ବିଜେପିରେ ଯୋଗଦେଲେ ଯାଜପୁରର ଟାଣୁଆ କଂଗ୍ରେସ ନେତ୍ରୀ ବବିତା ମଲ୍ଲିକ

ଗତ କିଛି ମାସ ଧରି ବିଭିନ୍ନ ଦଳ ଓ ସଂଗଠନରୁ ନେତା ଓ କର୍ମୀ ବିଜେପିରେ
ଯୋଗ ଦେବା କାରଣରୁ ଦଳ ସୁଦୃଢ ହେଉଛି – ଧର୍ମେନ୍ଦ୍ର ପ୍ରଧାନdp-oram

ଭୁବନେଶ୍ୱର, ୧୬ ଜୁନ – ଯାଜପୁର ଜିଲ୍ଲାର କଂଗ୍ରେସର ଟାଣୁଆ ନେତ୍ରୀ ତଥା ଏଆଇସିସି ସଦସ୍ୟା
ବବିତା ମଲ୍ଲିକ ଆଜି ଭୁବନେଶ୍ୱର ଠାରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବବିତା
ମଲ୍ଲିକଙ୍କୁ ଦଳକୁ ସ୍ୱାଗତ କରି ତାଙ୍କର ଯୋଗଦାନ ଯାଜପୁର ଓ ଓଡିଶାରେ ବିଜେପି ସଂଗଠନକୁ ସୁଦୃଢ
କରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବବିତା ମଲ୍ଲିକଙ୍କ ସହ ଯାଜପୁର ଜିଲ୍ଲାର ଅନେକ ଟାଣୁଆ ରାଜନୈତିକ କାର୍ଯ୍ୟକର୍ତା ମାନଙ୍କୁ ଶ୍ରୀ
ପ୍ରଧାନ ଦଳକୁ ସ୍ୱାଗତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରାୟ ପ୍ରତ୍ୟେକ ଦିନ
ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ ତଥା ଜନ ସ୍ୱାର୍ଥରେ ଲଢୁଥିବା ବ୍ୟକ୍ତିବିଶେଷ ମାନେ
ବିଜେପିରେ ମିଶୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନା ତଥା ମୋଦି ଓ ଅମିତ ଶାହଙ୍କ
ନେତୃତ୍ୂ ତଥା ବିଜେପିର ମୂଳ ବିଚାରରେ ବିଶ୍ୱାସ ରଖି ସାରା ରାଜ୍ୟରେ ମିଶ୍ରଣ ପର୍ବ ଜୋରସୋରରେ
ଚାଲିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ଅଂଚଳରେ ଦଳକୁ ମଜବୁତ କରିବା ପାଇଁ ବିଜେପିର
କାର୍ଯ୍ୟକର୍ତା ମାନେ ଲାଗି ପଡିଛନ୍ତି । ଏହି ପ୍ରକ୍ରିୟାରେ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ଯୋଗଦାନ
ତୃଣମୂଳ ସ୍ତରରେ ଦଳକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!