ଦେଓଝର ଗ୍ରାମରେ ଜେ.ଏସ.ପି.ଏଲର ବିଦ୍ୟୁତକରଣ କାର୍ଯ୍ୟ ଉଦ୍ଘାଟିତ

ଦେଓଝର ଗ୍ରାମ ପଂଚାୟତର ଗେଟେ ସାହି ଗ୍ରାମରେ, ସ୍ଥାନୀୟ ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଇଦେବାରେ ସାହାଯ୍ୟ କରିବା ନିମନ୍ତେ, ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ (ଜେ.ଏସ.ପି.ଏଲ) ଦ୍ୱାରା ଐଞ ଏବଂ ଐଞ ଲାଇନ୍ ସହିତ ୨୫ କଠଇ ଝ/ଝ (୧୧/୦.୪ କଠ) ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ଏହି ବିଦ୍ୟୁତକରଣ କାର୍ଯ୍ୟକ୍ରମକୁ ଜେଏସପିଏଲ ବଡବିଲ ମୁଖ୍ୟ ତଥା ଇଭିପି ଶ୍ରୀ ଜି. ଶୁରେଶା, ସ୍ଥାନୀୟ ସରପଂଚ ଶ୍ରୀ ମଂଗଳ ମୁଣ୍ଡା ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।
ଏହି ବିଦ୍ୟୁତକରଣ କାର୍ଯ୍ୟକ୍ରମ ଦ୍ୱାରା ଆଦିବାସୀ ଅଧ୍ୟୁସିତ ଏହି ଗ୍ରାମର ୨୦୦ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ । ଏହି ଗ୍ରାମର ଶ୍ରୀମତି କାଦମ୍ବିନୀ ନାୟକ ନିଜର ଖୁସି ବ୍ୟକ୍ତକରି କହିଥିଲେ ଯେ, ଏବେ ପିଲାମାନେ ପାଠ ପଢିବା ପାଇଁ ଅଧିକ ସମୟ ପାଇବେ, ଏହି ସହାୟତା ପାଇଁ ଆମେ ଜେଏସପିଏଲକୁ ଧନ୍ୟବାଦ ଦେଉଛୁ ।
ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ଜେଏସପିଏଲ ବଡବିଲ ମୁଖ୍ୟ ତଥା ଇଭିପି ଶ୍ରୀ ଜି. ଶୁରେଶା କହିଥିଲେ ଯେ, ସ୍ଥାନୀୟ ଲୋକମାନଙ୍କ ବିକାଶ ତଥା ତାଙ୍କର ଜୀବନଧାରଣମାନରେ ଉନ୍ନତି ନିମନ୍ତେ ଜେଏସପିଏଲ ପ୍ରାଧାନ୍ୟ ଦେଇଥାଏ । ଆମେ ଆଶା କରୁଛୁ ଯେ, ଏହି ବିଦ୍ୟୁତକରଣ କାର୍ଯ୍ୟ ଦ୍ୱାରା ଦେଓଝର ଗ୍ରାମବାସୀଙ୍କ ବିକାଶ ହେବ ।
ଏହି ଅବସରରେ, ସୁରକ୍ଷିତ ତଥା ସଠିକ ବିଦ୍ୟୁତ ବ୍ୟବହାର ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ନେସ୍କୋର ୬% ସୁପରଭିଜନ ଯୋଜନାରେ ପ୍ରତିÂିତ ଏହି ବିଦ୍ୟୁତକରଣ କାର୍ଯ୍ୟ ନିମନ୍ତେ ଜେଏସପିଏଲ ପକ୍ଷରୁ ପ୍ରାୟ ୮.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ଏହି ଐଞ ଏବଂ ଐଞ ଲାଇନ୍ ସହିତ ୨୫ କଠଇ ଝ/ଝ (୧୧/୦.୪ କଠ) ଟ୍ରାନ୍ସଫର୍ମରକୁ ବିଦ୍ୟୁତକରଣ ପରେ ନେସ୍କୋକୁ ହସ୍ତାନ୍ତରଣ କରାଯାଇଛି ।
ନିଜର ସାମାଜିକ ଉତରଦାୟୀତ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ଜେଏସପିଏଲ ପକ୍ଷରୁ ବିଲେଇପଦା ଗ୍ରାମର ରୁପାସାହି, ଗୋମାସାହି ଏବଂ କରଣସାହିରେ ବିଦ୍ୟୁତକରଣ କାର୍ଯ୍ୟକ୍ରମ ଦ୍ୱାରା ୧୦୦୦ରୁ ଅଧିକ ଗ୍ରାମବାସୀ ଉପକୃତ ହେଉଛନ୍ତି ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ, ଜେଏସପିଏଲ ଏଭିପି (ଇ ଏଣ୍ଡ ଆଇ) ଆର.କେ.ମହାନ୍ତି, ଏଭିପି (ମାନବସଂବଳ) ବିବି ପ୍ରଧାନ, ଡିଜିଏମ (ଇ ଏଣ୍ଡ ଆଇ) ସୁନିଲ ପଟନାୟକ, ଏଜିଏମ (ମାନବସଂବଳ) ଏସ୍.ଏସ. ପଟନାୟକ, ଏଜିଏମ (ସିଏସ୍ଆର) ଭର୍ଜିଲ ଲାକ୍ରା, ଏଜିଏମ (ଇ ଏଣ୍ଡ ଆଇ) ପ୍ରଦିପ ଭି., ମ୍ୟାନେଜର (ମାନବସଂବଳ) ସୁଦେଶ କାରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Share in top social networks!