ମୋଦି ସରକାରଙ୍କ ତିନିବର୍ଷ: ଏକ ବିହଙ୍ଗାବଲୋକନ

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
୨୦୧୪ ସାଧାରଣ ନିର୍ବାଚନ ପରେ ମେ ୨୬ ତାରିଖ ଦିନ ଶ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ସରକାରର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ତାଙ୍କର ଆଜି ତିନି ବର୍ଷ ପୁରଣ ହୋଇଛି ଏବଂ ଏହି ତିନି ବର୍ଷରେ ତାଙ୍କର ସଫଳତା ଓ ଉପଲବ୍ଧô ସଂପର୍କରେ ସ୍ୱଭାବିକ ଭାବେ ସମଗ୍ର ଦେଶରେ ଆଜି ଆଲୋଚନା ହେଉଛି ।
15442393_1460221983995639_1912198860474089032_n

ଏହା ନିଶ୍ଚିତ ଯେ, ଏହି ତିନି ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶକୁ ଏକ ସ୍ୱଚ୍ଛ, ସମ୍ବେଦନଶୀଳ, ନିର୍ଣ୍ଣାୟକ ଏବଂ ଭ୍ରଷ୍ଟାଚାର ମୁକ୍ତ ପ୍ରଶାସନ ଦେବାରେ ସମର୍ଥ ହୋଇଛନ୍ତି । ବିମୁଦ୍ରାୟନ ଓ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ସାହସୀକ ପଦକ୍ଷେପ ନେବା ସହିତ ବହୁଦିନରୁ ଦାବି ସାମରିକ କର୍ମଚାରୀ ମାନଙ୍କ ତରଫରୁ ହୋଇଆସୁଥିବା ୱାନ୍ ର୍ୟାଙ୍କ ୱାନ୍ ପେନସନକୁ କାର୍ଯ୍ୟକାରୀ କରିବା ସହିତ ଜିଏସ୍ଟି ପ୍ରବର୍ତ୍ତନ ଭଳି ଐତିହାସିକ ପଦକ୍ଷେପ ନେବାକୁ ସକ୍ଷମ ହୋଇଛନ୍ତି । ସେହି ଭଳି ନରେନ୍ଦ୍ରମୋଦି ସରକାର ଫେବୃଆରୀ ଆରମ୍ଭରେ ବଜେଟ୍ ଉପସ୍ଥାପିତ କରିବା ସହିତ ରେଳ ଓ ସାଧାରଣ ବଜେଟ୍ କୁ ମିଶାଇ ଗୋଟିଏ ବଜେଟ୍ କରିଛନ୍ତି । ଯୋଜନା ଓ ଅଣଯୋଜନା ଖର୍ଚ୍ଚର ବର୍ଗୀକରଣ ହଟାଇ ଦେଇଥିବାରୁ ଏହାଦ୍ୱାରା ସଂସ୍କାର ଗୁଡିକ ଅର୍ଥନୈତିକ ଅଭିବୃଦ୍ଧି, ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥ ଖର୍ଚ୍ଚ କରିବାର ସୁଯୋଗ ଏବଂ ବିଭିନ୍ନ ମନ୍ତ୍ରାଳୟମାନେ ପ୍ରକୃତ ଆବଶ୍ୟକତାକୁ ବିଚାରକୁ ନେଇ ବ୍ୟୟ ବରାଦ କରିବାର ଏକ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ବର୍ଷରେ ପ୍ରଶାସନର ଏକ ଢାଞ୍ଚାଗତ ପରିବର୍ତ୍ତନ କରିଛନ୍ତି । “ଏକ ଦେଶ, ଏକ ପ୍ରକାର କର ବ୍ୟବସ୍ଥା ଓ ଏକ ବଜାର ” କରିବାକୁ ଯାଇ ସେ ଜିଏସ୍ଟିର ପ୍ରଚାଳନ କରିବାରେ ସକ୍ଷମ ହୋଇଛନ୍ତି । ତେଣୁ କଂଗ୍ରେସ ମୁକ୍ତ ଭାରତ ପ୍ରତିÂା କରିବାକୁ ସେ ଯେଉଁ ଆହ୍ୱାନ ଦେଇଥିଲେ ଯଥାର୍ଥରେ ସ୍ୱାଧୀନତା ପରଠାରୁ କଂଗ୍ରେସ ଦ୍ୱାରା ପ୍ରଚଳିତ ପାରମ୍ପରିକ ଶାସନ ବ୍ୟବସ୍ଥାରୁ ଦେଶକୁ ମୁକ୍ତ କରିବା ପାଇଁ ସକ୍ଷମ ହୋଇଛନ୍ତି ।
