ଲିଟିଲ ମିସ ୟୁନିଭର୍ସ ୨୦୧୭ ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଓଡିଆ ବାଳିକା ପଦ୍ମାଳୟା ନନ୍ଦଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpwinner
ଲିଟିଲ ମିସ ୟୁନିଭର୍ସ ୨୦୧୭ ପାଇଁ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଓଡିଆ ବାଳିକା ପଦ୍ମାଳୟା ନନ୍ଦଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅଭିନନ୍ଦନ ଜଣାଇବା ସହ ଏହି ପ୍ରତିଯୋଗିତା ଜିଣି ଓଡିଶା ଓ ଦେଶ
ପାଇଁ ଗୌରବ ଆଣିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

କଟକ ଷ୍ଟୁଆର୍ଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ପଦ୍ମାଳୟା ୟୁରୋପର ଜର୍ଜିଆ ଠାରେ ଅନୁÂିତ ହେବାକୁ ଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି । ଫାଇନାଲରେ ମଧ୍ୟ ପଦ୍ମାଳୟା ତାଙ୍କର ପ୍ରତିଭାର ପରିଚୟ ଦେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ଶନିବାର ଦିନ ପଦ୍ମାଳୟା ତାଙ୍କ ବାପା, ମାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ସମୟରେ ତାଙ୍କର ବାପା, ମା ଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

Share in top social networks!