ରାଷ୍ଟ୍ରପତି ପଦବୀ ରାଜନୈତିକ ବିଚାରରୁ ଊଦ୍ଧ୍ୱର୍ରେ ଓ ବିଜୁ ଜନତା ଦଳ ଏହାକୁ ରାଜନୀତିର ଊଦ୍ଧ୍ୱର୍ରେ ରଖିବାକୁ ଚାହେଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

naveenberhampurରାଜ୍ୟ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ, ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା,ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ମହାନଦୀ ପାଣି ସମସ୍ୟାକୁ ଉପରେ ଛତିଶଗଡ଼ ମନ୍ତ୍ରୀଙ୍କ ନକରାତ୍ମକ ଟିପ୍ପଣୀ ଆଦି ପ୍ରସଂଗକୁ ନେଇ ବିଜୁ ଯୁବ ଜନତା ଦଳ ଜନସାଧାରଣଙ୍କ ନିକଟରେ ରଖିବା ଲକ୍ଷ୍ୟ ନେଇ ଆଜି ବ୍ରହ୍ମପୁରସ୍ଥିତଆମ୍ବପୁଆ ପଡ଼ିଆରେ ଏକ ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ
କୁମାର ଦାସବର୍ମା ସଭାପତିତ୍ୱ ଅନୁÂିତ ସମ୍ମିଳନୀରେ ବିଜେଡି ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ
ଜନତା ଦଳ ପ୍ରତିନିଧିଙ୍କୁ ଉଦ୍‍ବୋଧନ ଦେଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‍ବୋଧନରେ କହିଥିଲେ ଯେ ଆଜି ଗଞ୍ଜାମ ଜିଲ୍ଲାରେ ସାଉଥ୍‍ ଓଡ଼ିଶା ଜୋନ୍‍ର ବିଜୁ ଯୁବ ଜନତା ଦଳର କାର୍ଯ୍ୟକ୍ରମକୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି । ବାଲେଶ୍ୱର ଜୋନ୍‍ରେ ଆମର ପ୍ରଥମ ସଭା ବହୁତ ସଫଳ ହୋଇଥିଲା । ସେଠାରେ ମୁଁ ଦକ୍ଷତା ବିକାଶ ଜରିଆରେ ଓଡ଼ିଶାର ବିକାଶ କଥା କହିଥିଲି । ଖୁସିର କଥା, ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ ଜରିଆରେ ଜୀବିକା ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ହୋଇଛି । ଏଥିପାଇଁ ଏବେ ଆମେ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କାର ପାଇଛୁ । ସେହିପରି ପିଏମ୍‍ଜିଏସ୍‍ୱାଇ ଓ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ମଧ୍ୟ ଆମେ ଭଲ କାମ କରି ପୁରସ୍କାର ପାଇଛୁ । ଆପଣମାନେ ଜାଣନ୍ତି, ଏପରି
ଅନେକ କ୍ଷେତ୍ରରେ ଆମେ ଭଲ କାମ କରି ସାରା ଦେଶରେ ମଡେଲ୍‍ ରାଜ୍ୟ ହୋଇପାରିଛୁ । ସବୁ କ୍ଷେତ୍ରରେ ଉକ୍ରର୍ଷ ଆମର ଲକ୍ଷ୍ୟ ।
୨୦୩୬ରେ ଯେତେବେଳେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ହେବ, ସେତେବେଳେ ଓଡ଼ିଶା ସବୁ କ୍ଷେତ୍ରରେ ସବୁଠାରୁ ଆଗରେ
ରହିବା ଦରକାର । ଆମର ଏହି ଭିଜନକୁ ଯୁବ ସମାଜ ହିଁ ସଫଳ କରିପାରିବ । ଆପଣମାନେ ହେଉଛନ୍ତି, ଆମ ରାଜ୍ୟ ଓ ଦେଶର ଶକ୍ତି ।
ଆମର ସବୁକିଛି କାର୍ଯ୍ୟକ୍ରମ ଆପଣମାନଙ୍କ ଜରିଆରେ ସଫଳ ହୋଇଛି ଓ ଆଗାମୀ ଦିନରେ ମଧ୍ୟ ସଫଳ ହେବ ।

