ରାଜ୍ୟରେ ଆଉ ସାତଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ

18194075_1340339649382944_8616136446563347945_n
ରାଜ୍ୟରେ ଆଉ ସାତଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହି ସାତଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବା ଦ୍ୱାରା ଏହି ଅଂଚଳର ଲୋକ ମାନେ ଉପକୃତ ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଯେଉଁ ସାତଟି ସ୍ଥାନରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରିଛନ୍ତି ସେଗୁଡିକ ମଧ୍ୟରେ ଅନୁଗୁଳ, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦ୍ରାପଡା, ବଲାଙ୍ଗୀର, ଯାଜପୁର ଓ ଭବାନୀପାଟଣା ସାମିଲ ରହିଛି ।

ସମାଜର ବିଭିନ୍ନ ବର୍ଗ ତରଫରୁ ବିଶେଷ ଭାବେ କୁଶଳୀ, ଅଣ କୁଶଳୀ ଶ୍ରମ ଶକ୍ତି, ଛାତ୍ର, ଗବେଷକ, ବ୍ୟବସାୟୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପାସପୋର୍ଟ ଜାରୀ କରିବା ପାଇଁ ଦାବି ବଢୁଥିବାରୁ ଉପରୋକ୍ତ ସ୍ଥାନ ମାନଙ୍କରେ ପାଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଆବଶ୍ୟକୀୟ ନିର୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସବୁ ସ୍ଥାନ ମାନଙ୍କରେ ଏହି କେନ୍ଦ୍ର ମାନ ଖୋଲିଲେ ଏହି ସହର ମାନଙ୍କରେ ଓ ଏହି ଅଂଚଳର ଲୋକ ମାନେ ପାସପୋର୍ଟ ସେବା ସହଜରେ ପାଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହା ବ୍ୟତୀତ ରାଜ୍ୟରେ ତିନୋଟି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଖୋଲିଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ଏହି ପତ୍ରରେ ଧନ୍ୟବାଦ ଦେଇଛନ୍ତି । ଏଥି ମଧ୍ୟରୁ ଦୁଇଟି କେନ୍ଦ୍ରର ଉଦଘାଟନ ହୋଇ ସାରିଥିବା ବେଳେ କୋରାପୁଟ ସ୍ଥିତ କେନ୍ଦ୍ର ଖୋଲିବା ପାଇଁ ସବୁ ବ୍ୟବସ୍ଥା ଶେଷ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!