ନୟାଗଡକୁ ଗଡିଲା ପ୍ରଥମ ଟ୍ରେନ ପୂର୍ବରୁ ରେଳବାଇ କ୍ଷେତ୍ରରେ ଓଡିଶାକୁ ଅବହେଳା କରା ଯାଉଥିବା ବେଳେ ମୋଦି ଶାସନରେ ମିଳୁଛି ହକ – ଧର୍ମେନ୍ଦ୍ର ପ୍ରଧାନ

- ଖୋର୍ଧାରୋଡ ବଲାଙ୍ଗୀର ରେଳ ଲାଇନ ନୟାଗଡ ପର୍ଯ୍ୟନ୍ତ ରେଳ ଲାଇନ ସମେତ ରେଳ
ଚଳାଚଳର ଶୁଭାରମ୍ଭ
ପୂର୍ବରୁ କେନ୍ଦ୍ର ସରକାର ମାନେ ରେଳବାଇ କ୍ଷେତ୍ରରେ ଓଡିଶାକୁ ଅଣଦେଖା
କରୁଥିବା ବେଳେ ନରେନ୍ଦ୍ର ମୋଦୀ ଓ ସୁରେଶ ପ୍ରଭୁଙ୍କ ନେତୃତ୍ୱରେ ଓଡିଶାକୁ ତାର ହକ ମିଳିବା ଆରମ୍ଭ ହୋଇଛି ବୋଲି
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନୂଆ ଦିଲ୍ଲୀ ଠାରୁ ଖୋର୍ଧା ରୋଡ – ବଲାଂଗୀର
ଲାଇନ ଓ ତତ୍ସମ୍ବନ୍ଧିତ ଅନ୍ୟାନ୍ୟ ପ୍ରକଳ୍ପ ଭିଡିଓ କନଫ୍ରେନ୍ସିଂ ଜରିଆରେ ଶୁଭ ଉଦଘାଟନ ଅବସରରେ ଶ୍ରୀ ପ୍ରଧାନ ଏହା
କହିଛନ୍ତି ।
ଏହି ଅବସରରରେ ଖୋର୍ଧା ରୋଡ ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପର ବୋଲଗଡ ରୋଡ ଠାରୁ ନୟାଗଡ
ଟାଉନ ମଧ୍ୟରେ ନବ ନିର୍ମିତ ନୂତନ ଲାଇନକୁ ଲୋକାର୍ପଣ , ଖୋର୍ଧାରୋଡ- ବୋଲଗଡ ରୋଡ- ଖୋର୍ଧା ରୋଡ
ପ୍ୟାସେଂଜର ଟ୍ରେନ ଗୁଡିକର ନୟାଗଡ ଟାଉନ ପର୍ଯ୍ୟନ୍ତ ସଂପ୍ରସାରଣ ହେବା ସହ ନୟାଗଡ ଟାଉନ ଷ୍ଟେସନ ଭବନ,
ବୋଲଗଡ ଟାଉନ ଠାରେ ପ୍ୟାସେଂଜର ହଲ୍ଟର ଉଦଘାଟନ ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରଙ୍କର ଗତ ଚାରୋଟି ବଜେଟରେ ଓଡିଶାର ରେଳ ବିକାଶ ପାଇଁ ଭଲ
ପରିମାଣରେ ଆର୍ଥିକ ବ୍ୟୟବରାଦ କରାଯାଇଛି । ପୂର୍ବରୁ ବର୍ଷକୁ ହଜାରେ କୋଟି ଟଙ୍କା ରାଜ୍ୟର ରେଳ ବିକାଶ ପାଇଁ
ବ୍ୟୟବରାଦ ହେଉ ନ ଥିବା ବେଳେ ଗତ ବଜେଟରେ ୫୧୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଶ୍ରୀ ପ୍ରଧାନ
ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ୩୪ଟି ରେଳ ପ୍ରକଳ୍ପ କ୍ରିୟାନ୍ୱିତ ହେଉଛି । ନୂଆ ଲାଇନ, ଗଜ କନଭର୍ସନ, ଦୋହରୀ
କରଣ ବାବଦରେ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ କ୍ରିୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ଅଛି । ଏହା ଓଡିଶାର
ଅର୍ଥନୀତିର ବିକାଶରେ ଗୁରୁତ୍ୱପୂର୍ଣ ଭୂମିକା ନେବା ସହ ରାଜ୍ୟର ବିକାଶ ପାଇଁ ଏକ ଶକ୍ତ ମୂଳଦୁଆ ପକାଇବ ।
ପବିତ୍ର ରଥ ଯାତ୍ରାର ଅବ୍ୟବହିତ ପୂର୍ବରୁ ଓଡିଶାର ପ୍ରମୁଖ ଜିଲ୍ଲା କେନ୍ଦ୍ର ନୟାଗଡକୁ ରେଳ ସଂଯୋଗ ପହଂଚି ଥିବାରୁ ଶ୍ରୀ
ପ୍ରଧାନ ରେଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରେଳ ବିଭାଗ ଓଡିଶା
ବିକାଶର ଦୂତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି

Share in top social networks!