ବିନାୟକ ତ୍ରିପାଠୀଙ୍କ ସମେତ ବିଜେଡି, କଂଗ୍ରେସର ବହୁ ନେତା ଯୋଗ ଦେଲେ ବିଜେପିରେ
• ମୁଖ୍ୟମନ୍ତ୍ରୀଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କଲେ ଧର୍ମେନ୍ଦ୍ର
• ୧୭ ବର୍ଷ ଶାସନ ପରେ ମଧ୍ୟ ଗଂଜାମ ଜିଲ୍ଲାର ମୌଳିକ ସମସ୍ୟା ସମାଧାନରେ ବିଫଳ ମୁଖ୍ୟମନ୍ତ୍ରୀଙ୍କ
ଗାଦିରେ ବସିବାର ଅଧିକାର ଅଛି କି ବୋଲି ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ
ଦିନିକିଆ ଗଞ୍ଜାମ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ଛତ୍ରପୁର ଠାରେ ସିପିଆଇ ନେତା କୃଷ୍ଣଚନ୍ଦ୍ର ନାୟକ ଓ ଭଞ୍ଜନଗର ଠାରେ କଂଗ୍ରେସ ନେତା ବିନାୟକ
ତ୍ରିପାଠୀ ଙ୍କୁ ଦଳରେ ମିଶାଇବା ଅବସରରେ ୧୭ ବର୍ଷର ନବୀନ ସରକାର ଓଡିଶା ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ
ଜିଲ୍ଲା ଗଂଜାମରେ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ କରିବାରେ ସମ୍ପୂର୍ଣ ବିଫଳ ହୋଇଛି ବୋଲି
ଅଭିଯୋଗ କରିଛନ୍ତି ।
ଗତ ନିର୍ବାଚନରେ ଛତ୍ରପୁର ସଂରକ୍ଷିତ ବିଧାନସଭା ଆସନରୁ ସିପିଆଇ ପ୍ରାର୍ଥୀ ଭାବେ କୃଷ୍ଣଚନ୍ଦ୍ର ନାୟକ ଓ
ଭଂଜନଗର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିନାୟକ ତ୍ରିପାଠୀ ବ୍ୟାପକ ଜନ ସମର୍ଥନ ହାସଲ
କରିବାରେ ସଫଳ ହୋଇଥିଲେ । ଜିଲ୍ଲାର ଏହି ଦୁଇ ରାଜନୈତିକ ବ୍ୟକ୍ତିତ୍ୱଙ୍କର ବିଜେପିରେ ଯୋଗଦାନ ପାଇଁ
ଆଗ୍ରହ ଗଂଜାମ ଜିଲ୍ଲା ଓ ସାରା ରାଜ୍ୟରେ ବିଜେପି ପ୍ରତି ବଢୁଥିବା ଜନ ସମର୍ଥନର ପ୍ରମାଣ ବୋଲି ଶ୍ରୀ ପ୍ରଧାନ
କହିଛନ୍ତି ।
ଏ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ବିଶେଷ ଭାବରେ ଗଂଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାରି ଚାରି
ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶୀର୍ବାଦ କରିଛି । ଏତେ ଜନ ସମର୍ଥନ ସତ୍ୱେ ଓ ୧୭ ବର୍ଷର ଲଗାତାର
ମୁଖ୍ୟମନ୍ତ୍ରୀତ୍ୱ ପରେ କଣ ପାଇଁ ଗଂଜାମ ଜିଲ୍ଲାରେ ପିଇବା ପାଣିର ଘୋର ସଙ୍କଟ ରହିଛି । ଚାଷ ପାଇଁ ବିଲକୁ ପାଣି
ମିଳୁ ନାହିଁ । ସବୁ ଗାଁକୁ ବିଜୁଳି ଯାଇ ନାହିଁ । ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି । ୧୭
