ଲିଟିଲ୍ ମିସ୍ ପଦ୍ମାଳୟାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନମୂଳକ ସହାୟତା

କେରଳର କୋଜିକୋଡ୍ଠାରେ ଅନୁଷ୍ଠିତ ଜୁନିଅର୍ ମଡେଲ୍ ଇଣ୍ଟରନ୍ୟାସନାଲ୍ କ୍ରାଉନ୍ ଲିଟିଲ ମିସ୍ ପଦ୍ମାଳୟା ନନ୍ଦଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନମୂଳକ ସହାୟତା ପ୍ରଦାନ କରିବା ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁମୋଦନ କରିଛନ୍ତିା ସୁଶ୍ରୀ ପଦ୍ମାଳୟା ଚଳିତ ମାସ ୩୧ରୁ ଜନ୍ ୬ ତାରିଖ ପର୍ଯ୍ୟନ୍ତ ଆମେରିକାର ଜର୍ଜିଆଠାରେ ଅନୁଷ୍ଠିତ ହେଉଥ#ବା ଲିଟିଲ୍ ମିସ୍ୟୁନିଭର୍ସ ଟାଇଟେଲ୍-୨୦୧୭ ଓ ଗ୍ରୀସ୍ରେ ଅନୁଷ୍ଠିତ ହେଉଥ#ବା ଲିଟିଲ୍ ମିସ୍ ଓ୍ୱାଲର୍ଫରେ ପ୍ରତିନିଧ#ତ୍ୱ କରିବୋ ସମଗ୍ର ଦେଶର ଉତ୍ତରପୂର୍ବ ତଥା ଉତ୍ତରାଞ୍ଚଳରୁ ମନୋନୀତ ବାରବର୍ଷର ଓଡିଆ ଝିଅ ପଦ୍ମାଳୟା କଟକସ୍ଥିତ ଷ୍ଟୁଆଟର୍୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀା ସେ ଗତ ଅପ୍ରେଲ୍ ମାସରେ ବେଷ୍ଟ ବଲ୍ ଗାଉନ୍ ପୁରସ୍କାର ସମେତ ବେଷ୍ଟ ପି୍ର-ଟିନ୍ ଜେଏମ୍ଆଇ ଭାବରେ ବିଚାରକମଣ୍ଡଳୀ ତଥା ଦର୍ଶକମାନଙ୍କ ମନୋନୟନ କ୍ରମେ ବିଜୟିନୀ ହୋଇଥ#ଲୋ ସମ୍ବଲପୁରୀ ନୃତ୍ୟରେ ରୁଚି ରଖ#ଥ#ବା ପଦ୍ମାଳୟା ପରବର୍ତ୍ତୀ ସମୟରେ ବିଶ୍ୱସ୍ତରୀୟ ଖ୍ୟାତି ଆଣିଦେଇ ଓଡ଼ିଶାକୁ ଗୌରବାନ୍ୱିତ କରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାପ୍ରକଟ କରିଛନ୍ତିା ଉଲ୍ଲେଖଯୋଗ୍ୟ ଯେ ସୁଶ୍ରୀ ପଦ୍ମାଳୟା ତାଙ୍କ କୃତିତ୍ୱ ପାଇଁ ଏହା ପୂର୍ବରୁ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତିା

Share in top social networks!