ପଂଚାୟତିରାଜ ଓ ପାନୀୟ ଜଳ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଜବାବ ମାଗିଲା ବିଜେପି ଟ୍ରାନ୍ସପରେନ୍ସି, ଟେକ୍ନୋଲଜୀ ନୁହେଁ ଟ୍ରିକରେ ଚାଲୁଛି ପଂଚାୟତିରାଜ ବିଭାଗ : ବିଜେପି

• ପକ୍କା ଘର ଯୋଗାଣ ମାମଲାରେ ନବୀନ ପଟ୍ଟନାୟକ ମିଥ୍ୟା ତଥ୍ୟର ସୌଦାଗର
• ୩ ବର୍ଷରେ ୩ ଲକ୍ଷ ଘର କରି ୧୮.୦୫.୨୦୧୬ରେ ଦୁଇ ବର୍ଷରେ ୧୦ ଲକ୍ଷ ଘର ଲୋକାର୍ପଣ କରିଥିବାର କରିିଥିଲେ ଡ୍ରାମା
• ୩ ଲକ୍ଷ ଘରରୁ ମାତ୍ର ୫୭ ହଜାର ଘର ଥିଲା ରାଜ୍ୟ ଯୋଜନାରେ ନିର୍ମିତ କି ନାହିଁ ଉତର ଦିଅନ୍ତୁ
• ବିଧାନସଭାରେ ମଇ ୨୦୧୫ରେ ୩ ଲକ୍ଷ ଘର ନିର୍ମାଣ କରିଥିବା କହିଥିବା ବେଳେ ଡିସେମ୍ବର ୨୦୧୬ରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମିଳିଥିଲା ଉତର
• ଦଶ ଲକ୍ଷ ଘର ତାଲିକା ଆରଟିଆଇ ଉତରରେ ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଥିବା ଦେଇଥିଲେ ସୂଚନା
• ଏହି ତଥ୍ୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳି ବ୍ଲକର ବେଲଗାଁ ଗ୍ରାମ ପଂଚାୟତରେ ୨୦୦୬-୦୭ରୁ ୨୦୧୬ ମସିହା ଶେଷ ପର୍ଯ୍ୟନ୍ତ ମୋଟ ୮୨ଟି ପକ୍କା ଘର ଓ ସେଥିରୁ ମୋଟ ୧୯ଟି ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନାରେ ଯୋଗାଇ ଦିଆ ଯାଇଥିବା ବିଜେପି କରିଥିଲା ଅଭିଯୋଗ
• ଏହି ଅଭିଯୋଗ ପରେ ପଂଚାୟତ ଓ ଗ୍ରାମ ହିସାବରେ ଗୃହ ନିର୍ମାଣ ତାଲିକାକୁ ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରୁ ହଟାଇ ଦିଆ ଯିବା ଟେକ୍ନ୍ଲଜି ଓ ଟ୍ରାନସପରେନ୍ସିର ପ୍ରମାଣ କି ବୋଲି ପ୍ରଶ୍ନ
• ଗୃହ ନିର୍ମାଣ ପାଇଁ ଗତ ଚାରି ରାଜ୍ୟ ବଜେଟରେ ରାଜ୍ୟ ଯୋଜନାରେ ମାତ୍ର ୧୭୩୦ କୋଟି ଟଙ୍କାର ବ୍ୟୟବରାଦ
• ମାତ୍ର କେନ୍ଦ୍ରୀୟ ଆବାସ ଯୋଜନାରେ ମୋଟ ୮୫୬୫ କୋଟି ବ୍ୟୟବରାଦ ସତ କି ନାହିଁ ଉତର ରଖିବାକୁ ମନ୍ତ୍ରୀଙ୍କୁ ଆହ୍ୱାନ
• ଯଦି ଅର୍ଥ ବ୍ୟୟବରାଦ ମୋଟରେ ଏତିକି ତାହେଲେ ମୁଖ୍ୟମନ୍ତ୍ରୀଙ୍କ ୧୮.୦୫.୨୦୧୬ର ଘୋଷଣା ପାଂଚ ବର୍ଷରେ ୨୬ ଲକ୍ଷ ଘର ଲକ୍ଷ୍ୟ ପୂରଣ ହେବ କେମିତି ?
