ଅଷ୍ଟ୍ରିଆର ରାଜଧାନୀ ଭିଏନାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆ – ଅପେକ ଆନୁÂାନିକ ବାର୍ତାଳାପ ପୂର୍ବରୁ ଅପେକ ସେକ୍ରେଟାରୀ
ଜେନେରାଲଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା
• ଅପେକ ଏବଂ ଅଣ ଅପେକ ରାଷ୍ଟ୍ର ଗୁଡିକ ଦ୍ୱାରା ୧.୮ ଏମପିପିଡି ତୈଳ ଉପôାଦନ ହ୍ରାସର ଉଦବେଗ
ପ୍ରକାଶ
• ଏସିଆନ ପ୍ରିମିୟମ ବଦଳରେ ଏସିଆନ ଡିଭିଡେଂଟ ପାଇଁ ଅନୁରୋଧ18664329_1366247813458794_6475525124991205761_n

ଇଣ୍ଡିଆ – ଅପେକ ଆନୁÂାନିକ ବାର୍ତାଳାପ ଆସନ୍ତା ମଇ ୨୫ ତାରିଖରେ ଅନୁÂିତ ହେବା ପୂର୍ବରୁ ସୋମବାର ଦିନ ଅପେକର ସେକ୍ରେଟାରୀ ଜେନେରାଲ ମୋହମ୍ମଦ ସନସୁଇ ବାରକିଣ୍ଡୋଙ୍କ bସହିତ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା କରିଛନ୍ତି ବିଦେଶ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଷ୍ଟ୍ରିଆର ଭିଏନା ଠାରେ ଭାରତ – ଅପେକ ବାର୍ତାଳାପରେ ଶ୍ରୀ ପ୍ରଧାନ ଯୁଗ୍ମ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ
ରହିଛି । ସୋମବାର ଦିନ ଅପେକର ସେକ୍ରେଟାରୀ ଜେନେରାଲଙ୍କ ସହ ଶ୍ରୀ ପ୍ରଧାନଙ୍କ ବ୍ୟକ୍ତିଗତ ବୈଠକ ପରେ
ଭାରତ ଓ ଅପେକ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ବାର୍ତାଳାପ ହୋଇଥିଲା । ଅପେକ ଏବଂ ଅଣ ଅପେକ ରାଷ୍ଟ୍ର
ଗୁଡିକ ଦ୍ୱାରା ୧.୮ ଏମପିପିଡି ତୈଳ ଉପôାଦନ ହ୍ରାସର ଭାରତ ଭଳି ଦେଶ ଉପରେ ପ୍ରଭାବ ସମ୍ପର୍କରେ ଶ୍ରୀ
ପ୍ରଧାନ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।
ଏହି ବୈଠକରେ ଶ୍ରୀ ପ୍ରଧାନ ଭାରତ ଓ ଅପେକ ମଧ୍ୟରେ ବିକ୍ରେତା – କ୍ରେତାର ସମ୍ପର୍କକୁ ଉର୍ଧକୁ ଉଠି ଦ୍ୱିପାକ୍ଷିକ
ଆଲୋଚନା ଓ ସମ୍ବନ୍ଧ ମାଧ୍ୟମରେ ଏହାକୁ ଶକ୍ତି ସୁରକ୍ଷାର ବନ୍ଧନରେ ପରିଣତ କରିବା ପାଇଁ ମନ୍ତବ୍ୟ ଦେଇଥିଲୋ
ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ- ଅପେକର ଦୀର୍ଘ ବର୍ଷର ନିରନ୍ତର ଓ ବିଶ୍ୱାସଯୋଗ୍ୟ ଗ୍ରାହକ ହେଉଛି ଭାରତ ।
ଭାରତ ପୃଥିବୀର ଏକ ମାତ୍ର ବଡ ଅର୍ଥନୀତି ଯେଉଁଠି ଅଶୋଧିତ ତୈଳର ଚାହିଦା ବଢିବାରେ ଲାଗିଛି । ଭାରତ-
ଅପେକ ରାଷ୍ଟ୍ର ମାନଙ୍କ ଠାରୁ ୮୬ ପ୍ରତିଶତ ଅଶୋଧିତ ତୈଳ, ୭୦ ପ୍ରତିଶତ ପ୍ରାକୃତିକ ଗ୍ୟାସ ଓ ୭୫ ପ୍ରତିଶତ