ଓଡ଼ିଶାରେ ଶିଳ୍ପ ଓ ଦକ୍ଷତା ବିକାଶ ଜରିଆରେ ଅଧିକ ନିଯୁକ୍ତି ସୃଷ୍ଟି ମୋ ସରକାରର ଲକ୍ଷ୍ୟ । ଗତ ୩ବର୍ଷ ମଧ୍ୟରେ ୫ଲକ୍ଷ ନିଯୁକ୍ତି ସୃଷ୍ଟି
ହୋଇଛି । କେବଳ ସରକାରୀ ସ୍ତରରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହୋଇଛି । ନିକଟରେ ଆମେ ୧୦ଟି କମ୍ପାନୀକୁ ଓଡ଼ିଶାରେ ଶିଳ୍ପ କରିବା
ପାଇଁ ଅନୁମୋଦନ ଦେଇଛୁ । ଏହାଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ । ଓଡ଼ିଶାର ଯୁବକ, ଛାତ୍ରମାନଙ୍କ ବିକାଶ ପାଇଁ ଆମ
ଯୁବ ନୀତିରେ ଅନେକ ବ୍ୟବସ୍ଥା ରହିଛି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ପଦବୀ ରାଜନୈତିକ ବିଚାରରୁ ଊଦ୍ଧ୍ୱର୍ରେ ଓ ବିଜୁ ଜନତା ଦଳ ଏହାକୁ ରାଜନୀତିର ଊଦ୍ଧ୍ୱର୍ରେ ରଖିବାକୁ
ଚାହେଁ । ପ୍ରକୃତରେ କହିବାକୁ ଗଲେ ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନୁହେଁ । ମୋ ମତରେ ଏକ ପରିପକ୍ୱ ଗଣତନ୍ତ୍ରରେ
ଭାରତର ରାଷ୍ଟ୍ରପତି ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ଉଚିତ୍‍ । ତେଣୁ ପ୍ରଧାନମନ୍ତ୍ରୀ ଯେତେବେଳେ ଶ୍ରୀ ରାମନାଥ କୋଭିନ୍ଦଙ୍କ ନାମର
ପ୍ରସ୍ତାବ ଦେଲେ, ଦେଶର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ବିଷୟକୁ ବିଚାରକୁ ନେଇ ଆମେ ଆମର ସମର୍ଥନ ଜଣାଇଲୁ ।
ଆପଣମାନେ ଜାଣନ୍ତି, ଗତ ନିର୍ବାଚନରେ ବିଜେପି ତା’ର ନିର୍ବାଚନ ଘୋଷଣାପତ୍ରରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
ପ୍ରତିଶ୍ରୁତି ଦେଇଥିଲା । ଏହା ବିଜେପିର ଏକ ନମ୍ବର ବିଷୟ ରହିଥିଲା । କିନ୍ତୁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ବର୍ତ୍ତମାନ ସେମାନେ ଏହି
ପ୍ରସଂଗରେ ନକରାତ୍ମକ ମତ ରଖୁଛନ୍ତି ।

ଦ୍ୱିତୀୟତଃ, କୃଷକମାନଙ୍କର ପ୍ରସଂଗ ଏକ ଜାତୀୟ ପ୍ରସଂଗ ଅଟେ ଏବଂ କେନ୍ଦ୍ର ସରକାରଙ୍କ ସମର୍ଥନ ବ୍ୟତୀତ ଏହାର ସମାଧାନ
ହୋଇପାରିବ ନାହିଁ । କିନ୍ତୁ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ କେନ୍ଦ୍ର ସରକାରଙ୍କର ଗତକାଲିର ନିଷ୍ପତ୍ତି ବହୁତ ନୈରାଶ୍ୟଜନକ ହେଲା ।