ସାଂସଦ ମାନଙ୍କୁ ସଂସଦର କେନ୍ଦ୍ରୀ୍ରୟ ହଲଠାରେ ଉଦ୍ବୋଧନ ଦେଇ ‘ତାଙ୍କ ସରକାର ଗରିବ, କୃଷକ, ଶ୍ରମିକ ଓ ବଂଚିତ ମାନଙ୍କ ପାଇଁ ସମର୍ପିତ ସରକାର’ ବୋଲି ଘୋଷଣା କରିଥିଲେ । ତେଣୁ ସମାଜର ଦରିଦ୍ର ବର୍ଗଙ୍କୁ ଦେଶର ଅର୍ଥନୀତ୍ି ସହିତ ଯୋଡିବା ପାଇଁ ସେ ଜନଧନ ଯୋଜନାର ପ୍ରଚଳନ କରିଥିଲେ ଓ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ୨୮.୨୩ କୋଟି ଆକାଊଣ୍ଟ ଖୋଲାଯିବା ସହିତ ଏଥିରେ ୬୩,୯୭ ୧କୋଟି ଟଙ୍କା ଜମା କରାଯାଇଛି । ଏହି ଖାତାଧାରୀମାନଙ୍କ ଭିତରୁ ୨୨ କୋଟି ଲୋକଙ୍କୁ ‘ରୁପେ କାର୍ଡ’ ଆବଣ୍ଟିତ ହୋଇସାରିଛି । ଏହି ‘ରୁପେ କାର୍ଡି’ ପାଇଥିବା ବ୍ୟକ୍ତିମାନେ ତାଙ୍କର ଅସମୟରେ ୫,୦୦୦ ଟଙ୍କା ଓଭର ଡାଫଟ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିେରେ ତାଙ୍କୁ ସହାୟତା କରିବା ପାଇଁ ୧.୨୫ ଲକ୍ଷରୁ ଅଧିକ ବ୍ୟାଙ୍କ୍ ମିତ୍ର ଏବଂ ୨.୫ ଲକ୍ଷ ଗ୍ରାମ ଡାକ ସେବକ ବା ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ କାର୍ଯକରିବାର ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନାରେ ୧୦ କୋଟି ଲୋକ ପଞ୍ଜୀକୃତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩.୧୦ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି ସେହିଭଳି ଅଟଳ ପେନସନ ଯୋଜନାରେ ୩୮.୨୩ ଲକ୍ଷ ପଂଜୀକୃତ ହେବା ସହିତ ୧୩,୦୪୪ କୋଟି ଟଙ୍କାର ପେନ୍ସନ ଆବଣ୍ଟିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ହିତାଧିକାରୀ ମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତ୍ୟକ୍ଷ ଜମା ଯୋଜନା ଜରିଆରେ ୩୩ କୋଟି ହିତାଧିକାରୀଙ୍କୁ ୧.୭୧ ଲକ୍ଷ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତରଣ କରାଯାଇଛି । ଏହା ଦ୍ୱାରା ମଧ୍ୟସ୍ତି ଓ ଭୁଲ ହିତାଧିକାରୀଙ୍କ ବାଦ୍ ଦେବା ଫଳରେ ସରକାର ୪୯, ୫୬୦ କୋଟି ଟଙ୍କା ସଂଚୟ କରିପାରିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୨୦୧୯ ମଧ୍ୟରେ ୫ କୋଟି ବିପିଏଲ ପରିବାରର ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ ଉପଲବ୍ଧ କରାଇବାର ଯୋଜନା କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ୨ କୋଟି ୭ ଲକ୍ଷ ଏଲପିଜି ସଂଯୋଗ ଯୋଗାଇ ଦିଆଗଲାଣି । ଦୀନଦୟାଲ ଉପାଧ୍ୟୟ ଗ୍ରାମ ଜ୍ୟୋତି ଯୋଜନା ଜରିଆରେ ୧୮, ୪୫୨ ଟି ଗାଁକୁ ବିଜୁଳି ସଂଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୧୭ ଏପ୍ରିଲ ୧୭ ତାରିଖ ସୁଦ୍ଧା ୧୩, ୨୬୭ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ଦିଆସରିଲାଣି ।
