ବିଜୁ ଜନତା ଦଳର ପ୍ରତ୍ୟେକଟି କର୍ମୀ ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା ଓ କାମ କରନ୍ତୁ: ନବୀନ ପଟ୍ଟନାୟକ

ÿ ନିର୍ବାଚନୀ ଇସ୍ତାହାରକୁ ପ୍ରତିବଦ୍ଧତାର ସହ ମୋ ସରକାର ପ୍ରଥମ ଦିନରୁ କାର୍ଯ୍ୟକାରୀ କରାଉଛି
ÿ ଜୁଲାଇ ପହିଲାରୁ ‘ଆମ ଗାଁ, ଆମ ବିକାଶ’
ÿ ଯୁବ ସ୍ୱେଚ୍ଛାସେବୀଙ୍କ ପାଇଁ ‘ବିଜୁ ସାଥୀ’ କାର୍ଯ୍ୟକ୍ରମ
ÿ ସେପ୍ଟେମ୍ବର ସୁଦ୍ଧା ୱାର୍ଡ କମିଟି
ଭୁବନେଶ୍ୱର,୨୦/୫/୨୦୧୭: ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ । ସେଦିନ ଥିଲା ବିଜୁବାବୁଙ୍କ ଜୟନ୍ତୀ । ସେହି ପବିତ୍ର ଦିବସ ଅବସରରେ
ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାର ଶାସନ ଦାୟିତ୍ୱ ନେଇଥିଲା । ଆସନ୍ତାକାଲି, ଆମ ସରକାରଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଆମେ
ପାଳନ କରିବାକୁ ଯାଉଛୁ ।
ଏହି ୧୭ବର୍ଷ ମଧ୍ୟରେ ଓଡ଼ିଶାର ଛବି ଉଜ୍ଜ୍ୱଳ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ସ୍ୱାଭିମାନର ସହ ଓଡ଼ିଶା ତା’ର ବିକାଶ ଯାତ୍ରା ଜାରି ରଖିଛି ।
ବିଜୁ ଜନତା ଦଳ ଆଜି ଚାରି କୋଟି ଓଡ଼ିଆଙ୍କ ଆସ୍ଥା ଓ ଭରସାର କେନ୍ଦ୍ର ହୋଇପାରିଛି । ବିଭିନ୍ନ ସମୟରେ, ବିଭିନ୍ନ ନିର୍ବାଚନରେ ଓଡ଼ିଶାବାସୀ ବିଜୁ ଜନତା
ଦଳକୁ ଶକ୍ତିଶାଳୀ କରିଛନ୍ତି ।
ଓଡ଼ିଶାବାସୀ ଓ ବିଜୁ ଜନତା ଦଳ ମଧ୍ୟରେ ଥିବା ଏହି ସଂପର୍କକୁ ଆହୁରି ମଜଭୁତ କରିବା ଆମର ଲକ୍ଷ୍ୟ ।
ଏଥିପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ତାଙ୍କ ଜିଲ୍ଲାକୁ ଯିବେ । ସେଠାରେ ଜିଲ୍ଲା ସଭାପତିଙ୍କୁ ନେଇ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କରିବେ । ଏଥିରେ ଆମ ସରକାରର ସଫଳତା ସଂପର୍କରେ କର୍ମଶାଳା କରାଯିବ । ଲୋକଙ୍କୁ ସଚେତନ କରାଯିବ । ମଇ ୨୪ ତାରିଖରୁ ଜୁନ୍‍ ୩୦ ତାରିଖ
ପର୍ଯ୍ୟନ୍ତ ଏହା ଚାଲିବ ।
ଜୁଲାଇ ପହିଲାରୁ ଆମେ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ ଆରମ୍ଭ କରିବୁ । ଏଥିପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ବ୍ଲକ ପର୍ଯ୍ୟବେକ୍ଷକ, ବିଧାୟକ,
ସ୍ଥାନୀୟ ନେତୃମଣ୍ଡଳୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତକୁ ଯିବେ, ସେଠାରେ କର୍ମଶାଳା କରି ସରକାରଙ୍କ ସଫଳତା
ବିଷୟରେ ଲୋକଙ୍କୁ ବୁଝାଇବେ । ୱାର୍ଡ କମିଟି ଗଠନ କରି ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୋତେ ରିପୋର୍ଟ ଦେବେ ।
