ଓଡିଶା ମହିଳା ମାନଙ୍କର ପ୍ରକୃତ ବିକାଶ ପାଇଁ ରାଜ୍ୟରେ ରାଜନୈତିକ ପରିବର୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

• ଓଡିଶାରେ ମହିଳା ମାନଙ୍କର ସୁରକ୍ଷା ବିପନ୍ନ ହୋଇଛି ଓ ସେମାନଙ୍କର ଜୀବନ ଜୀବିକା ମଧ୍ୟ
ସୁରକ୍ଷିତ ନୁହେଁ
• ମୋଦିଙ୍କ ଶାସନରେ ମହିଳା ମାନଙ୍କୁ ମିଳିଛି ସର୍ବାଧିକ ଗୁରୁତ୍ୱ
• ମୋଦି ପଠାଉଥିବା ମହିଳା ବିକାଶର ପ୍ରଚୁର ଅର୍ଥର ଲାଭ ସଠିକ ହିତାଧିକାରୀକୁ ମିଳୁ ନାହିଁ
ଓଡିଶାରେ ଏକ ମହିଳା ବିରୋଧୀ ସରକାର ଚାଲିଛି । ଓଡିଶାରେ କେବଳ
ରାଜନୈତିକ ପରିବର୍ତନ ନୁହେଁ, ମହିଳା ଏବଂ ଏହି ବର୍ଗର ଆର୍ଥିକ ଦୃଷ୍ଟିରୁ ପଛରେ ଥିବା ମହିଳା ମାନଙ୍କର ପ୍ରକୃତ
ବିକାଶ ପାଇଁ ଏକ ନିର୍ଦିଷ୍ଟ ଖସଡା ମୋଦିଙ୍କ ନ୍ୟୁ ଓଡିଶାର ଅଙ୍ଗ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରୀ ବିଜେପି ମହିଳା ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି । ମହିଳା ମାନଙ୍କୁ ଏକାଠି କରି ଏକ
ରାଜନୈତିକ ଆନେ୍ଦାଳନର ନେତୃତ୍ୱ ନେବା ପାଇଁ ମହିଳା ମୋର୍ଚାର କାର୍ଯ୍ୟକର୍ତା ମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ମହିଳା ମାନଙ୍କର ସୁରକ୍ଷା ବିପନ୍ନ ହୋଇଛି ଓ ସେମାନଙ୍କର ଜୀବନ ଜୀବିକା
ମଧ୍ୟ ସୁରକ୍ଷିତ ନୁହେଁ । ଏପରି ପରିପ୍ରେକ୍ଷୀରେ ରାଜ୍ୟର ୩୬ ହଜାର ବୁଥରେ ମହିଳାଙ୍କ ସମସ୍ୟା ଓ ଅଧିକାର
ନେଇ ମହିଳା ମୋର୍ଚା କର୍ମୀ ମାନେ ରାଜ୍ୟ ସରକାରଙ୍କ ବିରୋଧରେ ରାଜନୈତିକ ଆନେ୍ଦାଳନ କରିବା ପାଇଁ ସେ
ଆହ୍ୱାନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଙ୍କ ଶାସନରେ ମହିଳା ମାନଙ୍କୁ ସର୍ବାଧିକ ଗୁରୁତ୍ୱ ମିଳିଛି । କେବଳ ଉଜ୍ୱଳା ଯୋଜନା
ନୁହେଁ, ସୁକନ୍ୟା ସମୃଦ୍ଧି ହେଉ, ଅଥବା ସ୍ୱଚ୍ଛ ଭାରତ ଅଭିଯାନ ଏହି ଯୋଜନାରେ ମହିଳା ମାନଙ୍କୁ ସବୁଠୁ ଅଧିକ
ଲାଭ ମିଳିଛି । ସ୍ୱଚ୍ଛ ଭାରତ ଯୋଜନାରେ ଘରେ ପାଇଖାନା ନିର୍ମାଣ ପାଇଁ ମୋଦି ସରକାରଙ୍କୁ ରାଜ୍ୟ ମାନଙ୍କୁ ହାତ
ଖୋଲା ଅନୁଦାନ କାରଣରୁ ଆଜି ଘରେ ଘରେ ପାଇଖାନା ପହଂଚୁଛି । ମାତ୍ର ରାଜ୍ୟର ସ୍ଥାଣୁ, ଅପାରଗ ଓ