୨୦୧୬-୧୭ ଆର୍ଥିକ ବର୍ଷରେ କୃଷି ଓ କୃଷକମାନଙ୍କ କଲ୍ୟାଣ ପାଇଁ ସହଜରେ ୯ ଲକ୍ଷ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯାଇଛି । ୨୦୧୭-୧୮ ର ୧୦ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ମୁଗ, ହରଡ ଓ ଆଖୁର ସହାୟକ ମୂଲ୍ୟ ବୃଦ୍ଧି କରାଯିବା ସହିତ ରାଜ୍ୟ ସରକାର ମାନେ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବର୍ଦ୍ଧିତ ମୂଲ୍ୟର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦: ୫୦ ହାରରେ ସବ୍ସିଡି ଦେଇ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ରେକର୍ଡ ପରିମାଣର ୟୁରିଆ ଉପôାଦନ ସହିତ କୃଷକମାନଙ୍କ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯାଉଛି । ଗୋରଖପୁର, ସିନ୍ଦ୍ରି, ବାଉରାଣୀ ଓ ତାଳଚେର ଠାରେ ଥିବା ସାର କାରଖାନାର ପୁର୍ନଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆଗରୁ ଚାଲିଆସୁଥିବା ୨୦ ପ୍ରତିଶତ ବୀମାଧାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧିକରିବାର ଲକ୍ଷ ରଖାଯାଇଛି । ୨୦୧୬ ଖରିଫ୍ ଋତୁରେ ୩୯୦ ଲକ୍ଷ କୃଷକଙ୍କର ୩୮୬ . ୭୫ ଲକ୍ଷ ହେକ୍ଟର ଜମିର ଫସଲକୁ ୧, ୪୧, ୮୮୩ . ୩୦ କୋଟି ଟଙ୍କାେରେ ଏବଂ ୨୦୧୭ ମସିହାରେ ରବି ଋତୁରେ ବତ୍ତର୍ମାନ ସୁଦ୍ଧା ୧୬୭ ଲକ୍ଷ କୃଷକଙ୍କର ୧୯୩. ୩୫ ଲକ୍ଷ ହେକ୍ଟର ଜମିର ଫସଲକୁ ୭୧,୭୨୮ କୋଟି ଟଙ୍କାର ବୀମା ଭୁକ୍ତ କରାଯାଇଛି । ବିଭିନ୍ନ କୃଷି ଯୋଜନାରେ ରିଲିଫ୍ ପରିମାଣକୁ ଦେଢ ଗୁଣ ବୃଦ୍ଧି କରିବା ସହିତ କୃଷି ସିଚାଇ ଯୋଜନାରେ ଅର୍ଥର ପରିମାଣ ୭୩୭୭ କୋଟିକୁ ବୃଦ୍ଧି କରାଯାଇଛି । ଏଥି ସହିତ ଆଖୁ ଚାଷୀକୁ ପ୍ରତ୍ୟକ୍ଷ ସହାୟତା ପରମ୍ପରାଗତ କୃଷି ବିକାଶ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପଶୁପାଳନ ଓ ଦୁଗ୍ଧ ଉପôାଦନ ତଥା ରଷ୍ଟ୍ରୀୟ ଗୋକୁଳ ମିଶନ ଜରିଆରେ ହଜାର ହଜାର କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଥିଲା ବେଳେ କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ପାଇଁ ୨୪ ଘଣ୍ଟିଆ କିଶାନ୍ ଚ୍ୟାନେଲର ବ୍ୟବସ୍ଥା କରାଯାଇଛି ।
ନାରୀଶକ୍ତିର ବିକାଶ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଏକ କୋଟିରୁ ଉଦ୍ଧ୍ୱର୍ ସଂଚୟ ଖାତା ଖୋଲାଯାଇଛି ଏବଂ ସେଥିରେ ୧୧ ହାଜର କୋଟି ଟଙ୍କା ଜମା କରାଯାଇପାରିଛି । ଗ୍ରାମାଞ୍ଚଳରେ ୧୪ ଲକ୍ଷ ମହିଳା ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଗର୍ଭବତୀ ମହିଳା ମାନଙ୍କୁ ୨୬ ସପ୍ତାହ ପ୍ରସବ କାଳୀନ ଛଟି ଦେବାର ବ୍ୟବସ୍ଥା କରାଯିବା ସହିତ ଆର୍ଥିକ ସହାୟତା ଦେବା ସହିତ ୬ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୩୩ ଲକ୍ଷ ମହିଳାଙ୍କୁ ପ୍ରାକ୍ ପ୍ରସବ କାଳୀନ ସହାୟତା ଯୋଗାଇ ଦିଆଯାଇଛି ।
