କୋରାପୁଟ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ସହଜ ହୋଇଛି ପାସପୋର୍ଟ ମିଳିବା
• ଓଡିଶାର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ
କୋରାପୁଟ ଠାରେ ପୋଷ୍ଟ ଅଫିସ ମାଧ୍ୟମରେ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ଦୁଇ ମାସରେ ୬ ଶହଟି ପାସପୋର୍ଟ ପାଇଁ ଆବେଦନ ଆସିଥିବା ବେଳେ ସେବା କେନ୍ଦ୍ରକୁ ଉଦଘାଟନ କରି ପ୍ରଥମ ପାସପୋର୍ଟ
ପ୍ରଦାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କୋରାପୁଟର ଯୁବକକୁ ପାସପୋର୍ଟ ପ୍ରସ୍ତୁତ କରିବା ପାଇଁ ଆଉ ଭୁବନେଶ୍ୱର ଯାଇ
ହଇରାଣ ହେବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ ଓ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ
ଯୋଜନାରେ କୋରାପୁଟରେ ମଧ୍ୟ ପୋଷ୍ଟ ଅଫିସ ମାଧ୍ୟମରେ ପାସପୋର୍ଟ ପ୍ରସ୍ତୁତ କରି ହେଉଛି । ଏହି ଦୂରଦୃଷ୍ଟି
ସମ୍ପନ୍ନ ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ବାହାରେ କାମ କରୁଥିବା ପିଲା ମାନେ ପୋଷ୍ଟ ଅଫିସ ମାଧ୍ୟମରେ ମନି ଅର୍ଡର
କରୁଥିଲେ । ଏବେ ପୋଷ୍ଟ ଅଫିସରୁ ବ୍ୟାଙ୍କର ସେବା ମିଳି ପାରିଲାଣି । ବ୍ୟାଙ୍କରୁ ପୋଷ୍ଟ ଅଫିସକୁ ମନି ଟ୍ରାନସଫର
କରା ଯିବା ସହ ପୋଷ୍ଟ ଅଫିସ ଏହାକୁ ଘରେ ପହଂଚାଇ ଦେଇ ଆସିବ ।
ପୋଷ୍ଟ ଅଫିସ ମାଧ୍ୟମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ସବୁଠୁ ଅଧିକ ସୁଧ ମିଳୁଥିବା କାରଣରୁ ଝିଅ ବାହାଘର
ପାଇଁ ଟଙ୍କା ସଂଚୟର ବଡ ସୁଯୋଗ ଆଣିଛି । ବିଭିନ୍ନ ପ୍ରକାର ବୀମା ଯୋଜନାରେ ଅଳ୍ପ ପ୍ରିମିୟମରେ ଦୁର୍ଘଟଣା
ବୀମା, ଜୀବନ ବୀମା, ଓ ପେନସନ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଂଚି ପାରିଛି ବୋଲି ସେ କହିଛନ୍ତି ।
ମୋଦି ସରକାର ସାଧାରଣ ଗରୀବ ଲୋକଙ୍କ ପାଇଁ ପ୍ରତିବଦ୍ଧ ହୋଇଥିବା କାରଣରୁ କୋରାପୁଟର ବିକାଶକୁ ଗୁରୁତ୍ୱ
ଦେଇ ଆସିଛନ୍ତି ବୋଲି ସେ କହିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନାଲକୋରେ ପୁଂଜିନିବେଶ ଭାରତ ସରକାର
ବଢାଇଛନ୍ତି । ଖଣି ଖାଦାନର ଅର୍ଥ ପୂର୍ବରୁ ଭୁବନେଶ୍ୱର ଓ ଦିଲ୍ଲୀ ରାଜକୋଷକୁ ଯାଉଥିବା ବେଳେ ଏବେ ଡିଷ୍ଟ୍ରିକ୍ଟ
ମିନେରାଲ ଡେଭଲପମେଂଟ ଫଣ୍ଡ ଜିଲ୍ଲାର ବିକାଶ କାମକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅର୍ଥ ଯୋଗାଇ ଦେବ
ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ପ୍ରତି ଗରୀବ ମା ପାଖରେ ରୋଷେଇ
ଗ୍ୟାସ ସଂଯୋଗ ମାଗଣାରେ ପହଂଚାଇବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ ।

Share in top social networks!