ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନବୀନ ପଟ୍ଟନାୟକଙ୍କର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
ଘୋଷଣା ପରିପ୍ରେକ୍ଷୀରେ ବିଜେଡିକୁ କଲେ କଟୁ ସମାଲୋଚନା
• ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କୁ ପାଂଚଟି ପ୍ରଶ୍ନର ଉତର ମାଗିବାକୁ
ଗ୍ରାମବାସୀଙ୍କୁ କଲେ ଆହ୍ୱାନ
• ଯୁବକଙ୍କୁ ରୋଜଗାର, ପାନୀୟଜଳ, ଚାଷ ଜମିକୁ ଜଳସେଚନ, ଟଙ୍କିକିଆ ଚାଉଳରେ ଶ୍ରେୟ କିନ୍ତୁ
ଭୁଲ୍ ହିତାଧିକାରୀଙ୍କୁ ଲାଭ ଓ ଚିଟ୍ଫଣ୍ଡ ଟଙ୍କା ଗାଁ ଲୋକଙ୍କୁ କେବେ ଫେରସ୍ତ ମିଳିବ ବୋଲି
ପଚାରିଲେ ପ୍ରଶ୍ନ
dpjiamaogaon
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ କଂଗ୍ରେସ ନେତା ବିନାୟକ ତ୍ରିପାଠୀ ଓ ତାଙ୍କର
ହଜାର ହଜାର ସମର୍ଥକ ବିଜେପିରେ ମିଶାଇବା ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଘୋଷଣା
ପରିପ୍ରେକ୍ଷୀରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ।
୧୭ ବର୍ଷର ନିରଙ୍କୁଶ ଶାସନ କରି ଚାରି ଚାରି ଥର ନିର୍ବାଚନରେ ବ୍ୟାପକ ଜନ ଆଶୀର୍ବାଦ ପାଇଲା ପରେ
ମଧ୍ୟ ରାଜ୍ୟର ଗାଁ ମାନଙ୍କରେ କଣ ବିକାଶ ହୋଇଛି ତାର କଡାଗଣ୍ଡା ହିସାବ ଓଡିଶାର ଜନସାଧାରଣ ମାଗିବାକୁ
ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ ଜନସଭାକୁ ଉଦ୍ବୋଧନ ଦେଇ କହିଛନ୍ତି ।
ଶ୍ରୀ ପ୍ରଧାନ ଓଡିଶା ଗାଁ ଗଣ୍ଡାର ଲୋକ ମାନଙ୍କ ମନରେ ଥିବା ପାଂଚଟି ପ୍ରଶ୍ନର ଉତର ଆମ ଗାଁ ଆମ ବିକାଶ
କାର୍ଯ୍ୟକ୍ରମରେ ବିଜେଡି ଦେଉ ବୋଲି ଆହ୍ୱାନ ଜଣାଇଛନ୍ତି ।
ଗାଁର ଯୁବ ଶକ୍ତିକୁ ରୋଜଗାର ଦେବାରେ ରାଜ୍ୟ ସରକାର କାହିଁକି ବିଫଳ ହୋଇଛି ବୋଲି ଶ୍ରୀ ପ୍ରଧାନ ଗାଁର
ଲୋକ ମାନଙ୍କର ପ୍ରଥମ ପ୍ରଶ୍ନ ବୋଲି କହିଛନ୍ତି ।
ଖରା ଦିନେ ଗାଁ ଗାଁରେ କାହିଁକି ପାନୀୟ ଜଳ ସଙ୍କଟ କାରଣରୁ ମା ଭଉଣୀ ମାନେ ହାଣ୍ଡି ମାଠିଆ ଧରି
ରାଜରାସ୍ତାରେ ଠିଆ ହୋଇଛନ୍ତି ଏହାକୁ ଦ୍ୱିତୀୟ ପ୍ରଶ୍ନ ଭାବେ ବିଜେଡି ଜବାବ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ
ଜଣାଇଛନ୍ତି ।
କୃଷି ଓଡିଶାର ମେରୁଦଣ୍ଡ ହୋଇଥିବା ବେଳେ ଚାଷ ଜମିକୁ ଜଳ ସେଚନର ସୁବିଧା କାହିଁକି ମିଳି ପାରିନାହିଁ
ବୋଲି ଶ୍ରୀ ପ୍ରଧାନ ଓଡିଶାର ଗାଁରେ ରହୁଥିବା ଲୋକ ମାନଙ୍କର ତୃତୀୟ ପ୍ରଶ୍ନ ବୋଲି କହିଛନ୍ତି ।
ଟଙ୍କିକିଆ ଚାଉଳ ଯୋଜନାରେ କିଲେ ଚାଉଳରେ କେନ୍ଦ୍ର ୨୯ ଟଙ୍କା, ହିତାଧିକାରୀ ଟଙ୍କାଟିଏ ଦେଉଥିବା
ବେଳେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ମାତ୍ର ଯୋଗ୍ୟ ହିତାଧିକାରୀ ବଦଳରେ
ଦଳୀୟ ଆଧାରରେ ଚାଉଳ ବାଂଟୁଛନ୍ତି । କଟକର ମେୟର ବିଜେଡି ପାଇଁ ଯୋଗ୍ୟ ହିତାଧିକାରୀ । ଏହାକୁ
ଚତୁର୍ଥ ପ୍ରଶ୍ନ ଭାବରେ ପ୍ରସ୍ତୁତ କରିଛନ୍ତି ଶ୍ରୀ ପ୍ରଧାନ ।
ଶେଷରେ ପଂଚମ ପ୍ରଶ୍ନ ଚିଟ୍ଫଣ୍ଡ କେଳେଙ୍କାରୀକୁ ନେଇ ପଚାରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଗାଁ
ଗାଁରେ ଚିଟ୍ଫଣ୍ଡ କମ୍ପାନୀର ଠକର ଶିକାର ହୋଇ ଗରିବ ଲୋକମାନେ ଅକଥନୀୟ ଅସୁବିଧାର ଶିକାର
ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଟଙ୍କା ଫେରସ୍ତର ପ୍ରତିଶ୍ରୁତି ସତ୍ୱେ କାହିଁକି ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ ହୋଇ ନାହିଁ
ଏହାର ଉତର ରଖିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

Share in top social networks!