ସେହିଭଳି ମୁଦ୍ରା ଯୋଜନାରେ ୨କୋଟିରୁ ଉଦ୍ଧ୍ୱର୍ ଉଦ୍ୟୋଗୀମାନଙ୍କୁ ୨.୩୪ ଲକ୍ଷ କୋଟି ଟଙ୍କାର ଋଣ ୨୦୧୭ ପେବୃଆରୀ ସୁଦ୍ଧା ଯୋଗାଇ ଦିଆସରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଏହାକୁ ଅଧିକ ବୃଦ୍ଧିକରି ୨.୪୪ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି ।
ସେହିଭଳି ଯୁବଶକ୍ତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋ÷ଶଳ ବିକାଶ ଯୋଜନାରେ ଦେଶରେ ୮୦,୪୭୯ ଟି କୋ÷ଶଳ ବିକାଶ ତାଲିମ୍ କେନ୍ଦ୍ର ସ୍ଥାପନ କରାଯାଇ ୩୭୫ ଟି ଭିନ୍ନ ଭିନ୍ନ ଟ୍ରେଡରେ ତାଲିମ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ୨୦୧୫-୧୬ ରେ ୧୯. ୮୫ ଲକ୍ଷ ଯୁବକ ଯୁବତୀ ତାଲିମ୍ ପ୍ରାପ୍ତ ହୋଇଥିବା ବେଳେ ୧୬-୧୭ ରେ ୩୨.୯୫ ଲକ୍ଷ ତାଲିମ୍ ନେଇସାରିଛନ୍ତି । ସେହି ଭଳି ୧୭-୧୮ ବର୍ଷରେ ଏକ କୋଟି ଯୁବକ ଯୁବତୀଙ୍କୁ ପ୍ରଶିକ୍ଷିତ କରାଯିବା ସହିତ ୨୦୨୨ ମସିହା ସୁଦ୍ଧା ୪ କୋଟି ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ୟବସ୍ଥା କରାଯାଇଛି ଏମାନଙ୍କ ଭିତରୁ ଲକ୍ଷ ଲକ୍ଷ ଯୁବତୀ ବିଭିନ୍ନ ଭିତ୍ତି ଭୂମି ନିର୍ମାଣ ଏବଂ ଶିଳ୍ପ ଓ ସେବା କ୍ଷେତ୍ରରେ ନିଯୁକ୍ତି ପାଇବା ସହିତ ଷ୍ଟାର୍ଟ ଅପ୍ ଓ ଷ୍ଟାଣ୍ଡ ଅଫ ଇଣ୍ଡିଆରେ ଲକ୍ଷାଧିକ ଯୁବକ ଓ ଯୁବତୀ ଆତ୍ମନିଯୁକ୍ତି ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟିକରିବାକୁ ସକ୍ଷମ ହୋଇପାରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅନୁଦାନ ରାଶି ୧ଲକ୍ଷ ୨୦ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ୨୦୨୨ ସୁଦ୍ଧା ସହରାଞ୍ଚଳରେ ୨ କୋଟି ବାସଗୃହ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସହରାଞ୍ଚଳରେ ଗରିବ ମାନଙ୍କ ପାଇଁ ୧୭.୬୮ ଲକ୍ଷ ବାସଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆସରିଛି । ସେହିଭଳି ଗ୍ରାମାଞ୍ଚଳରେ ଗରିବ ମାନଙ୍କ ପାଇଁ ୨୦୧୯ ସୁଦ୍ଧା ୧ କୋଟି ସୁଲଭ ମୂଲ୍ୟର ପକ୍କାଘର ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସ୍ୱଳ୍ପ ଆୟକାରୀମାନଙ୍କୁ ନିଜର ଗୃହ ନିର୍ମାଣ ପାଇଁ ୬ ଲକ୍ଷ ପର୍ଯ୍ୟନ୍ତ ଋଣରେ ସୁଧ ହାରରେ ୬.୫ ପ୍ରତିଶତ ଛାଡ କରିବା ସହିତ ଏବେ ୯ ଲକ୍ଷ ପର୍ଯ୍ୟନ୍ତ ୪ ପ୍ରତିଶତ ଏବଂ ୧୨ ଲକ୍ଷ ପର୍ଯ୍ୟନ୍ତ ଋଣରେ ୩ ପ୍ରତିଶତ ସୁଧ ହାର ଛାଡ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୧ ରେ ଦୈନିକ ହାରାହାରି ୭୩.୫ କିଲୋମିଟର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଦୈନିକ ହାରାହାରି ୧୧୩ କିମି.