କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ଉଦଘାଟନ; ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରିବେ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

• ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରୁଥିବା କାରଣରୁ ନୂଆ ଦିଲ୍ଲୀ ଠାରେ ହେବ ଉତ୍ସବର ଆୟୋଜନ
• ଆଜିର ପୀଢୀର ଯୁବ ଶକ୍ତି ଓଡିଶାର ଆଗାମୀ ଶହେ ବର୍ଷ ପାଇଁ ଚିନ୍ତା କରିବାର ଯୋଗ୍ୟ ଦାୟାଦ
• ବର୍ତମାନର ଯୁବ ପୀଢୀ ଐତିହ୍ୟକୁ ବର୍ତମାନ ସହ ଯୋଡି ଭବିଷ୍ୟତ ପାଇଁ ବଡ ପରିକଳ୍ପନାକୁ ସଠିକ
କ୍ରିୟାନ୍ୱୟନ କରିବା ହିଁ ସମୟର ଆହ୍ୱାନ
ବାହୁବଳୀ ଓ ସିୟା କେ ରାମଙ୍କ ଲେଖକ ନୀଳକଣ୍ଠଙ୍କୁ ଅଭିନନ୍ଦନklfdpji2

ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାର କରୁଥିବା ବର୍ଷ ବ୍ୟାପୀ
ଉତ୍ସବର ଉଦଘାଟନ କରିବା ପାଇଁ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କର ଅନୁରୋଧକୁ ରକ୍ଷା କରି ଏଥିରେ ଯୋଗ
ଦେବାକୁ ସମ୍ମତି ଦେଇଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ
ଆୟୋଜିତ କଳିଙ୍ଗ ଲିଟେରାରି ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରୁଥିବା କାରଣରୁ ଏହି ଉତ୍ସବକୁ ନୂଆ ଦିଲ୍ଲୀ
ଠାରେ ଆୟୋଜନ କରିବା ପାଇଁ ସେ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଓଡିଶାର ଗୌରବମୟ ଇତିହାସ, ବର୍ତମାନର ଆହ୍ୱାନ ଓ
ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରା ଯାଉଥିବାରୁ ସେ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
ଆଜିର ପୀଢୀର ଯୁବ ଶକ୍ତି ଓଡିଶାର ଆଗାମୀ ଶହେ ବର୍ଷ ପାଇଁ ଚିନ୍ତା କରିବାର ଯୋଗ୍ୟ ଦାୟାଦ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଦୁନିଆର ସାହିତ୍ୟ, ସଂସ୍କୃତି, କଳା ସହ ଓଡିଶାର କୃତି ମଧ୍ୟ କୌଣସି ଗୁଣରେ କମ ନୁହୋଁ
ବର୍ତମାନର ଯୁବ ପୀଢୀ ଐତିହ୍ୟକୁ ବର୍ତମାନ ସହ ଯୋଡି ଭବିଷ୍ୟତ ପାଇଁ ବଡ ପରିକଳ୍ପନାକୁ ସଠିକ କ୍ରିୟାନ୍ୱୟନ କରିବା
ହିଁ ସମୟର ଆହ୍ୱାନ ।klfdpji3

ଏହି ଉତ୍ସବରେ ପୃଥିବୀର ଶାନ୍ତି, ସଂହତି ବିଷୟରେ ଆଲୋଚନା କରା ଯାଉଥିବାରୁ ଓଡିଶାର କଳିଙ୍ଗ ଯୁଦ୍ଧ ଓ ଭୀମ
ଭୋଇଙ୍କର ମାନବ ସମ୍ବେଦନାର କବିତା ମୋ ଜୀବନ ପଛେ ନର୍କେ ପଡିଥାଉ, ସମଗ୍ର ବିଶ୍ୱ ସମୁଦାୟ ପାଇଁ ପଥ ପ୍ରଦର୍ଶକ
ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଉତ୍ସବରେ ଲୋକପ୍ରିୟ ଚଳଚିତ୍ର ବାହୁବଳୀ ତଥା ଲୋକପ୍ରିୟ ଧାରାବାହିକ ସିୟା କେ ରାମର ଲେଖକ ନୀଳକଣ୍ଠଙ୍କୁ
ସମ୍ମାନିତ କରାଯାଇଥିବାରୁ ସେ ସାଧୁବାଦ ଜଣାଇବା ସହ ଲେଖନୀର ଯାଦୁରେ ଓ କଳ୍ପନାରେ ସମାଜକୁ ପ୍ରଭାବିତ କରିବା
ହିଁ ସୃଜନଶୀଳତା ବୋଲି ଶ୍ରୀ ପ୍ରଧାନ କହିବା ସହ ନୀଳକଣ୍ଠ ଭାରତୀୟ ତୈଳ ନିଗମର ଜନ ସମ୍ପର୍କ ବିଭାଗର ଅଧିକାରୀ
ହୋଇଥିବାରୁ ସେ ଆହୁରି ଗର୍ବିତ ବୋଲି କହିଥିଲେ ।

Share in top social networks!