ପିଆଜ ଅଭାବି ବିକ୍ରି ଓ ଅନ୍ୟାନ୍ୟ କୃଷି ସମସ୍ୟା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମେହନ ସିଂହଙ୍କୁ ସାକ୍ଷାତ କଲା ରାଜ୍ୟ ବିଜେପିର ୫ଜଣିଆ ପ୍ରତିନିଧି ମଣ୍ଡଳ

- ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପିଆଜ ଚାଷୀ ଅଭାବୀ ବିକ୍ରିର ଶିକାର
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ସିଚାଇ ଯୋଜନା ଓ ମୃତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନାକୁ ଗୁରତର ସହ କାର୍ଯ୍ୟ କରୁନି ରାଜ୍ୟ ସରକାର
-କେନ୍ଦ୍ର କୃଷି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି ପ୍ରତିନିଧି ମଣ୍ଡଳ
radhanatha

ନୂଆଦିଲ୍ଲୀଠାରେ ରାଜ୍ୟ ବିଜେପିର ଏକ ପାଂଚ ଜଣିଆ ପ୍ରତିନିଧି ମଣ୍ଡଳ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ସାକ୍ଷାତ କରି ରାଜ୍ୟରେ ପିଆଜ ଅଭାବି ବିକ୍ରି ତଥା ଅନ୍ୟାନ୍ୟ ସମସ୍ୟା ସମ୍ବନ୍ଧରେ ଅବଗତ କରାଇବା ସହ ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଏହି ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟରେ ପିଆଜ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅଦର ଦରରେ ପିଆଜ ଅଭାବୀ ବିକ୍ରି କରୁଥିବା ଏହି ପ୍ରତିନିଧି ମଣ୍ଡଳ ଅବଗତ କରାଇଛି । ରାଜ୍ୟର ଚାଷୀମାନେ ପ୍ରବଳ ପରିଶ୍ରମ କରି ପ୍ରଚୁର ପିଆଜ ଅମଳ କରିଲେ ମଧ୍ୟ ସେମାନଙ୍କଠାରୁ ଉପଯୁକ୍ତ ମୂଲ୍ୟରେ ପିଆଜ କିଣିବା ବା ଏହାକୁ ସଂରକ୍ଷଣ କରି ରଖି ପରବର୍ତ୍ତି ସମୟରେ ବଜାରରେ ଅଧିକ ମୂଲ୍ୟରେ ବିକିବାର ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇ ନଥିବା ଏହି ପ୍ରତିନିଧି ମଣ୍ଡଳ ଅଭିଯୋଗ କରିଛି ।

ଓଡ଼ିଶାରେ ବାର୍ଷିକ ୨.୯୬ ମେଟି୍ରିକ ଟନ୍ ପିଆଜର ଆବଶ୍ୟକତା ଥବା ଆକଳନ କରାଯାଇଥିବା ବେଳେ ମହାରାଷ୍ଟ୍ର ତଥା ଅନ୍ୟ ରାଜ୍ୟରୁ ପିଆଜ ଆମଦାନୀ କରାଯାଇ ରାଜ୍ୟର ଖାଉଟିମାନଙ୍କର ଆବଶ୍ୟକତା ପୂରଣ କରାଯାଉଛି । ବାହାର ରାଜ୍ୟରୁ ପିଆଜ ଆସୁଥିବା କାରଣରୁ ରାଜ୍ୟର ଖାଉଟିଙ୍କୁ ଅଧିକା ଦରରେ କ୍ରୟ କରିବାକୁ ପଡୁଛି । ପିଆଜ ଚାଷୀଙ୍କୁ ପ୍ରେସôାହନ ଓ ସଂରକ୍ଷଣ ସୁବିଧା ତିଆରି କରାଗଲେ ଓଡ଼ିଶାର ଉଭୟ ଚାଷୀ ଓ ଖାଉଟି ଉପକୃତ ହେବେ ବୋଲି ଏହି ପ୍ରତିନିଧି ମଣ୍ଡଳ କହିଛି ।

ପିଆଜ ସମସ୍ୟା ଛଡ଼ା ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀବା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସେଚାଇ ଯୋଜନା ତଥା ମୃତିିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ରାଜ୍ୟ ସରକାର ଲୋକଙ୍କ ପାଖରେ ପହଂଚାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେଉ ନଥିବା ରାଜ୍ୟ ବିଜେପିର ଏହି ପ୍ରତିନିଧି ମଣ୍ଡଳ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ନିଦେ୍ର୍ଧଶ ଦେବା ପାଇଁ ନିବେଦନ କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଡାକ୍ତର ଯତୀନ ମହାନ୍ତି, ମୁଖପାତ୍ର ଗୋଳକ ମହାପାତ୍ର ଓ ସୁଦୀପ୍ତ ରାୟ ଓ ଡାକ୍ତର ପୂର୍ଣ୍ଣ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ସେମାନଙ୍କର ଦାବିକୁ କେନ୍ଦ୍ର କୃଷି ମନ୍ତ୍ରୀ ଶୁଣିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଏହି ପ୍ରତିନିଧି ମଣ୍ଡଳ ପ୍ରକାଶ କରିଛି ।

Share in top social networks!