ରାସ୍ତା ନିର୍ମାଣ କରାଯାଉଛି । ୨୦୧୯ ସୁଦ୍ଧା ଭାରତବର୍ଷର ପ୍ରତ୍ୟେକ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କଂକ୍ରିଟ୍ ରାସ୍ତା ନିର୍ମାଣ କରିବାର ବ୍ୟବସ୍ଥା କରାଯାଇଛି । ଏହି ସମୟ ମଧ୍ୟରେ ୨.୨୩ ଲକ୍ଷ କିଲୋମିଟର ଗ୍ରାମାଞ୍ଚଳ ସଡକ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେହିଭଳି ୨୦୧୬-୧୭ରେ ପାଇଁ ଜାତୀୟ ରାଜପଥ ନିର୍ମାଣ ଉଦେ୍ଧଶ୍ୟରେ ୫୭.୯୭୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୨୭-୧୮ ରେ ୬୪,୯୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୧୩-୧୪ ବର୍ଷରେ ୯୨,୮୫୧ କିଲୋମିଟର ରାଜପଥ ଦେଶରେ ଥିବା ବେଳେ ୨୦୧୫-୧୬ ଶେଷ ସୁଦ୍ଧା ତାହା ୧, ୦୦, ୪୭୫ କିଲୋମିଟରକୁ ସଂପ୍ରସାରିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୭ଟି ପ୍ରକଳ୍ପର ୪୯୦୬ କିଲେମିଟର ରାଜପଥ ନିର୍ମାଣ ପାଇଁ ୯୨, ୪୨୦ କୋଟି ଟଙ୍କାର ମଂଜୁରୀ ମିଳିସାରିଛି । ୨୦୧୩-୧୪ରେ ଦୈନିକ ୧୨ କିଲୋମିଟର ରାଜପଥ ନିର୍ମାଣ କରାଯାଉଥିବା ବେଳେ ତାହା ଏବେ ଦୈନିକ ୧୮ କିଲୋମିଟରକୁ ବୃଦ୍ଧି କରାଯାଇଛି । ସେହିପରି ଭାରତରେ ରେଳପଥରେ ବିକାଶ ପାଇଁ ୨୦,୮୦୦ କୋଟି ଟଙ୍କା ବ୍ୟୟ ବରାଦରେ ୨୦୮ ଟି ରେଲବାଇ ଓଭରବ୍ରିଜ୍ ନିର୍ମାଣ କରାଯାଉଥିବା ବେଳେ ୨୬,୮୩୧ କୋଟି ଟଙ୍କାର ବ୍ୟୟରେ ୧୨ ଟି ନୂଆ ରେଳପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି । ଦେଶର ୪୦୦ ଟି ପ୍ରମୁଖ ରେଳ ଷ୍ଟେସନର ଆଧୁନିକୀକରଣର କାର୍ଯ୍ୟ ଚାଲୁଥିବା ବେଳେ ନାଗପୁର ଲକ୍ଷେ୍ମା÷ ଓ ଅହମଦାବାଦର ହାଇସ୍ପିଡ୍ ରେଳ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ହାଇସ୍ପିଡ୍ ରେଳ ବ୍ୟବସ୍ଥା କରିବାକୁ ଯାଇ ମୁମ୍ବାଇ ନାଗପୁର ହାଇସ୍ପିିଡ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି, ମୁମ୍ବାଇ ଅହମଦାବାଦ୍ ମଧ୍ୟରେ ପରୀକ୍ଷାମୂଳକ ଭାବେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଯାଇଛି । ଗତ ୩୦ ବର୍ଷ ମଧ୍ୟରେ ଦେଶରେ ୫ଟି ଜାତୀୟ ଜଳପଥ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୬ ଟି ଜାତୀୟ ଜଳପଥକୁ ଚିହ୍ନଟ କରି ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ବ୍ୟବସ୍ଥା କରାଯାଇଛି ।
ସେହିଭଳି ସରକାର ନୂଆ ବେସାମରୀକ ବିମାନ ଚଳାଚଳ ନୀତି ଘୋଷଣା କରାଯିବା ସହିତ ୭୦ଟି ବିମାନ ବନ୍ଦରକୁ ୧୨୮ଟି ନୂଆ ମାର୍ଗରେ ବିମାନ ଚଳାଚଳ ସେବା ଆରମ୍ଭ କରିଛି । ବିମାନ ଯାତ୍ରାକୁ ସହଜ ଓ ସୁଲଭ କରିବା ପାଇଁ ମାତ୍ର ୨୫ଶହ ଟଙ୍କାର ଟିକେଟ୍ରେ ଉଡ୍ଡାନ ଯୋଜନାରେ ଆକାଶରେ ଉଡିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ସାଗରମାଳା ପ୍ରକଳ୍ପରେ ଦେଶର