ଅମିତ ଶାହଙ୍କ ଗଂଜାମ ଗସ୍ତ ପୂର୍ବରୁ ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ଗୋକୁଳାନନ୍ଦ ମଲ୍ଲିକଙ୍କ ବିଜେପିରେ ଯୋଗଦାନ

ଗଂଜାମ ଜିଲ୍ଲାରେ ବିଜେପି ସୁଦୃଢ ହେବ – ଧର୍ମେନ୍ଦ୍ର ପ୍ରଧାନ
• ବିଜେଡି ସରକାର ନିଜର ସ୍ଥାଣୁତା ଓ ଅପାରଗତା ତଥା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେନ୍ଦ୍ରୀୟ
ଅବହେଳାର ଡ୍ରାମା କରୁଛି
• ତ୍ରୟୋଦଶ ଅର୍ଥ କମିଶନ ସମୟରେ କେନ୍ଦ୍ରରୁ ରାଜ୍ୟରୁ ମିଳିଥିବା ୨୨-୨୩ ହଜାର କୋଟି ଟଙ୍କା ଏବେ ୬୫ ହଜାର
କୋଟି ଟଙ୍କାରେ ପହଂଚିଲାଣି
• କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆ ନ ଯିବା ସମ୍ପର୍କରେ ନୀତି ଆୟୋଗ ନିର୍ଣୟରେ ଖୋଦ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ସାମିଲ ଥିଲେdpmallick

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଂଜାମ ଗସ୍ତ ପୂର୍ବରୁ ଗଂଜାମ ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ଗୋକୁଳାନନ୍ଦ ମଲ୍ଲିକ ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମଲ୍ଲିକ ତାଙ୍କର
ହଜାରେରୁ ଉର୍ଧ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି ।

ଗତ ବିଧାନସଭା ନିର୍ବାଚନରେ ପୋଲସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପାଖାପାଖି
୪୫ ହଜାର ଭୋଟ ପାଇଥିବା ଗୋକୁଳାନନ୍ଦ ମଲ୍ଲିକଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ ବୋଲି ଶ୍ରୀ ପ୍ରଧାନ
ଆଶାବ୍ୟକ୍ତ କରିଛନ୍ତି । ମଲ୍ଲିକଙ୍କ ଯୋଗଦାନ ଗଂଜାମ ଜିଲ୍ଲା ବିଶେଷ ଭାବେ ଆସିକା ସବଡିଭିଜନରେ ବିଜେପିର ସ୍ଥିତିକୁ
ଆହୁରି ମଜବୂତ କରିବ ଓ ରାଜ୍ୟରେ ସ୍ଥାଣୁ- ଅପାରଗ ସରକାର ବିରୁଦ୍ଧରେ ବିଜେପିର ଲଢେଇକୁ ଜିଲ୍ଲାରେ ନିର୍ଣାୟକ
ମୋଡ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ବିଜେଡିର କେନ୍ଦ୍ରୀୟ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର
ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ବିଜେଡି ସରକାର ନିଜର ସ୍ଥାଣୁତା ଓ ଅପାରଗତା ତଥା ନିଜର ଦୋଷ
ଦୁର୍ବଳତାକୁ ଲୁଚାଇବା ପାଇଁ କେନ୍ଦ୍ରୀୟ ଅବହେଳାର ଡ୍ରାମା କରୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତ୍ରୟୋଦଶ ଅର୍ଥ କମିଶନ
ସମୟରେ କେନ୍ଦ୍ରରୁ ରାଜ୍ୟରୁ ମିଳିଥିବା ୨୨-୨୩ ହଜାର କୋଟି ଟଙ୍କା ଏବେ ୬୫ ହଜାର କୋଟି ଟଙ୍କାରେ ପହଂଚିଲାଣି
ା ନୀତି ଆୟୋଗ ହେବା ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ସଂପୂର୍ଣ ରୂପେ ଅପ୍ରାସଙ୍ଗିକ ହୋଇ ଯାଇଛି ।
କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆ ନ ଯିବା ସମ୍ପର୍କରେ ନୀତି ଆୟୋଗ ନିର୍ଣୟରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ସାମିଲ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟ ସରକାରଙ୍କ ଉପରେ ପାଲଟା ପ୍ରଶ୍ନ ଉଠାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନଗଡାର ଶିଶୁ ମଡକ କାହା ପାଇଁ ହୋଇଛି ।
କଳାହାଣ୍ଡିର ଦାନ ମାଝୀ କାନ୍ଧରେ ସ୍ତ୍ରୀର ମର ଶରୀର ସତ ନା ମିଛ ବୋଲି ସେ ପ୍ରଶ୍ନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ
ମୃତ ଶିଶୁକୁ ବାପା ମା ଧରି ଚାଲି ଚାଲି ତିନି କିମି ଘରକୁ ଯିବା ଖବର ଆଜି ବି ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
ମହାପ୍ରୟାଣ ଗାଡି କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Share in top social networks!