• ପାନୀୟ ଜଳ ସମସ୍ୟା ନେଇ ତଥ୍ୟ ଉପସ୍ଥାପନ ନ କରି ଗାଁରେ ମା- ଭଉଣୀ ମାନେ ହାଣ୍ଡି ମାଠିଆ ଧରି ଠିଆ ହେବାକୁ ପ୍ରମାଣ ବୋଲି କହିଲା ବିଜେପି
• ୨୪ ଘଂଟାରେ ପାନୀୟ ଜଳ ସମସ୍ୟା ସମାଧାନର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ
• ଲଘୁ ବନଜାତ ଦ୍ରବ୍ୟ ମୂଲ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରୁ ଢେର କମରେ ବିକ୍ରି ହେଉଛି କାହିଁକି ?
bhrugubjpନବୀନଙ୍କ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଭାଗର ସଫଳତା ବର୍ଣନା କରିବା ପୂର୍ବରୁ ଏହି ବିଭାଗ ପରିପ୍ରେକ୍ଷୀରେ ରାଜ୍ୟ ସରକାର ‘ ଟ୍ରାନସପରେନ୍ସି’ ଦଳରେ ‘ଟ୍ରିକ’
(ପୃÂା: ୧/୩)
ବ୍ୟବହାର କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଏହା ସହ ଶ୍ରୀ ବକ୍ସିପାତ୍ର ବିଶେଷ ଭାବରେ ଗରୀବ ମାନଙ୍କୁ ପକ୍କା ଘର

ଯୋଗାଣ ମାମଲାରେ ନବୀନ ପଟ୍ଟନାୟକଙ୍କୁ ମିଥ୍ୟା ତଥ୍ୟର ସୌଦାଗର ବୋଲି ଅଭିଯୋଗକୁ ଦୋହରାଇଛନ୍ତି । ଏହା ସହ ଗାଁ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ ମାମଲାରେ ରାଜ୍ୟ ସରକାର କେତେ ସଫଳ ଗାଁ ଗଣ୍ଡାରେ ମା ଭଉଣୀ ମାନେ ହାଣ୍ଡି ମାଠିଆ ଧରି ପଙ୍କ ଗଡିଆରୁ, ନଦୀ ପଠା ଚୁଆରୁ ପାଣି ସଂଗ୍ରହ ନବୀନ ପଟ୍ଟନାୟକଙ୍କ ସଫଳତାର ସାର୍ଟିଫିକେଟ ବୋଲି ସେ କଟାକ୍ଷ କରିଛନ୍ତି ।
ଶ୍ରୀ ବକ୍ସିପାତ୍ର ୧୮.୦୫.୨୦୧୬ ମସିହାରେ ୨୦୧୪ ମସିହାରେ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବା ପରେ ଗତ ଦୁଇ ବର୍ଷରେ ଦଶ ଲକ୍ଷ ‘ବିଜୁ ପକ୍କା ଘର’ ଲୋକାର୍ପିତ କରିବା ଓ ଆଗାମୀ ତିନି ବର୍ଷରେ ଆଉ ୧୬ ଲକ୍ଷ ପକ୍କା ଘର ନିର୍ମାଣ କରାଯିବା ଲକ୍ଷ୍ୟ ଓଡିଆ ଲୋକଙ୍କୁ ବୋକା ବନାଇବା ପାଇଁ ଉଦ୍ଧିଷ୍ଟ ଥିବା ଅଭିଯୋଗ କରିବା ସହ ସେ ଉଠାଉଥିବା ତଥ୍ୟଭିତିକ ପ୍ରଶ୍ନର ଆଜି ବିଭାଗର ସଫଳତା ବଖାଣିବା ବେଳେ ସ୍ପଷ୍ଟୀକରଣ ଦେବା ପାଇଁ ଆହ୍ୱାନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ୧୮.୦୫.