ବନ୍ଦରମାନଙ୍କର ଆଧୁନିକୀକରଣ କରାଯିବା ସହିତ ୨୦୧୩-୧୪ ବର୍ଷରେ ଭାରତୀୟ ଜାହାଜ ଚଳାଚଳ ନିଗମ ୩୪୯ କୋଟି ଟଙ୍କା କ୍ଷତି ସହିବା ଥିବାବେଳେ ୨୦୧୪-୧୫ ବର୍ଷରେ ୨୭୬ କୋଟି ଟଙ୍କା ଲାଭ କରିଛି ଏବଂ ୨୦୧୫-୧୬ରେ ଏହି ଲାଭ ପରିମାଣ ୪୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ମାଧ୍ୟମିକ ଶିକ୍ଷାର ବିକାଶପାଇଁ ସର୍ବଶିକ୍ଷା ଅଭିଯାନ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ୨୨,୫୦୦ କୋଟି ଟଙ୍କାର ବ୍ୟୟ ବରାଦ ଏବଂ ୬୨ ଟି ନୂଆ ନବୋଦୟ ବିଦ୍ୟାଳୟ କାର୍ଯ୍ୟର ଆରମ୍ଭ ହୋଇଛି । ଦେଶର ୬ ଟି ସ୍ଥାନରେ ନୂଆ ଆଇ ଆଇ ଟି ସ୍ଥାପନ କରାଯାଇଛି ଓ ୪ ଟି ସ୍ଥାନରେ ଚଳିତ ବର୍ଷରୁ ନାମ ଲେଖା କାର୍ଯ୍ୟ ଆରମ୍ଭ କରାଯିବ । ୫ ଟି ନୂଆ ଆଇଜର ପ୍ରତିÂା ସହ ୬ ଟି ଆଇଆଇଏମ୍ ପ୍ରତିÂା ହୋଇଛି । ଏହି ୧୧ ଅନୁÂାନ ଭିତରୁ ୮ ଟି ସ୍ଥାନରେ ନାମ ଲେଖା ବିଗତି ବର୍ଷରୁ ଆରମ୍ଭ ହୋଇଛି । ଉଚ୍ଚ ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ଅବିବୃଦ୍ଧି ପାଇଁ ୪୨ ଟି ରାଷ୍ଟ୍ରଙ୍କ ସହିତ ସହଭାଗିତାର ବ୍ୟବସ୍ଥା କରାଯାଇଛି । ଶିକ୍ଷାନୁÂାନ ଗୁଡିକୁ ଆର୍ନ୍ତଜାତୀୟସ୍ତରରେ ମାନ୍ୟତା ଦେବାକୁ ଶୈକ୍ଷିକ ଅଡିଟ୍ରେ ପରିବର୍ତ୍ତନ କରାଯାଇ ଜାତୀୟ ଆନୁÂାନିକ ର୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ ଆରମ୍ଭ କରାଯାଇଛି । ସେହି ଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନଔଷଧି ଯୋଜନାର ସମ୍ପ୍ରସାରଣ କରାଯାଇ ୯୮୧ ପ୍ରକାର ଔଡଧର ମୂଲ୍ୟ ନିୟନ୍ତ୍ରଣ କରାଯାଇଛି । ହୃଦ୍ରୋଗୀମାନଙ୍କ ପାଇଁ ସୂଲଭ ମୂଲ୍ୟରେ ଔଷଧ ଓ ପ୍ରତିରୋପଣ ଉପକରଣ ଉପଲବ୍ଧି କରାଇବାର ବ୍ୟବସ୍ଥା କରାଯାଇଛି । ଦେଶରେ ୬ ଟି ନୂଆ ଏମ୍ କାର୍ଯ୍ୟକାରୀ କରାଯିବା ସହିତ ଚଳିତ ବର୍ଷରେ ୪ଟି ନୂଆ ଏମସ୍ ପ୍ରତିÂା କରିବାର ବ୍ୟବସ୍ଥା କରାଯାଇଛି । ସରକାରୀ ଘେରୋଇ ସହଭାଗିତାରେ ସୁଲଭ ମୂଲ୍ୟରେ ଡାଏଲସିସ୍ ସେବା ବ୍ୟବସ୍ଥା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଛି ।
ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ପ୍ରତିÂିତ ମୋବାଇଲ କମ୍ପାନୀମାନେ ଦେଶରେ ୭୨ ଟି ନୂଆ ମୋବାଇଲ ଫୋନ୍ ଉପôାଦନ ୟୁନିଟ୍ ପ୍ରତିÂାକରି ଉପôାଦନ ଆରମ୍ଭ କରିଛନ୍ତି । ଏଥିରେ ୧ ଲକ୍ଷ ଲୋକ ନିଯୁକ୍ତି ପାଇବା ସହିତ ୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଈି । ୨୦୧୪-୧୫ ବର୍ଷରେ ଦେଶରେ ୬ କୋଟି ମୋବାଇଲ ଫୋନ୍ ଉପôାଦନ କରାଯାଉଥିବା ବେଳେ ୨୦୧୫-୧୬ ରେ ତାହା ୧୧ କୋଟିକୁ ବୃଦ୍ଧି ପାଇଛି । ୨୦୧୬-୧୭ରେ ୧୭ କୋଟି ହେବାର ଆକଳନ କରାଯାଇଛି । ସେହିଭଳି ବୟନ ଶିଳ୍ପରେ ସ୍ୱତନ୍ତ୍ର ପ୍ୟାକେଜ୍ ଓ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ରପ୍ତାନୀକୁ ପ୍ରୋସôାହନ ଦେବା ଫଳରେ ୧ କୋଟି ଲୋକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରାଯାଇ ପାରିଛି । ଡିଜିଟାଲ ଇଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ୨.