ବ୍ରାହ୍ମଣୀ ନଦୀ ପ୍ରସଙ୍ଗ : ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିବାକୁ ଦିଲିପ ରାୟଙ୍କ ନିବେଦନ

18056900_632492976945787_3850406912135629058_nମହାନଦୀ ଜଳ ବିବାଦକୁ ନେଇ ଏବେ ସବୁ ରାଜନୈତିକ ଦଳ ବ୍ୟସ୍ତ । ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଛି ଅଭିଯୋଗ ଓ ପ୍ରତିଅଭିଯୋଗ । ଛତିଶଗଡ଼ର ବ୍ୟାରେଜ ଯୋଗୁଁ ମହାନଦୀ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଓଡ଼ିଶାରେ ସବୁ ଦଳରୁ ସ୍ୱର ଉଠିଛି । କିନ୍ତୁ ଆଉ ଏକ ବଡ଼ ନଦୀ ବ୍ରାହ୍ମଣୀ ବିପଦର ସମ୍ମୁଖୀନ ହେବାକୁ ଯାଉଛି । ଝାଡ଼ଖଣ୍ଡ ସରକାରଙ୍କ ବ୍ରାହ୍ମଣୀ ଉପର ମୁଣ୍ଡରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଓଡ଼ିଶାର ଅନେକ ଜିଲ୍ଲାରେ ଜଳ ସଂକଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ତେଣୁ ମହାନଦୀ ପରି ନେଡିଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରାଉରକେଲାର ଭାଜପା ବିଧାୟକ ଦିଲିପ ରାୟ । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସେ ଜଳ ବଣ୍ଟନ ଚୁକ୍ତି ଲାଗି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି ।

ଦିଲିପ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ବ୍ରାହ୍ମଣୀ ସଂକଟ ବିଷୟରେ ବିଷଦ ଭାବେ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଝାଡ଼ଖଣ୍ଡ ସରକାର ଗୁମ୍‍ଲାରେ ୨୦୦୮ ମସିହାରେ ଏକ ବ୍ୟାରେଜ ନିର୍ମାଣ କରିବା କାରଣରୁ ରାଉରକେଲା ଇସ୍ପାତ କାରଖାନାକୁ ପାଣି ଯୋଗାଉଥିବା ମନ୍ଦିରା ଡ୍ୟାମ୍ର ଜଳ ପତନ ହ୍ରାସ ପାଇଛି । ଏବେ ସେହି ସରକାର ଦକ୍ଷିଣ କୋଏଲ୍ ନଦୀ ଉପରେ ୭୧୦ ମେଗାୱାଟ୍‍ ବିଦୁ୍ୟତ ଉପôାଦନ ପାଇଁ ଏକ ବନ୍ଧ ନିର୍ମାଣ କରୁଛନ୍ତି । ଏହା ଫଳରେ ବ୍ରାହ୍ମଣୀକୁ ଜଳ ପ୍ରବାହ ଆହୁରି ହ୍ରାସ ପାଇବ । ବ୍ରାହ୍ମଣୀ ନଦୀ ଉପରେ ଓଡ଼ିଶା କରିଥିବା ରେଙ୍ଗାଲି ଡ୍ୟାମ୍ ଏବଂ ସମଲ ବ୍ୟାରେଜ ମଧ୍ୟ ବହୁ ଭାବେ ପ୍ରଭାବିତ ହେବ । ବ୍ରାହ୍ମଣୀରେ ଜଳ ସଂକଟ ସୃଷ୍ଟି ହେଲେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲା ଭୀଷଣ ଭାବେ ପ୍ରଭାବିତ ହେବ ବୋଲି ଦିଲିପ ତାଙ୍କ ପତ୍ରରେ ଉଲ୍ଲେଖ କରିବା ସହ ଭିତରକନିକା ଅଭୟାରଣ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ଦର୍ଶାଇଛନ୍ତି । ଏଥିଯୋଗୁ ରାଉରକେଲା ଇସ୍ପାତ କାରଖାନା
ସମେତ ବହୁ କଳ କାରଖାନା ବନ୍ଦ ହୋଇଯିବ ଏବଂ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଉକ୍ରଟ ପାନୀୟ ଜଳ ଓ କୃଷି ପାଇଁ ଜଳସେଚନ ସମସ୍ୟା ଉକ୍ରଟତର ହେବ ବୋଲି ଶ୍ରୀ ରାୟ ଆଶଙ୍କାବ୍ୟକ୍ତ କରିଛନ୍ତି ।

ବ୍ରାହ୍ମଣୀ ଉପର ମୁଣ୍ଡରେ ଝାଡ଼ଖଣ୍ଡର ସବୁ ପ୍ରକଳ୍ପ ଯୋଗୁ ଓଡ଼ିଶାର ବ୍ୟାପକ କ୍ଷତି ହେଉଥିବାରୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥକୁ ଆଖିଆଗରେ ରଖି ହସ୍ତକ୍ଷେପ କରନ୍ତୁ ଏବଂ ତୁରନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଡାକିବା ସହ ବିବାଦର କିଭଳି ଆଶୁ ସମାଧାନ ହୋଇପାରିବ ତଥା ଜଳ ଆବଣ୍ଟନ ଫର୍ମୁଲା ଗୃହୀତ ହେବ ସେ ଦିଗରେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ଦିଲିପ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି ।

Share in top social networks!