ଦୁର୍ନୀତିଗ୍ରସ୍ତ ସରକାର ହିତାଧିକାରୀ ଚୟନରେ ନ୍ୟାୟ କରୁ ନାହିଁ । ପାଇଖାନା ପାଇଁ ଲାଂଚ ଦେବାକୁ ପଡୁଛି ।
ମହିଳା ମୋର୍ଚାକୁ ଏହା ବିରୁଦ୍ଧରେ ଗାଁ ଗାଁରେ ମହିଳା ଅଧିକାରର ଆନେ୍ଦାଳନର ଯୁଦ୍ଧ କରିବାକୁ ପଡିବ ବୋଲି
ସେ କହିଥିଲେ ।
ଶ୍ରୀ ପ୍ରଧାନ କହିଲେ ଯେ ଓଡିଶାର ୮୬ ଭାଗ ଲୋକ ମାନଙ୍କ ପାଇଁ ମୋଦି ଚାଉଳ ପଠାଉଛନ୍ତି ଓ ୩୨ ଟଙ୍କାରୁ
୨୯ ଟଙ୍କା ପ୍ରଦାନ କରୁଛନ୍ତି । ମାତ୍ର ବିଜେଡି କଟକ ମେୟର ଭଳି ପ୍ରତିପତିଶାଳୀ ମହିଳାଙ୍କୁ ମୋଦି ପଠାଉଥିବା
ଗରୀବଙ୍କ ଅର୍ଥକୁ ଦଳୀୟ ଆଧାରରେ ବାଂଟି ଦେଉଛି ବୋଲି ଅଭିଯୋଗ କରି ଗୋଟିଏ ବି ଯୋଗ୍ୟ ହିତାଧିକାରୀ
ବାଦ ପଡିବେ ନାହିଁ ସେଥିପାଇଁ ଆନେ୍ଦାଳନର ରାସ୍ତାରେ ଯିବା ପାଇଁ ସେ ଆହ୍ୱାନ କରିଛନ୍ତି ।
ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋÂୀଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ ପାଇଁ ମୋଦି ଅର୍ଥ ପ୍ରଦାନ କରୁଛନ୍ତି । ମାତ୍ର
ବିଜେଡି ମୁଷ୍ଟିମେୟ ସ୍ୱୟଂ ସହାୟକ ଗୋÂୀକୁ ଦଳୀୟ ଆଧାରରେ ଅର୍ଥ ପ୍ରଦାନ କରିବା କାରଣରୁ ହଜାର ହଜାର
ସ୍ୱୟଂ ସହାୟକ ଗୋÂୀ ବନ୍ଦ ହେବାରେ ଲାଗିଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ରାଜ୍ୟର କେଉଁ ଅଂଚଳକୁ ଗଲେ ସିଡିପିଓ ମାନେ ଏସଏଚଜି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଲୋକ
ଆଣିବା ପାଇଁ ରାଜନୈତିକ ବ୍ୟବହାର କରୁଛନ୍ତି । ମହିଳାଙ୍କ ବିକାଶ ନୁହେଁ ମହିଳାଙ୍କୁ ବ୍ୟବହାର କରି ରାଜନୈତିକ
ସ୍ୱାର୍ଥ ସାଧନ ରାଜ୍ୟ ସରକାରଙ୍କର ଗୋଟିଏ ମାତ୍ର ଏଜେଂଡା ହୋଇଛି ।
ଅପର ପକ୍ଷରେମୋଦି ସରକାର ମୁଦ୍ରା ଋଣ ହେଉ ଅଥବା ଷ୍ଟାର୍ଟ ଅପ, ହସ୍ତତନ୍ତ, ହସ୍ତଶୀଳ୍ପ ଓ କୂଟୀର ଶିଳ୍ପ ସମେତ
ମହିଳା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ରାଜ୍ୟରେ ଯେଉଁ ପରିବର୍ତନର ବାତାବରଣ ସୃଷ୍ଟି ହୋଇଛି ସେହି ପରିବର୍ତନ ପ୍ରକ୍ରିୟାରେ ମହିଳା ମାନଙ୍କର ଭାଗ
ମଧ୍ୟ ଅଧେ ରହିବ । ଏଥିରେ ମହିଳା ମୋର୍ଚା ସାମିଲ ହୋଇ ପରିବର୍ତନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ
ଜଣାଇଛନ୍ତି ।

Share in top social networks!