ତୃତୀୟତଃ, ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା ଏବଂ ଏହା ଓଡ଼ିଶାର ଲୋକମାନଙ୍କର ଜୀବିକା ଓ ସଂସ୍କୃତି ସହିତ ଗଭୀର
ଭାବରେ ଜଡ଼ିତ ଅଟେ । ମହାନଦୀ ପ୍ରସଂଗରେ କେନ୍ଦ୍ର ସରକାର ଏକ ପକ୍ଷପାତିତାମୂଳକ ଭୂମିକା ଗ୍ରହଣ କରି ନିଜର କର୍ତ୍ତବ୍ୟ ପାଳନ
କରିବାରେ ବିଫଳ ହୋଇଛନ୍ତି ।

ବିଜୁ ଜନତା ଦଳ ପ୍ରତିବଦ୍ଧତାରେ ବିଶ୍ୱାସ କରେ । ତେଣୁ ପ୍ରଥମ ଦିନରୁ ହିଁ ଆମେ ଆମ ମନ୍ତ୍ରିମଣ୍ଡଳ ବୈଠକରେ ନିର୍ବାଚନ
ଘୋଷଣାପତ୍ରରେ ଥିବା ପ୍ରତିଶ୍ରୁତିଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‍ବୋଧନରେ କହିଥିଲେ ।
ପ୍ରାରମ୍ଭରେ ଡ. ପ୍ରଦୀପ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ,
ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷଣ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ମଞ୍ଚାସୀନ ପୂର୍ବରୁ ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ
ରବି ନାରାୟଣ ନନ୍ଦ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ମନ୍ତ୍ରୀ ରମେଶ ମାଝୀ, ମହେଶ୍ୱର ମହାନ୍ତି, ଶ୍ରୀମତୀ ଉଷା ଦେବୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଏନ୍‍. ଭାସ୍କର ରାଓ, ଲଡୁ କିଶୋର ସ୍ୱାଇଁ, ଝିନ୍ନ
ହିକ୍‍କା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଶ୍ରୀକାନ୍ତ ସାହୁ, ଶ୍ରୀମତୀ ନନ୍ଦିନୀ ଦେବୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରିୟଂଶୁ ପ୍ରଧାନ,
ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ କୁମାର ବଳବନ୍ତରାୟ, ଅନୁଭବ ପଟ୍ଟନାୟକ, ରାଜ୍ୟ ସଂପାଦକ ବିଜୟ
ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

ଏହି ସମ୍ମିଳନୀରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାର ସଂଗଠନକୁ ମଜଭୁତ କରିବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ବେଳେ ଜିଲ୍ଲା, ବ୍ଲକ,
ପଞ୍ଚାୟତ ଓ ୱାର୍ଡ କମିଟି ଗଠନ କରି ସଂଗଠନକୁ ସୁଦୃଢ଼ କରାଯିବା ଉପରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଜିଲ୍ଲାରେ ପଞ୍ଚାୟତସ୍ତରରେ
ସୋସିଆଲ୍‍ ମିଡିଆ ୟୁନିଟ୍‍ ଗଠନ କରି ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଅପପ୍ରଚାରକୁ
ପ୍ରତିହତ କରିବା ପାଇଁ ଯୁବକଯୁବତୀଙ୍କୁ ସଚେତନ କରାଯାଇଥିଲା । ବିଜୁ ଜନତା ଦଳର ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁସାରେ ଏହି ଜୋନ୍‍ର
ଯୁବ ସମ୍ମିଳନୀରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାର ସଭାପତି, ଯୁବ ଓ
ଛାତ୍ର ବିଜେଡି ସଭାପତିଙ୍କୁ ମିଶାଇ ୩୦ ହଜାରରୁ ଊଦ୍ଧ୍ୱର୍ ଯୁବକ ଓ ଛାତ୍ର ଯୋଗ ଦେଇଥିଲେ । ଏହି ସମାବେଶ ପାଇଁ ହିଞ୍ଜିଳିରୁ ୧୨୦୦ରୁ
ଊଦ୍ଧ୍ୱର୍ ଏକ ବାଇକ୍‍ ରାଲି ସମ୍ମିଳନୀ ସ୍ଥଳକୁ ଆସିଥିଲା ।

Share in top social networks!