ବିକାଶ ପାଇଁ ବିଜୁ ଜନତା ଦଳର ପ୍ରତିବଦ୍ଧତା ବିଷୟରେ ସମସ୍ତେ ଜାଣନ୍ତି । ଏଥିପାଇଁ ଅନେକ ଲୋକ ଆମ ଦଳରେ ଯୋଗ ଦେବା ପାଇଁ ମୋତେ
ଭେଟୁଛନ୍ତି । ଓଡ଼ିଶା ମା’ର ସେବା ପାଇଁ ରାଜ୍ୟ ତଥା ଦେଶ ବିଦେଶରେ ଥିବା ବହୁ ଓଡ଼ିଆ ବୁଦ୍ଧିଜୀବୀ ଓ ପେଶାଦାରମାନଙ୍କୁ ବିଜୁ ଜନତା ଦଳରେ ଯୋଗଦାନକୁ
ଆମେ ସବୁବେଳେ ସ୍ୱାଗତ କରିଛୁ ଓ କରିବୁ ।
ସେହିପରି ବହୁ ଯୁବ ସ୍ୱେଚ୍ଛାସେବୀ ମଧ୍ୟ ବିଜୁ ଜନତା ଦଳ ପାଇଁ କାମ କରିବାକୁ ଆଗେଇ ଆସୁଛନ୍ତି । ସେଥିପାଇଁ ଆମେ ‘ବିଜୁ ସାଥୀ’ କାର୍ଯ୍ୟକ୍ରମ ଆରମ୍ଭ
କରିବୁ । ଏଥିରେ ଆମର ଯୁବ ସ୍ୱେଚ୍ଛାସେବୀମାନେ ବିଜୁ ଜନତା ଦଳରେ ସାମିଲ ହୋଇ ଦଳ ପାଇଁ ଓ ଓଡ଼ିଶା ପାଇଁ କାମ କରିବେ ।
କିଛି ଦଳ ଅପପ୍ରଚାରରେ ବିଶ୍ୱାସ କରନ୍ତି । କିନ୍ତୁ ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ । ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ । ଆମ ସରକାର
ଦେଶର ଏକମାତ୍ର ସରକାର, ଯିଏ ଦଳର ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ଦିନରୁ ହିଁ, ନୀତିଗତ ନିଷ୍ପତ୍ତି ନେଇଛି । ଆମ ସରକାରର
ସଫଳତା ବିଷୟରେ ଅନେକ ବକ୍ତା କହି ସାରିଲେଣି । ଶିଶୁ ମୃତୁ୍ୟହାର, ମାତୃ ମୃତୁ୍ୟହାର ହ୍ରାସ, ପୁଷ୍ଟିହୀନତା, ପ୍ରତିରକ୍ଷଣ ଆଦି କ୍ଷେତ୍ରରେ ଆମେ ଭଲ କାମ
କରିଛୁ । ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଶିକ୍ଷା, ମମତା କାର୍ଯ୍ୟକ୍ରମ, ମହିଳା, ଯୁବକ ଓ ଚାଷୀଙ୍କ ପାଇଁ ୧ ପ୍ରତିଶତ ସୁଧରେ ଋଣ, ଭିତ୍ତିଭୂମିର
ବିକାଶ, ସମସ୍ତଙ୍କ ପାଇଁ ପକ୍କା ଘର, ଚାଷୀ ଓ ଚାଷର ବିକାଶ, କୌଶଳ ବିକାଶ କାର୍ଯ୍ୟକ୍ରମ, କେନ୍ଦୁପତ୍ର ତୋଳାଳୀ ଓ ନିର୍ମାଣ ଶ୍ରମିକ କଲ୍ୟାଣ ଆଦି ବିଭିନ୍ନ
କାର୍ଯ୍ୟକ୍ରମ ଓଡ଼ିଶାରେ ବିକାଶର ଏକ ନୂଆ ଯୁଗ ଆରମ୍ଭ କରିଛି ।
କିଛି ଦଳ ଓଡ଼ିଶାର ବିକାଶକୁ ପଛରେ ରଖି, ସେମାନଙ୍କ ଦଳର ସ୍ୱାର୍ଥ ପାଇଁ ଅଯଥା ରାଜନୀତି କରୁଛନ୍ତି । କିନ୍ତୁ ମୁଁ ଚାହେଁ, ଆପଣମାନେ ଆହୁରି ଉତ୍ସର୍ଗୀକୃତ
ଭାବରେ ଲୋକଙ୍କ ସେବା କରନ୍ତୁ, ଲୋକଙ୍କ କାମ କରନ୍ତୁ । ଓଡ଼ିଶାର ବିକାଶର ଛବିକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ କାମ ଜାରି ରଖନ୍ତୁ ବୋଲି ମାନ୍ୟବର
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳ ନେତୃତ୍ୱାଧୀନ ସରକାରର ଚତୁର୍ଥ ପାଳିର ୩ବର୍ଷ ପୂର୍ତ୍ତି
ଉପଲକ୍ଷେ ଆୟୋଜିତ ଦଳୀୟ ପଦାଧିକାରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି ।

Share in top social networks!