ଲିଟିଲ ମିସ୍ ୟୁନିଭର୍ସ -୨୦୧୭ ପାଇଁ ଭାରତର ପ୍ରତିଯୋଗୀ ଓଡିଆ ବାଳିକା ପଦ୍ମାଳୟା ନନ୍ଦଙ୍କୁ ଓଏନ୍ଜିସି ତରଫରୁ ସମ୍ବର୍ଦ୍ଧନା

- ୮ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ କର୍ତୃପକ୍ଷ
- ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ମାଗିଥିଲେ ପଦ୍ମାଳୟାଙ୍କ ପରିବାର ongcc

ଲିଟିଲ ମିସ୍ ୟୁନିଭର୍ସ -୨୦୧୭ ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଓଡିଆ ବାଳିକା ପଦ୍ମାଳୟା ନନ୍ଦଙ୍କୁ ଓଏନ୍ଜିସି ତରଫରୁ ସ୍ଥାନୀୟ ଭୁବନେଶ୍ୱର ଅଫିସ୍ ରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ୟୁରୋପର ଜର୍ଜିଆ ଠାରେ ଏହି ପ୍ରତିଯୋଗିତାର ଫାଇନାଲ ପର୍ଯ୍ୟାୟ ଅନୁÂିତ ହେବ । ପଦ୍ମାଳୟା ବିଶ୍ୱର ପ୍ରଥମ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହି ଏହାର ଫାଇନାଲ ପର୍ଯ୍ୟାୟରେ ଅଂଶଗ୍ରହଣ କରୁଛନ୍ତି ।
ଶୁକ୍ରବାର ଦିନ ଓଏନ୍ଜିସିର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବି.ଜି ଚୌରସିଆ ଓ ଓଏନ୍ଜିସିର ଓଡିଶା ମୁଖ୍ୟ ବି.ଏନ୍ ପ୍ରଧାନ ଓ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ପଦ୍ମାଳୟାଙ୍କୁ ଅଭିନନ୍ଦନ ଜଣାଇବା ସହ ୮ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।
ଓଏନ୍ଜିସିର ବରିÂ ଅଧିକାରୀ ମାନେ ପଦ୍ମଳୟା ଏହି ପ୍ରତିଯୋଗିତାରେ ସଫଳ ହୋଇ ଦେଶ ଓ ରାଜ୍ୟ ପାଇଁ ସମ୍ମାନ ଆଣିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପଦ୍ମାଳୟା ତାଙ୍କ ବାପା ମାଙ୍କ ସହ ଗତ ମଇ ୨୦ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ ।

Share in top social networks!