ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କ୍ଷେତ୍ରରେ ଓଡ଼ିଶାର କୃତିତ୍ୱ ଯୋଗୁଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ

ପିଏମ୍ଜିଏସ୍ଓ୍ୱାଇ, ଗ୍ରାମ୍ୟ ସଂଯୋଗୀକରଣ ଓ ରାସ୍ତା ନିର୍ମାଣରେ ସବୁଜ ବୈଷୟିକ ଜ୍ଞାନକୌଶଳର ଉପଯୋଗରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ
rddept
ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଭବ୍ୟ ଓ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ତିନୋଟି ପୁରସ୍କାରରେ ପୁରସ୍କୃତ କରିଛନ୍ତି । ୨୦୧୬-୧୭ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟରେ ୫ ହଜାର ୭୯୬ କିଲୋମିଟର ରାସ୍ତା ନିର୍ମାଣ କରି ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ହୋଇପାରିଛି । ସେହିଭଳି ରାଜ୍ୟର ୧ ହଜାର ୬୮୫ଟି ଜନବସତିକୁ ସବୁଦିନିଆ ଉନ୍ନତମାନର ରାସ୍ତା ଦ୍ୱାରା ସଂଯୁକ୍ତ କରାଇ ଆମ ରାଜ୍ୟ ଦେଶରେ ଦ୍ୱିତୀୟ ସ୍ଥାନ ଅଧ#କାର କରିଛି । ସବୁଜ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ରାଜ୍ୟର ୫୬୨ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କ୍ଷେତ୍ରରେ ସମଗ୍ର ଦେଶରେ ଆମେ ଦ୍ୱିତୀୟ ହୋଇ ଗୌରବର ଅଧ#କାରୀ ହୋଇପାରିଛୁ ।
ସୂଚନାଯୋଗ୍ୟ ଯେ, ୨୦୧୬-୧୭ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ବିହାର ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ, ସର୍ବାଧ#କ ଜନବସତି ସଂଯୋଗୀକରଣ କ୍ଷେତ୍ରରେ ବିହାର ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ଏବଂ ସବୁଜ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାରେ ମଧ୍ୟପ୍ରଦେଶ ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୦ ମସିହା ଅପ୍ରେଲ ୧ ସୁଦ୍ଧା ଆମ ରାଜ୍ୟର ଗ୍ରାମାଞ୍ଚଳରେ ୨୭ ହଜାର କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗର ପିଚୁ ବା ପMା ରାସ୍ତା ଥ#ଲା । ୨୦୦୪ ଅପ୍ରେଲ ୧ ସୁଦ୍ଧା ୫୪୦ କୋଟି ଟଙ୍କା ବିନିଯୋଗ କରି ଏହା ୨୯ ହଜାର ୫୫୦ କିଲୋମିଟରରେ ପହଞ୍ଚିଥ#ଲା । ୨୦୦୯ ଅପ୍ରେଲ ୧ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ୩ ହଜାର ୮୫୦ କୋଟି ଟଙ୍କା ବିନିଯୋଗ କରି ଗ୍ରାମାଞ୍ଚଳରେ ସମୁଦାୟ ୩୮ ହଜାର ୩୪୦ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିଥ#ଲା । ୨୦୧୪ ଅପ୍ରେଲ ୧ ସୁଦ୍ଧା ୧୨ ହଜାର ୬୨୦ କୋଟି ଟଙ୍କା ବିନିଯୋଗରେ ଗ୍ରାମାଞ୍ଚଳର ରାସ୍ତା ୫୭ ହଜାର ୫୩୦ କିଲୋମିଟର ଦୀର୍ଘ ହୋଇଥ#ଲା । ୨୦୧୭ ଅପ୍ରେଲ ୧ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ୧୯ ହଜାର ୭୭୦ କୋଟି ଟଙ୍କା ବିନିଯୋଗ କରି ରାଜ୍ୟରେ ସମୁଦାୟ ଗ୍ରାମ୍ୟ ରାସ୍ତାକୁ ୭୪ ହଜାର ୯୪୦ କିଲୋମିଟରରେ ପହଞ୍ଚାଇପାରିଛି ବୋଲି ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।

Share in top social networks!