ହସ୍ତଶିଳ୍ପୀ ମାନଙ୍କୁ ପହଚାନ ପରିଚୟ ପତ୍ର ଓ ବୁଣାକାର ମାନଙ୍କୁ ହଥକରଘା ସମ୍ବର୍ଧନ ସହାୟତା ବିତରଣର ଶୁଭାରମ୍ଭ

ଓଡିଶା ଓ ଦେଶର ଅର୍ଥନୀତିର ଦୃତ ବିକାଶ ପାଇଁ ହସ୍ତ ଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର
ସମ୍ଭାବନାକୁ ନରେନ୍ଦ୍ର ମୋଦି ନୂଆ ରୂପ ଦେବା ପାଇଁ ଉଦ୍ୟମ କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
• ଭାରତ ସରକାରଙ୍କର ଏହି ପରିଚୟ ପତ୍ର ଉପଯୋଗ କରି ବ୍ୟାଙ୍କ ମାନଙ୍କ ଠାରୁ ୪ ପ୍ରତିଶତ ସୁଧରେ
ସହଜରେ ମୁଦ୍ରା ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି
• ଦେଶ ଭିତରେ ବିକ୍ରୀବଟା ଛାଡି ବିଦେଶକୁ ୩୭ ହଜାର କୋଟି ଟଙ୍କାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ
ବିଦେଶକୁ ରପ୍ତାନୀ ହୋଇଛି
• ସମାଜର ଅବହେଳିତ ଲୋକ ମାନଙ୍କର ନରେନ୍ଦ୍ର ମୋଦି ସରକାରଙ୍କର ପ୍ରାଥମିକତା
• ଖୋଦ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରର ଉତ୍ଥାନ ମାଧ୍ୟମରେ ଗରୀବ ଲୋକଙ୍କ ବିକାଶ କରି ଦେଶକୁ ପ୍ରଗତିର
ରାସ୍ତାରେ ନେବା ପାଇଁ କରିଛନ୍ତି ବିଧିବଦ୍ଧ ଯୋଜନାpechana

ଓଡିଶା ଓ ଦେଶର ଅର୍ଥନୀତିର ଦୃତ ବିକାଶ ପାଇଁ ହସ୍ତ ଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରର
ସମ୍ଭାବନାକୁ ନରେନ୍ଦ୍ର ମୋଦି ନୂଆ ରୂପ ଦେବା ପାଇଁ ଉଦ୍ୟମ କରୁଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ହସ୍ତ ଶିଳ୍ପ ଓ ହସ୍ତତନ୍ତର ସବୁ ଜିଲ୍ଲାରୁ
ଆସିଥିବା ଶିଳ୍ପୀ, କାରିଗର ସମେତ ରାଜ୍ୟର ଏହି କ୍ଷେତ୍ରର ଲବ୍ଧ ପ୍ରତିÂିତ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ
ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପୀ ମାନଙ୍କୁ
ପହଚାନ ନାମକ ପରିଚୟ ପତ୍ର ଓ ବୁଣାକାର ମାନଙ୍କୁ ହଥକରଘା ସମ୍ବର୍ଧନ ସହାୟତା ବିତରଣର ଶୁଭାରମ୍ଭ
କରିଥିଲେ ।
ଭାରତ ସରକାରଙ୍କର ଏହି ପରିଚୟ ପତ୍ର ଉପଯୋଗ କରି ବ୍ୟାଙ୍କ ମାନଙ୍କ ଠାରୁ ୪ ପ୍ରତିଶତ ସୁଧରେ ସହଜରେ
ମୁଦ୍ରା ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାରଙ୍କ ତଥ୍ୟ ଅନୁସାରେ ଦେଶ ଭିତରେ ବିକ୍ରୀବଟା ଛାଡି ବିଦେଶକୁ ୩୭ ହଜାର
କୋଟି ଟଙ୍କାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ବିଦେଶକୁ ରପ୍ତାନୀ ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାମ ଟାଟା, ବିରଲା, ଅଡାନୀ, ଅମ୍ବାନୀ କରୁ ନାହାନ୍ତି । ସମାଜର ଆର୍ଥିକ ଦୃଷ୍ଟିରୁ
ତଳ ସ୍ତରର ବ୍ୟକ୍ତିବିଶେଷ, ଆଦିବାସୀ ଦଳିତ ମାନେ ପୁରୁଷ ପୁରୁଷ ଧରି ଏହି କଳାକୁ ଜୀବିତ କରି ରଖିଛନ୍ତି ।
ସମାଜର ଅବହେଳିତ ଲୋକ ମାନଙ୍କର ନରେନ୍ଦ୍ର ମୋଦି ସରକାରଙ୍କର ପ୍ରାଥମିକତା ହୋଇଥିବା ପରିପ୍ରେକ୍ଷୀରେ
ଖୋଦ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରର ଉତ୍ଥାନ ମାଧ୍ୟମରେ ଗରୀବ ଲୋକଙ୍କ ବିକାଶ କରି ଦେଶକୁ ପ୍ରଗତିର ରାସ୍ତାରେ
ନେବା ପାଇଁ ବିଧିବଦ୍ଧ ଯୋଜନା ଆଧାରରେ କେନ୍ଦ୍ର ହ୍ୟାଣ୍ଡଲୁମ ବିଭାଗର କ୍ରିୟାନ୍ୱୟନ ପାଇଁ ନିର୍ଦେଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଳ୍ପୀ ମାନେ ସେମାନଙ୍କର କଳାକୁ ବଂଚାଇ ରଖିଥିବା ବେଳେ ଏହାର ମାର୍କେଟିଂର ନୂଆ
ନୂଆ ଦିଗ ସୃଷ୍ଟି ହେଉଥିବା ବେଳେ ସେମାନଙ୍କର ଉପôାଦିତ ସାମଗ୍ରୀର ବିକ୍ରୀବଟାର ବିଶେଷ ବ୍ୟବସ୍ଥା ପାଇଁ
ସରକାର ବ୍ୟବସ୍ଥା କରୁଥିବା ସେ ପ୍ରକାଶ କରିଛନ୍ତି ।
ଦେଶର ହସ୍ତତନ୍ତ, ହସ୍ତଶିଳ୍ପର ରିଏଲ ଟାଇମ ଡାଟା ଉପଲବ୍ଧ କରାଇବା ଓ ଏହା ସହ ପର୍ଯ୍ୟଟନକୁ ଯୋଡିବା ଦ୍ୱାରା
ଶିଳ୍ପୀ ମାନଙ୍କର ବିକାଶ ଦେଶର ଅର୍ଥନୀତିକୁ ଗତି ମିଳିବ ବୋଲି ସେ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ
ଓ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର, ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ପଦ୍ନଶ୍ରୀ କୈଳାସ ମେହେରଙ୍କ ସମେତ ୮ ଜଣ
ଶିଳ୍ପୀଙ୍କୁ ଶିଳ୍ପ ଗୁରୁ ସମ୍ମାନ ଓ ୧୧ ଜଣ ବୁଣାକାରଙ୍କୁ ସନ୍ଥ କବୀର ସମ୍ମାନରେ ସମ୍ମାନିତ କରିଥିଲେ ।
ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ମାନଙ୍କର ଉପସ୍ଥିତିରେ କିଛି ମୁଦ୍ରା ଋଣ ବିତରଣ କରାଯାଇଥିଲା ।

Share in top social networks!