ଏଲପିଜି କ୍ରୟ କରିଥାଏ । ଭାରତ ଭଳି ପେଟ୍ରୋଲଜାତ ଦ୍ରବ୍ୟ କ୍ରୟ କରୁଥିବା ଦେଶ ମାନଙ୍କ ପାଇଁ ଆପୁର୍ତି
ଗୁରୁତ୍ୱପୂର୍ଣ ହୋଇଥିବା ବେଳେ ବିକ୍ରି କରୁଥିବା ଦେଶ ମାନଙ୍କ ପାଇଁ ମଧ୍ୟ ଚାହିଦାର ସ୍ଥିରତା ଜରୁରୀ । ଏହି
ପରିପ୍ରେକ୍ଷୀରେ ଭାରତ ଏକ ପେଟ୍ରୋଲ ଚାହିଦାର ଦୃତ ବର୍ଧିତ ବଜାର ଭାବରେ ଇଣ୍ଡିଆ ଅପେକର ନିରନ୍ତର
କଥାବାର୍ତା ଜରୁରୀ ବୋଲି କହିଥିଲେ ।
ଶ୍ରୀ ପ୍ରଧାନ ପ୍ରଚୁର ଆମଦାନୀ କରୁଥିବା ରାଷ୍ଟ୍ର ଭାବରେ ଅପେକ ରାଷ୍ଟ୍ର ଭାବରେ ଅଶୋଧିତ ତୈଳ ଭାବେ
ଏସିଆନ ପ୍ରିମିୟମ ନ ଲଗାଇବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଅପେକ ରାଷ୍ଟ୍ରରୁ ସମସ୍ତ କ୍ରୟ
ଉପରେ ଭାରତ ଠିକ ସମୟରେ ଅର୍ଥ ପୈଠ କରିବା ଓ ଚୁକ୍ତିନାମାର ସବୁ ସର୍ତକୁ ପୂରଣ କରିବାକୁ ଭାରତ
ସବୁବେଳେ ତପôର ରହିଛି । ଏହି ଦୃଷ୍ଟିରୁ ଭାରତ କ୍ରୟ କରୁଥିବା ପେଟ୍ରୋଲିୟମ ଉପôାଦ ଉପରେ ରିହାତି ଦେବାକୁ
ଶ୍ରୀ ପ୍ରଧାନ ମତ ରଖିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପେକ ପାଶ୍ଚାତ୍ୟ ଦେଶର କ୍ରୟ ଉପରେ ରିହାତି ଦେଉଥିବା ବେଳେ ଏସୀୟ କ୍ରେତାଙ୍କ
ଉପରେ ଅଧିକ ଆର୍ଥିକ ବୋଝ ଲଦୁଛି । ଏଥି ପାଇଁ ଏସିଆନ ପ୍ରିମିୟମ ବଦଳରେ ଏସିଆନ ଡିଭିଡେଂଟ ଦେବା
ପାଇଁ ଶ୍ରୀ ପ୍ରଧାନ ଏହି ବୈଠକରେ ମତ ରଖିଛନ୍ତି ।
ଅପେକର ଦାୟିତ୍ୱ ସମ୍ପନ୍ନ ମୂଲ୍ୟ ନିର୍ଧାରଣ ଭାରତର ସାମାଜିକ ଆର୍ଥିକ ବିକାଶ ପାଇଁ ଗୁରୁତ୍ୱ ରହିଛି ବୋଲି ଶ୍ରୀ
ପ୍ରଧାନ କହିବା ସହ ଭାରତର ସାଧାରଣ ଓ ବଂଚିତ ଲୋକ ମାନେ ଯେଉଁ ମାନେ ଏ ପର୍ଯ୍ୟନ୍ତ ଉର୍ଜାର ଲାଭ ପାଇ
ପାରି ନାହାନ୍ତି ସେମାନଙ୍କ ପାଖରେ ପହଂଚାଇବାକୁ ଚାହୁଁଛନ୍ତି । ଭାରତର ଗରୀବ ଲୋକ ମାନଙ୍କର ଅର୍ଥନୀତି
ବଢିଲେ ଉର୍ଜାର ଆବଶ୍ୟକତା ବଢିବ ଓ ଅପେକ ରାଷ୍ଟ୍ର ମାନଙ୍କୁ ଭାରତର ଅଶୋଧିତ ତୈଳ କ୍ରୟ ମଧ୍ୟ ବଢିବ
ବୋଲି ଶ୍ରୀ ପ୍ରଧାନ କହିବା ସହ ଅପେକ ରାଷ୍ଟ୍ର ମାନେ ତୈଳ ଦର ହ୍ରାସ କରିବା ଉପରେ ଗୁରୁତ୍ୱ ଆରୋପ
କରିଛନ୍ତି ।
ଏହି ଆଲୋଚନାରେ ଭାଗ ନେବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ, ତୈଳ ବିପଣନ କମ୍ପାନୀ ମାନଙ୍କର
ମୁଖ୍ୟ ତଥା ବେସରକାରୀ ତୈଳ ବିପଣନକାରୀ ସଂସ୍ଥାନଙ୍କ ପ୍ରତିନିଧି ମାନେ ଶ୍ରୀ ପ୍ରଧାନଙ୍କ ସହ ଭିଏନା ଗସ୍ତରେ
ଅଛନ୍ତି ।

Share in top social networks!