୨୦୧୬ ତାରିଖରେ ଦୁଇ ବର୍ଷରେ ନିର୍ମାଣ କରାଯାଇଥିବା ଦଶ ଲକ୍ଷ ଘର ଲୋକାର୍ପଣ ପୂର୍ବରୁ ବିଧାନସଭା ପ୍ରଶ୍ନ ସଂଖ୍ୟା ୟୁଡି-୨୬୬୬ , ୧୫ ଡିସେମ୍ବର ୨୦୧୫ରେ ୩ ଲକ୍ଷ ୨ ହଜାର ପକ୍କା ଘର ନିର୍ମାଣ ଗତ ତିନି ବର୍ଷରେ କରାଯାଇଥିବା ଓ ଏଥିରୁ ରାଜ୍ୟ ଯୋଜନାରେ ମୋଟ ୫୭ ହଜାର ଘର ନିର୍ମାଣ କରାଯାଇଥିବା ରାଜ୍ୟ ପଂଚାୟତିରାଜ ବିଭାଗ ମନ୍ତ୍ରୀ ବିଧାନସଭାରେ ଉତର ଦେଇଥିବା ସ୍ୱୀକାର କରିବାକୁ ବାଧ୍ୟ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ମାତ୍ର ଡିସେମ୍ବର ୨୦୧୬, ବିଧାନସଭା ରେ ରାଜ୍ୟରେ କେତେ ଘର ଦିଆ ଯାଇଛି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସରକାରଙ୍କ ଲିଖିତ ଉତର , ସରକାର ମିଛ କହୁଛନ୍ତି ବୋଲି ପ୍ରମାଣିତ କରୁଛି ନା ନାହିଁ ବୋଲି ସ୍ପଷ୍ଟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ ସରକାର ତାଙ୍କର ଚାରୋଟି ବଜେଟ ମଧ୍ୟରୁ ପ୍ରଥମ ତିନିଟି ବଜେଟରେ ୩୩୦ କୋଟି, ୭୦୦ ଓ ୭୦୦ କୋଟି, ଏହିପରି ମୋଟ ୧୭୩୦ କୋଟି ଟଙ୍କା ରାଜ୍ୟ ନିଜସ୍ୱ ବଜେଟରୁ ବ୍ୟୟବରାଦ କରିଥିବା ବେଳେ ୨୦୧୬-୧୭ ବଜେଟରେ ବିଜୁ ପକ୍କା ଘର ବାବଦରେ ଟଙ୍କାଟିଏ ବ୍ୟୟବରାଦ କରା ନ ଯାଇ ଥିବା ସତ୍ୟ କି ନୁହେଁ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ବଜେଟ ଘୋଷଣାନାମା ଆଧାରରେ ସ୍ପଷ୍ଟ କରିବା ପାଇଁ ସେ ଆହ୍ୱାନ କରିଛନ୍ତି । ଚାରିବର୍ଷରେ ବିଜୁ ପକ୍କା ଘର ବାବଦରେ ୧୭୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟି ଅର୍ଥ ବ୍ୟୟବରାଦ ହୋଇଥିବା ସତ ନା ନାହିଁ ଏହା ସ୍ପଷ୍ଟ କରିବାକୁ ପଂଚାୟତିରାଜ ମନ୍ତ୍ରୀଙ୍କୁ ଶ୍ରୀ ବକ୍ସିପାତ୍ର ଆହ୍ୱାନ ଜଣାଇଛନ୍ତି ।
ସେ କହିଛନ୍ତି ଯେ ଟେକ୍ନୋଲଜି ଓ ଟ୍ରାନସପରେନ୍ସି କଥା କହୁଥିବା ନବୀନ ପଟ୍ଟନାୟକଙ୍କ ସରକାର ପୂର୍ବରୁ କେଉଁ ଲୋକ ମାନଙ୍କୁ ଘର ଯୋଗାଇ ଦିଆ ଯାଇଛି ତାର ତାଲିକା ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ଉପଲବ୍ଧ କରାଇଥିବା ଆରଟିଆଇ ଉତରରେ ସୂଚନା ଦେଇଥିବା ବେଳେ ଆଜି ଦିନରେ ଏହି ତାଲିକାକୁ କାହିଁକି ଏଠାରୁ ଉଠାଇ ନେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଂଜିଳି ବ୍ଲକର ବେଲଗାଁ ଗ୍ରାମ ପଂଚାୟତରେ ୨୦୦୬-୦୭ରୁ ୨୦୧୬ ମସିହା ଶେଷ ପର୍ଯ୍ୟନ୍ତ ମୋଟ ୮୨ଟି ପକ୍କା ଘର ଓ ସେଥିରୁ ମୋଟ ୧୯ଟି ରାଜ୍ୟ ସରକାରଙ୍କ ପକ୍କା ଘର ଯୋଜନାରେ ଯୋଗାଇ ଦିଆ ଯାଇଥିବାର ତଥ୍ୟକୁ ଡରି ନିଜେ ବଦନାମ ହେବା ଡରରେ ଏହାକୁ ବେବସାଇଟରୁ କାଢି ନିଜର ଟ୍ରାନସପରେନ୍ସି ଓ ଟେକ୍ନୋଲଜିର ପ୍ରମାଣ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