୫ ଲକ୍ଷ ସର୍ବସାଧାରଣ ସେବା କେନ୍ଦ୍ର ଖୋଲାଯାଇଛି । ଏଠାରେ କାର୍ଯ୍ୟରତ ୨.୫ ଲକ୍ଷ ଲୋକଙ୍କ ଭିତରୁ ୭୪ ହାଜର ହେଉଛନ୍ତି ମହିଳା । ଦେଶରେ ୧.୭୭ ଲକ୍ଷ କିଲୋମିଟରରୁ ଅଧିକ ଅପଟିକାଲ ଫାଇବର କେବୁଲ ବିଛାଯାଇ ୭୮ ହଜାର ୨୨୦ ଗ୍ରାମ ପଂଚାୟତକୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇଛି । ୨୦୧୭ ଫେବୃଆରୀ ୧୫ ତାରିଖରେ ଇସ୍ରୋର ପୋଲାର ଲଞ୍ଚ ସାଟେଲାଇଟ୍ ମାଧ୍ୟମରେ ମହାଶୂନ୍ୟକୁ ୧୦୪ ଟି ଉପଗ୍ରହ ପ୍ରେରଣ କରାଯାଇ ନୂଆ ଇତିହାସ ସୃଷ୍ଟି କରାଯାଇଛି ।
ସରକାର ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରି ୨୦୧୭ ମସିହା ସୁଦ୍ଧା ୩.୧୧କୁ ହ୍ରାସ କରିପାରିଛନ୍ତି । ସେହିଭଳି ଜିଡିପି ବିକାଶ ହାର ୭.୧୧ ପ୍ରତିଶତ ଯୁକ୍ତ ହୋଇଥିବା ବେଳେ ସର୍ବାଧିକ ସର୍ବକାଳୀନ ଏଫଡିଆଇ ୬୩ ବିଲିଅନ୍ ଡଲାରରେ ପହଂଚିଛି । ଏବେ ଭାରତ ବିଶ୍ୱର ସବୁଠାରୁ ଆକର୍ଷଣୀୟ ନିବେଶ ସ୍ଥଳୀରେ ପରିଣତ ହୋଇଛି । ୨୦୧୪ ମେ ଶେଷ ସୁଦ୍ଧା ବୈଦେଶିକ ମୁଦ୍ରା ଗଚ୍ଛିତ ପରିମାଣ ୩୧୨ ବିଲିୟନ ଡଲାର ଥିବା ବେଳେ ବର୍ତ୍ତମାନ ଏହା ୩୬୪ ବିଲିଅନ ଡଲାର ରହିଛି । ସେହିଭଳି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବଢିଛି । ଶ୍ରୀ ନରେନ୍ଦ୍ର ମୋଦି ପାକିସ୍ଥାନ ଭିନ୍ନ ଅନ୍ୟ ସମସ୍ତ ପଡୋଶୀ ରାଜ୍ୟମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତ୍ତୀ ଆଣିଛନ୍ତି । ସମଗ୍ର ପୃଥିବୀରେ ସେ ଜଣେ ସର୍ବମାନ୍ୟ ନେତା ଭାବେ ଆଦୃତ ହେବା ସହିିତ ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି କରିପାରିଛନ୍ତି ।
ଶ୍ରୀ ମୋଦି ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ୨୦୨୨ ସୁଦ୍ଧା ଓଡିଶା ସମେତ ସମଗ୍ର ଦେଶର ସବୁ କଚ୍ଚାଘର ପକ୍କାଘର ପରିଣତ କରିବାର ଯୋଜନା କରିଛଛି । ୨୦୧୩-୧୪ରେ ଇନ୍ଦିରା ଆବାସ ଯୋଜନାରେ ଓଡିଶାକୁ ୨୦୮୭ କୋଟି ଟଙ୍କା ମିଳିଥିବାବେଳେ ୨୦୧୪-୧୫ରେ ୮୮୭ କୋଟି ୨୦୧୫-୧୬ରେ ୧୪୭୬ କୋଟିି , ୨୦୧୬-୧୭ ରେ ୨୮୭୨ କୋଟି ଟଙ୍କାରେ ପହଂଚିଛି । ୨୦୧୭-୧୮ ରେ ଓଡିଶା ପାଇଁ ୩୧ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଜନଧନ ଯୋଜନାରେ ଓଡିଶାରେ ୧,୧୨,୬୭,୦୦୦ ସଂଚୟ ଖାତା ଖୋଲାଯାଇଛି । ଉଜ୍ଜଳା ଯୋଜନାରେ ୧୦ ଲକ୍ଷ ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆସରିଲାଣି । ସ୍ୱଚ୍ଛଭାରତ ଅଭିଯାନରେ ୨୬ ଲକ୍ଷ ପରିବାରଙ୍କୁ ଶୋ÷ାଚାଳୟ ଯୋଗାଇ ଦିଆସାରିଛି । ୨୦୧୬-୧୭ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୬,୬୪,୦୦୦ ଚାଷୀ ଉପକୃତ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟକୁ ପ୍ରତି ମାସରେ ୪୪୭ କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୪-୧୫ରେ ରାଜ୍ୟକୁ ୧୦୫୨ କୋଟି ଟଙ୍କା ମିଳିଥିବା ବେଳେ ୨୦୧୫-୧୬ ରେ ୧୩୮୩ କୋଟି ୨୦୧୬-୧୭ରେ ୧୨୩୬ କୋଟି ଟଙ୍କା ମିଳିଛି ଏବଂ୨୦୧୭-୧୮ରେ ୨୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅଟଳ ବିହାରୀଙ୍କ ଶାସନ ପୂର୍ବରୁ ଓଡିଶାରେ ୧୬୮୧ କିଲୋମିଟର ରାଜପଥ ଥିବା ବେଳେ ତାଙ୍କ ୬ ବର୍ଷ ଶାସନକାଳରେ ଓଡିଶାକୁ ମିଳିଥିଲା ୧୬୦୦ କିଲୋମିଟର ଜାତୀୟ ରାଜପଥ । ଉପା ଶାସନର ୧୦ ବର୍ଷରେ ୧୩୫୮ କିଲୋମିଟର ରାଜପଥ ନିର୍ମାଣ କରିଥିବା ବେଳେ ମୋଦି ସରକାର, ତାଙ୍କ ୩ ବର୍ଷ କାଳ ଭିତରେ ୪୭୦୦ କିଲୋମିଟର ରାଜପଥ ନିର୍ମାଣ କରିଛନ୍ତି । ସେହିଭଳି ଓଡିଶାରେ ରେଳର ବିକାଶ ପାଇଁ ୨୦୧୩-୧୪ରେ ଉପା ସରକାର ୮୧୨.୫ କୋଟି ଟଙ୍କା ଦେଇଥିବା ବେଳେ ମୋଦି ୨୦୧୪- ୧୫ରେ ୧୩୬୦ କୋଟି ୨୦୧୫-୧୬ରେ ୩୭୫୯ କୋଟି ୨୦୧୬-୧୭ରେ ୪୬୮୨ କୋଟି ଏବଂ ୨୦୧୭-୧୮ରେ ୫୧୦୨ କୋଟି ଅର୍ଥ ଅନୁଦାନ ଆକାରରେ ଦେଇଛନ୍ତି । ଓଡିଶା ସରକାରଙ୍କର ୨୦୧୪-୧୫ ବଜେଟ୍ ୮୦,୧୩୯ । ୫୮ କୋଟି ହୋଇଥିବା ବେଳେ ସମୁଦାୟ କେନ୍ଦ୍ରୀୟ ଅନୁଦାନ ମିଳିଛି ୩୬,୮୨୪ ୭୬ କୋଟି ସେହିଭଳି ୨୦୧୫-୧୬ ବଜେଟ୍ – ୮୪, ୪୮୭ ହୋଇଥିବା ବେଳେ ୭୭ କୋଟି ସମୁଦାୟ କେନ୍ଦ୍ରୀୟ ଅନୁଦାନ ମିଳିଛି ୪୦, ୬୪୬ . ୭୫ କୋଟି, ୨୦୧୬-୧୭ ବଜେଟ୍ ୯୪, ୦୫୨.୬୫ କୋଟିରୁ ସମୁଦାୟ କେନ୍ଦ୍ରୀୟ ଅନୁଦାନ ୪୫, ୧୦୩. ୭୯ କୋଟି ଥିଲା ଏବଂ ଚଳିତ ବର୍ଷ ବଜେଟ୍ ଆକଳନ ୧, ୦୬, ୯୧୯.୦୦ ଟଙ୍କା ହୋଇଥିବା ବେଳେ ସମୁଦାୟ କେନ୍ଦ୍ରୀୟ ଅନୁଦାନ ୫୨,୬୩୨.୦୦ କୋଟି ଟଙ୍କା ମିଳିବ । ଓଡିଶା ସରକାର ପ୍ରତି ବର୍ଷ ୧୦ ହଜାରରୁ ୧୫ ହଜାର କୋଟି ଟଙ୍କା ଋଣ କରୁଥିବାରୁ ଓହିଶା ସରକାରଙ୍କ ଆୟର ପ୍ରାୟ ୧୧୦ ପ୍ରତିଶତ ଅର୍ଥ େକେନ୍ଦ୍ର ସରକାର ରାଜ୍ୟକୁ ଯୋଗାଇ ଦେଉଛନ୍ତି । ମୋଦିଙ୍କ ୩ ବର୍ଷ ଶାସନକାଳ ଭିତରେ ଦେଶର ବିଶେଷଭାବେ ଉପକୃତ ହୋଇଥିବା ରାଜ୍ୟମାନଙ୍କ ଭିତରେ ଓଡିଶା ଅନ୍ୟତମ । ଏବେ ମୋଦି ଓଡିଶାକୁ ଦାରିଦ୍ର୍ୟ ଦୂରିକରଣର ପ୍ରୟୋଗଶାଳା ରୂପେ ଗ୍ରହଣ କରିଛନ୍ତି । ଆମର ଆଶା ଭାରତର ପଶ୍ଚିମାଂଚଳ ରାଜ୍ୟମାନଙ୍କ ପରି ଓଡିଶା ଏକ ବିକଶିତ ପ୍ରଦେଶରେ ପରିଣତ ହୋଇ ପାରିବ ।

ମୋ.: ୯୩୩୭୧୨୦୨୫୫

Share in top social networks!