ଧର୍ମେନ୍ଦ୍ରଙ୍କୁ ସୁଷମାଙ୍କ ପତ୍ର : ରାଜ୍ୟରେ ଆଉ ତିନୋଟି ସ୍ଥାନରେ ଖୋଲିବ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର

18194075_1340339649382944_8616136446563347945_n
- ବାଲେଶ୍ୱର, ବ୍ରହ୍ମପୁର, ଭବାନୀ ପାଟଣାରେ ଖୋଲିବାକୁ ସୁଷମାଙ୍କ ସମ୍ମତି
- ପୂର୍ବରୁ ତିନୋଟି ସ୍ଥାନରେ ଖୋଲି ସାରିଛି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର
- କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ପତ୍ର ଲେଖି କରିଥିଲେ ଅନୁରୋଧ
ବାଲେଶ୍ୱର, ବ୍ରହ୍ମପୁର ଓ ଭବାନୀ ପାଟଣାରେ ତିନୋଟି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବ ବୋଲି ବିଦେଶ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଶ୍ରୀ ପ୍ରଧାନ ତାଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅନୁରୋଧ କରିବା ପରେ ଉପରୋକ୍ତ ତିନୋଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲା ଯିବା ସମ୍ପର୍କରେ ନିଷ୍ପତି ନିଆ ଯାଇଥିବା ଶ୍ରୀମତୀ ସ୍ୱରାଜ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀମତୀ ସ୍ୱରାଜ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ଯୋଜନାରେ ଆଗାମୀ ପର୍ଯ୍ୟାୟରେ ବାଲେଶ୍ୱର, ବ୍ରହ୍ମପୁର (ଗଂଜାମ) ଓ ଭବାନୀପାଟଣା (କଳାହାଣ୍ଡି)ଠାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସୂଚନା ଯୋଗ୍ୟ ଯେ ଗତ ମଇ ମାସରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପତ୍ର ଲେଖି ରାଜ୍ୟରେ ତିନୋଟି ସ୍ଥାନରେ ପାସପୋର୍ଟ କେନ୍ଦ୍ର ଖୋଲା ଯାଇଥିବା ନେଇ ଧନ୍ୟବାଦ ଜଣାଇବା ସହ ରାଜ୍ୟର ଆଉ କିଛି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଥିଲେ ।

Share in top social networks!