୩ୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଭୁବନେଶ୍ୱର ଜନତା ମଇଦାନରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ(ରାଷ୍ଟ୍ର) ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଭାଗ ନେବେ

• ୧୩ ପ୍ରସିଦ୍ଧ ଯୋଗ ଗୁରୁ ସାଧାରଣ ଲୋକଙ୍କୁ ଯୋଗ ଶିଖାଇବେ
• ୧୫୦୦୦ ଲୋକ ଏଥିରେ ଭାଗ ନେବେ
• ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର13501676_1045005062249739_6914226286831029777_n

ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗଦିବସ ଅବସରରେ ଜୁନ ୨୧ ତାରିଖରେ ଏକ ବିଶାଳ ଯୋଗ ଶିବିର ସ୍ଥାନୀୟ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି । ଏହି ଅବସରରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ (ରାଷ୍ଟ୍ର) ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ଆୟୋଜିତ ଏହି ଯୋଗ ଶିବିରରେ ପ୍ରାୟ ସବୁବର୍ଗର ୧୫୦୦୦ ଜନତାଙ୍କ ପାଇଁ ଯୋଗାଭ୍ୟାସ କରିବାର ବ୍ୟବସ୍ଥା କରାଯାଇଛି ।
ଏତଦ୍ବ୍ୟତୀତ ଭାରତର ବିଭିନ୍ନ ପ୍ରାନ୍ତରୁ ୧୩ ଜଣ ପ୍ରସିଦ୍ଧ ଯୋଗଗୁରୁ ଏହି ଶିବିରରେ ଭାଗ ନେଇ ଲୋକଙ୍କୁ ଯୋଗର ବିଭିନ୍ନ ମୁଦ୍ରା ବିଷୟରେ ଶିକ୍ଷା ଦେବା ସହିତ ଯୋଗ କିପରି ଏକ ସୁସ୍ଥ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିବ ସେ ବିଷୟରେ ଶିକ୍ଷା ଦେବେ । ଏହି ଯୋଗ ଶିବିର ଜନତା ମଇଦାନର ୧, ୫୦,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ କରାଯାଇଛି ।
୫ଟି ତୈଳ ଉପôାଦନକାରୀ ସଂସ୍ଥା ଆଇଓସି, ଏଚ୍ପିସି, ବିପିସି, ଓଏନ୍ଜିସି ଏବଂ ଗେଲ୍ ପକ୍ଷରୁ ଏହି ଯୋଗ ଶିବିର ଆୟୋଜନ କରାଯାଇଛି । ଏହି ଯୋଗ ଦିବସର କାର୍ଯ୍ୟକ୍ରମକୁ ବ୍ୟାପ୍ତ କରିବା ପାଇଁ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଲ୍ଇଡ଼ି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି ।
ଏ ନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଓସିର ସିଜିଏମ୍ ଶ୍ରୀ ପ୍ରିତିଶ ଭରତ ସୂଚନା ଦେଇଥିଲେ । ବିପିସିଏଲ୍ର ରାଜ୍ୟ ମୁଖ୍ୟ ଶ୍ରୀ ଡି. ପାଲିତ, ଏଚ୍ପିସିଏଲ୍ର ସିନିୟର ଜେନେରାଲ ମ୍ୟାନେଜର ଶ୍ରୀ ଅମୀୟ ପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

Share in top social networks!