ଚିଲିକା ହ୍ରଦକୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରିବା ପାଇଁ ସହଯୋଗର ହାତ ବଢାଇଲା ଓଏନଜିସି

ongcunesco
• ଚିଲିକା ହ୍ରଦ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳର ପରିବେଶ ସଂରକ୍ଷଣ ତଥା ସୁରକ୍ଷା ଦିଗରେ କାର୍ଯ୍ୟ କରିବ ଓଏନଜିସି
ଭୁବନେଶ୍ୱର, ୨୧, ଜୁନ ୨୦୧୭- ଚିଲିକା ହ୍ରଦକୁ ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରଦାନ କରିବା ଏବଂ ମଙ୍ଗଳାଯୋଡ଼ିକୁ ପକ୍ଷୀ ଜଗୁଆଳିର ଭୂସ୍ୱର୍ଗ ଭାବେ ଘୋଷଣା କରିବା ଉଦେ୍ଧଶ୍ୟରେ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳର ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ସଂରକ୍ଷଣ ଉପାୟମାନ ଅନୂସରଣ କରିବା ଭଳି ମହତ୍ତ୍ୱାକାଂକ୍ଷୀ ପରିଯୋଜନା ଓଏନ୍ଜିସି ନିଜ ହାତକୁ ନେଇଛି । ଓଏନ୍ଜିସିର ନିଦେ୍ର୍ଧଶକ (ଏଚ୍ଆର୍) ଶ୍ରୀ ଡି ଡି ମିଶ୍ର, ୟୁଏନ୍ସ୍କୋର ନିଦେ୍ର୍ଧଶକ ଶ୍ରୀ ଶିଗେରୁ ଆୟୋଗୀ ଙ୍କୁ ନେଇ ଗଠିତ ଏକ ସଂଯୁକ୍ତ ଦଳ ଦ୍ୱାରା ଏକ ପ୍ରାଥମିକ ସର୍ବେକ୍ଷଣ କରାଯାଇଛି । ଏହି ଦଳ ଶ୍ରୀମତୀ ପଞ୍ଚାମୀ ମନୁ ଉକ୍ଲୀ, ସଂସ୍ଥାପକ, ଭୁବନେଶ୍ୱର ବାର୍ଡ ୱାକ୍ସଙ୍କ ସହିତ ମଙ୍ଗଳାଯୋଡ଼ି ଆର୍ଦ୍ର ଏବଂ ଏହାର ଆଖପାଖ ଗ୍ରାମଗୁଡ଼ିକୁ ଗତ ୨୦ ତାରିଖରେ ଗସ୍ତ କରିଥିଲେ । ଏହି ଦଳରେ ଅନ୍ୟାନ୍ୟ ଅଧିକାରୀ, ସ୍ଥାନୀୟ ପ୍ରଶାସନ ପ୍ରତିନିଧି, ଉନ୍ନୟନ ଅଧିକାରୀ ଏବଂ ସରପଞ୍ଚ ମଧ୍ୟ ସାମିଲ ଥିଲେ ।
ଗ୍ରାମ ଏବଂ ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ହିତଧାରକର ପରିଣାମ ସ୍ୱରୂପ କିଛି ଫୋକାଲ କ୍ଷେତ୍ରର ଚିହ୍ନଟ ଆରମ୍ଭ ହୋଇସାରିଛି ଯାହାଫଳରେ ଏହି ଉଦ୍ୟମ ଶେଷରେ ଚିଲିକା ହ୍ରଦ ରୂପରେ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇପାରିବ । ଏହା ସହିତ ମଙ୍ଗଳାଯୋଡ଼ି ଗାଁରେ ଓଏନ୍ଜିସି ଦ୍ୱାରା ବିଭିନ୍ନ ସିଏସ୍ଆର୍ ଗତିବିଧିର ପ୍ରସ୍ତାବ ଦିଆଯାଇଛି ।
ପରେ ଏହି ଦଳ ମାନ୍ୟବର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ (ସ୍ୱାଧିନ) କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ କରି ଏହି ଗସ୍ତ ସମ୍ବନ୍ଧରେ ଅବଗତ କରାଇଥିଲେ । ମାନ୍ୟବର ମନ୍ତ୍ରୀ ଓଏନ୍ଜିସି ଏବଂ ୟୁନେସ୍କୋ ଦ୍ୱାରା ଚିଲିକା ହ୍ରଦର ପରିବେଶ-ପ୍ରଣାଳୀର ବ୍ୟାପକ ବିକାଶ ପାଇଁ ବିଶେଷ ଭାବେ ଏହି ଉଦ୍ୟମକୁ ପ୍ରଂଶସା କରିଥିଲେ । ବିଶେଷ କରି ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିର ପ୍ରଂଶସା କରିଥିଲେ, ଯାହାକି ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀ ସଂରକ୍ଷଣ ସହିତ ଆନ୍ତରିକ ଭାବେ ଯୋଡ଼ି ହୋଇ ରହିଛି ।
ଶ୍ରୀ ଶୀଗେରୁ ଆୟୋଗି ମାନ୍ୟବର ମନ୍ତ୍ରୀଙ୍କ ଏହି ସଂରକ୍ଷଣ ନିମନ୍ତେ ଥିବା ଉତ୍ସାହକୁ ପ୍ରଂଶସା କରିଥିଲେ ଏବଂ ଚିଲିକାକୁ ୟୁନେସ୍କୋର ଏକ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ଆଶ୍ୱାସନା ଦେଇଥିଲେ । ଏତଦ୍ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟ ଯେପରିକି, ଗ୍ରାମ ଉନ୍ନୟନ, ବିତ୍ତ, କୃଷି, ମତ୍ସ୍ୟ ଏବଂ ପଶୁପାଳନ, ପରିବେଶ ଓ ଜଙ୍ଗଲ ଆଦି ସମସ୍ତଙ୍କ ସହଭାଗିତାରେ ଏହି ଉଦ୍ୟମ ସମ୍ପର୍କିତ ଏକ ବିସ୍ତୃତ ବିକାଶ ଯୋଜନାଭିତ୍ତିକ ତଥ୍ୟାବଳୀ ପ୍ରସ୍ତୁତ କରିବା ସମ୍ପର୍କରେ ସମସ୍ତ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ ।

ଶ୍ରୀ ଶ୍ରୀଗେରୁ ଆୟୋଗି ରାଜ୍ୟ ସରକାରଙ୍କ ମାନ୍ୟବର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି ଶ୍ରୀ ରାଉତରାୟ ଆଶ୍ୱାସନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଚିଲିକା ଡେଭେଲପମେଣ୍ଟ ଅଥରିଟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସମର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ମାନ୍ୟବର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ (ସ୍ୱାଧିନ) କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓଏନ୍ଜିସି ଏବଂ ୟୁନେସ୍କୋ ଚିଲିକା ହ୍ରଦ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ସମ୍ବନ୍ଧରେ ଖୁବ ଶୀଘ୍ର ଏକ ବିସ୍ତୃତ ସଂରକ୍ଷଣ ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ଆଶା ପ୍ରକାଶ କରିଛନ୍ତି ।

Share in top social networks!