ବର୍ଷ ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୌଳିକ ସମସ୍ୟାକୁ ସମାଧାନ କରି ପାରିନାହାନ୍ତି ତେଣୁ ଓଡିଶାର ଜନ ସାଧାରଣ
ବଡ ପରିବର୍ତନ ପାଇଁ ମନ ବଳାଇବାର ସ୍ପଷ୍ଟ ସୂଚନା ଗତ ପଂଚାୟତ ନିର୍ବାଚନରେ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ
କହିଛନ୍ତି ।
ଏ୍ରୀ ପ୍ରଧାନ କହିଛନ୍ତି ଯେ ମହାନଦୀର ବର୍ଷା ଦିନର ବଳକା ପାଣିକୁ ଋଷିକୁଲ୍ୟାକୁ ଆଣିବାରେ ଯଦି ମୁଖ୍ୟମନ୍ତ୍ରୀ
ସଫଳ ହୋଇଥାନ୍ତେ ତା ହେଲେ ଗଂଜାମ ଜିଲ୍ଲାର ପ୍ରମୁଖ ଅଂଚଳରେ ପିଇବା ପାଣି ସହ ଜଳ ସେଚନର ସମସ୍ୟା
ବହୁ ମାତ୍ରାରେ ସମାଧାନ ହୋଇଥାନ୍ତା ।
ଏ୍ରୀ ପ୍ରଧାନ କହିଛନ୍ତି ଯେ ଛତ୍ରପୁର ଗସ୍ତ ସମୟରେ ସାଉଦି ଆରବରେ କାମ କରିବାକୁ ଯାଇଥିବା ପରିବାର
ସଦସ୍ୟଙ୍କ ଦୁଃଖ ଦୁର୍ଦଶା ଓ ସେଠାରେ ଦାଦନ ଖଟି ଫେରି ପାରୁ ନ ଥିବା ପରିବାର ସଦସ୍ୟଙ୍କୁ ଫେରାଇ ଆଣିବା
ପାଇଁ ତାଙ୍କ ପାଖରେ ଦରଖାସ୍ତ ଦେଇଛନ୍ତି । ସେ ସୁଷମା ସ୍ୱରାଜଙ୍କ ସହ କଥା ହୋଇ ସେମାନଙ୍କୁ ଫେରାଇ
ଆଣିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବାର ପ୍ରତିଶ୍ରୁତି ଦେବା ସହ ଗଂଜାମ ଜିଲ୍ଲାରେ ଏତେ ସମ୍ଭାବନା ସତ୍ୱେ ଚାକିରୀ
ଓ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ରାଜ୍ୟ ସରକାର କାହିଁକି ବିଫଳ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ
କରିଥିଲେ ।
ଶିଳ୍ପାୟନ ଓ ନିଯୁକ୍ତ ସୁଯୋଗ ସୃଷ୍ଟି ହୋଇଥିଲେ ଗଂଜାମର ଯୁବକ ମାନେ ଗାଁ ଛାଡି ସୁଦୂର ସୁରଟ କାହିଁକି ଯାଆନ୍ତେ
ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ ପଚାରିବା ସହ ମୁଖ୍ୟମନ୍ତ୍ରୀ ଉତରଦାୟିତ୍ୱ ନେଇ ନିଜର ଦାୟିତ୍ୱ ସମ୍ପାଦନରେ ବିଫଳ
ହୋଇଛନ୍ତି ବୋଲି କହିଛନ୍ତି ।
ଏ୍ରୀ ପ୍ରଧାନ କହିଛନ୍ତି ଯେ କଲେକ୍ଟର ଓ ପ୍ରଶାସନିକ କଳକୁ ଜନ କଲ୍ୟାଣରେ ଲଗାଇବା ବଦଳରେ ମୁଖ୍ୟମନ୍ତ୍ରୀ
ସେମାନଙ୍କୁ ରାଜନୈତିକ ବ୍ୟବହାର କରି ଆସିଛନ୍ତି । ଏପରିକି ତାଙ୍କର ଆଜିର ଗଂଜାମ ଗସ୍ତରେ ବିଜେପିରେ ଯୋଗ
ଦେଉଥିବା ନେତା ମାନଙ୍କ ଉପରେ ପ୍ରଶାସନକୁ ଲଗାଇ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି ।