଳ୍ପ ଅବଧି: ୧୨ ମାସ
ସର୍ବନିମ୍ନ କାର୍ ପାର୍କିଙ୍ଗ ସ୍ଥାନ: ୨୫୦ (ଆନୁମାନିକ)
ସର୍ବନିମ୍ନ ବ୍ୟବସାୟିକ ସ୍ଥାନ: ୩୮,୦୦୦ ବର୍ଗଫୁଟ (ଆନୁମାନିକ)

Share in top social networks!