(ପୃÂା: ୨/୩)

ପାନୀୟ ଜଳ ମାମଲାରେ ବିଜେପି ସରକାରଙ୍କ ତଥ୍ୟ କେମିତି ଭୁଲ କାଗଜ ପତ୍ର ନୁହେଁ ଗାଁ ଗଣ୍ଡାରେ ମା- ମାଉସୀ ମାନେ ହାଣ୍ଡି ମାଠିଆ ଧରି ପଙ୍କ ଗଡିଆ ଓ ନଦୀ ପଠା ଚୁଆରୁ ପାନୀୟ ଜଳ ସଂଗ୍ରହ କରିବାର ଚିତ୍ର ରାଜ୍ୟ ସରକାରଙ୍କ ଜଳ ଯୋଗାଣ ମାମଲାରେ ବିଫଳତାର ପ୍ରମାଣ ଭାବେ ଉପସ୍ଥାପିତ କରିବା ସହ ମା- ଭଉଣୀଙ୍କ ଦୈନନ୍ଦିନର କଷ୍ଟକୁ ରାଜ୍ୟ ସରକାର ଉପଲବ୍ଧି କରି ପାରୁଛନ୍ତି କି ନାହିଁ, ରାଜ୍ୟ ସରକାର ସ୍ପଷ୍ଟ କରିବାକୁ କହିଛନ୍ତି । ମାତ୍ର ଖରାଦିନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ସମସ୍ୟା ସମୀକ୍ଷା କରି ସମସ୍ୟା ଥିଲେ ୨୪ ଘଂଟା ମଧ୍ୟରେ ସମାଧାନ କରିବା ପାଇଁ ଦେଇଥିବା ନିର୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଏହାର ଜବାବ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି ।
ଏହା ସହ ଜଙ୍ଗଲ ବିଭାଗ ଓ ପଂଚାୟତିରାଜ ବିଭାଗର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ସହ ସମ୍ପର୍କ ଓତପ୍ରୋତ ହୋଇଥିବା କାରଣରୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟର କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ମିଳୁ ନାହିଁ ବୋଲି ଉଭୟ ପଂଚାୟତିରାଜ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ମିଳିତ ଭାବେ ଉତର ଦେବା ପାଇଁ କହିଛନ୍ତି ।
ମହୁର କିଲୋ ପିଛା ସହାୟକ ମୂଲ୍ୟ ୧୫୦ ଟଙ୍କା, ଶାଳ ମଂଜି ୧୦ ଟଙ୍କା, ଶାଳ ପତ୍ର ୨୧ ଟଙ୍କା ମଂଜି ସହ ତେନ୍ତୁଳି ୧୮ ଟଙ୍କା, ନିମ୍ବ ମଂଜି ୧୨ ଟଙ୍କା, ଝାଡୁ ଘାସ ୧୦ ଟଙ୍କା କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏହି ମୂଲ୍ୟ କାହିଁକି ଆଦିବାସୀ ମାନଙ୍କୁ ମିଳୁ ନାହିଁ, ଏହାର ଉତର ଦେବା ପାଇଁ ସେ ଆହ୍ୱାନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!