ଓଡିଶାର ଅପାର ସମ୍ଭାବନାକୁ ସମ୍ଭବ କରିବା ପାଇଁ ପ୍ରୟାସ କରୁଛି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

18403295_1358048374278738_2936475492571819983_n
• ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରାଯାଇ ପାରିବ
• ମୋଦି ଆଜି ଦିନରେ ଦେଶର ସବୁଠୁ ବିଶ୍ୱସନୀୟ ଚେହେରା ବୋଲି ସବୁ ଗଣମାଧ୍ୟମର ଆକଳନ
• ଦଶ ବର୍ଷର ଦୁର୍ନୀତିଖୋର ଶାସନ ପରେ ଦେଶକୁ ମିଳିଛି ଦୁର୍ନୀତିମୁକ୍ତ ଶାସନ
• ଓଡିଶା ସମେତ ପୂର୍ବ ଭାରତର ରାଜ୍ୟ ମାନେ ମୋଦିଙ୍କ ଗରୀବ କଲ୍ୟାଣ ଯୋଜନାର ହୋଇଛନ୍ତି
ପ୍ରୟୋଗଶାଳା
• କୋଟିଏ ଘର ଓ ୩୬ ହଜାର ବୁଥରେ ପହଂଚିବା ପାଇଁ ଦଳ କରିଛି ବ୍ୟାପକ ଯୋଜନା
ନୂଆଦିଲ୍ଲୀ /ଭୁବନେଶ୍ୱର, ୨୬ ମଇ – ମୋଦି ସରକାରଙ୍କ ତିନି ବର୍ଷ ପୂର୍ତି ଅବସରରେ ଓଡିଶା ପାଇଁ ଯୋଗଦାନ
ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗରୀବ କଲ୍ୟାଣ ଯୋଜନାର
ଓଡିଶା ପ୍ରୟୋଗଶାଳା ଓ ପୂର୍ବ ଭାରତର ଅର୍ଥନୈତିକ ବିକାଶର ପ୍ରବେଶ ପଥ ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ଓ
ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ଓଡିଶାରେ ଯେଉଁ ସମ୍ଭାବନା ଅଛି ତାକୁ ସମ୍ଭବ କରାଯାଇ ପାରିଲେ ଓଡିଶା ଦେଶର ଏକ ନମ୍ବର ରାଜ୍ୟ ହୋଇ
ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଏହି ସମ୍ଭାବନାକୁ ସମ୍ଭବରେ ପରିଣତ କରିବା
ପାଇଁ ସବୁ ପ୍ରକାର ପ୍ରୟାସ ଜାରୀ ରଖିଛନ୍ତି ବୋଲି ସେ କହିଛନ୍ତି ।
ମୋଦି ସରକାର ତିନିବର୍ଷରେ ତାଙ୍କର ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି ବୋଲି ବିରୋଧୀଙ୍କ
ସମାଲୋଚନା ସମ୍ବନ୍ଧରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଜାତନ୍ତ୍ରରେ ବିରୋଧୀ
ଦଳର ସମାଲୋଚନାକୁ ସେ ସମ୍ମାନ ଦେଉଛନ୍ତି । ମାତ୍ର ଦେଶର ସବୁ ବଡ ଗଣମାଧ୍ୟମ ତଥା ରାଜ୍ୟ ମାନଙ୍କରେ
ବିଭିନ୍ନ ଭାରତୀୟ ଭାଷାର ଗଣମାଧ୍ୟମ ମୋଦି ଦେଶର ସବୁଠୁ ବିଶ୍ୱସନୀୟ ଚେହେରା ଭାବରେ ଆକଳନ କରିବା
ସହ ତାଙ୍କର ଜନପ୍ରିୟତାକୁ ସର୍ବାଗ୍ରେ ରଖିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୦ ବର୍ଷ ୟୁପିଏ ଶାସନରେ ଦୁର୍ନୀତି ଚରମ ସୀମାରେ ଥିଲା । ଦେଶର ଖଣି ଖାଦାନକୁ
ପୁଂଜିପତି ହାତରେ ଟେକି ଦିଆ ଯାଉଥିଲା । ମୋଦି ଖଣି ନିଲାମୀ ବ୍ୟବସ୍ଥା କରିବା ସହ ଯେଉଁ ରାଜ୍ୟର ଖଣି, ଏହି
ନିଲାମୀର ଅର୍ଥ ସେହି ରାଜ୍ୟର ରାଜକୋଷକୁ ଯିବାର ବ୍ୟବସ୍ଥା କରିବା କାରଣରୁ ଓଡିଶା ଭଳି ରାଜ୍ୟ ବିଶେଷ
ଲାଭବାନ ହୋଇଛି । ରାଜ୍ୟ ମାନଙ୍କୁ ଚତୁର୍ଦଶ ଅର୍ଥ କମିଶନର ସୁପାରିଶ ଆଧାରରେ ଓଡିଶା ଭଳି ରାଜ୍ୟ ସର୍ବାଧିକ
ଲାଭବାନ ହୋଇଛନ୍ତି ବୋଲି ସେ କହିଛନ୍ତି ।
ଗରୀବଙ୍କୁ ଗ୍ୟାସ ଯୋଜନାର ସଫଳତା ବିଷୟରେ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ମୋଦି ଦାୟିତ୍ୱ ନେଲା
ବେଳେ ଓଡିଶାରେ ୨୦ ଲକ୍ଷ ପରିବାରରେ ଗ୍ୟାସ ସଂଯୋଗ ଥିବା ବେଳେ ଏହା ବଢି ୪୩ ଲକ୍ଷ ପାଖାପାଖି
ପହଂଚିଲାଣି । ଗତ ଏକ ବର୍ଷରେ ଓଡିଶାରେ ୧୧ ଲକ୍ଷରୁ ଉର୍ଧ ଗରୀବ ମହିଳାଙ୍କୁ ମାଗଣାରେ ଗ୍ୟାସ ଯୋଗାଇ
ଦିଆ ଯାଇଛି । ଆଗାମୀ ଦୁଇ ବର୍ଷରେ ୭୫ରୁ ୮୦ ଲକ୍ଷ ପରିବାରରେ ଗ୍ୟାସ ପହଂଚାଇବା ପାଇଁ ସେ ଲକ୍ଷ୍ୟ
ରଖିଛନ୍ତି । ଉଜ୍ୱଳା ଯୋଜନାରେ ଏଥି ମଧ୍ୟରେ ଆଉ ୨୦ ଲକ୍ଷ ପରିବାରକୁ ଗ୍ୟାସ ଯୋଗା ଯିବ ବୋଲି ସେ
କହିଛନ୍ତି ।
ରାଜ୍ୟରେ ବିଜେପିର ରାଜନୈତିକ ସ୍ଥିତି ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ମୋଦି
ସରକାରଙ୍କ ସଫଳତାକୁ ଓଡିଶାର ଏକ କୋଟି ଘର ଓ ୩୬ ହଜାର ବୁଥରେ ପହଂଚାଇବା ପାଇଁ ବ୍ୟାପକ
ଯୋଜନା କରାଯାଇଛି । ମୋଦି ସରକାରଙ୍କ ତୃତୀୟ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ମନ୍ତ୍ରୀ ଭେଙ୍କେୟା ନାୟଡୁ,
ରାଧାମୋହନ ସିଂହ , ମହେଶ ଶର୍ମା, ବାବୁଲ ସୁପ୍ରିୟୋ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ
ସମେତ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ସେ ନିଜେ ଓ ଦେଶ ଓ ରାଜ୍ୟର ନେତା ମାନେ ରାଜ୍ୟର ୬୦ ପାଖାପାଖି
ସ୍ଥାନରେ ଜନ ସଭା କରି ଲୋକଙ୍କ ପାଖରେ ବାର୍ତା ପହଂଚାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଭାରତ ସରକାର ମଧ୍ୟ ମୋଦି ଫେଷ୍ଟ ଓ ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କ
ପାଖରେ ସରକାରଙ୍କ ବାର୍ତା ପହଂଚାଇବା ପାଇଁ ଚାହୁଁଛନ୍ତି ଓ ଏହାର ଲାଭ ବିଜେପିକୁ ମିଳିବ ବୋଲି ସେ କହିଛନ୍ତି ।

Share in top social networks!