ଆରଏସ୍ଏସ୍ର ସଂଘଶିକ୍ଷା ବର୍ଗରେ ପ୍ରଶିକ୍ଷଣ ନେଉଛନ୍ତି ୪୮୦ ଜଣ ସ୍ୱୟଂସେବକ

rss ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପୂର୍ବ କ୍ଷେତ୍ରର ଦ୍ୱିତୀୟ ବର୍ଷ ସଂଘଶିକ୍ଷା ବର୍ଗ ଏବଂ ପୂର୍ବ ପ୍ରାନ୍ତର ପ୍ରଥମ ବର୍ଷ ସଂଘ ଶିକ୍ଷାବର୍ଗରେ ୪୮୦ରୁ ଉଦ୍ଧ୍ୱର୍ ସ୍ୱୟଂସେବକ ପ୍ରଶିକ୍ଷଣ ନେଉଛନ୍ତି । ଏହି ସଂଘ ଶିକ୍ଷା ବର୍ଗରେ ଶାରୀରିକ, ବୈାଦ୍ଧିକ ବିଷୟରେ ଯୋଗ, ସୂର୍ଯ୍ୟନମସ୍କାର, ଆସନ, ପ୍ରାଣାୟମ, ଦଣ୍ଡ, ନିୟୁଦ୍ଧ, ବିଭିନ୍ନ ପ୍ରକାର କୁସ୍ତିକସରତ, ଗୀତ, ଭାଷଣ, ଅମୃତ ବଚନ, ସୁଭାଷିତ ଆଦି ବିଷୟ ଶିକ୍ଷା ଦିଆଯାଉଛି ବୋଲି ସଂଘର ମିଡିଆସେଲ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ପ୍ରକାଶ ।
ବରଗଡର ବିକାଶ ବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପୂର୍ବ କ୍ଷେତ୍ରର ଦ୍ୱିତୀୟ ବର୍ଷ ସଂଘଶିକ୍ଷା ବର୍ଗ ଅନୁÂିତ ହେଉଅଛି । ଗତ ମେ ୧୪ ତାରିଖ ଦିନ ଏହି ବର୍ଗ ଉଦ୍ଘାଟିତ ହୋଇ ଯାଇଛି । ପଶ୍ଚିମବଙ୍ଗ ଓ ଓଡିଶାରୁ ୨୩୦ ଜଣ ଶିକ୍ଷାର୍ଥି ଏହି ପ୍ରଶିକ୍ଷଣ ବର୍ଗରେ ଯୋଗଦେଇଛନ୍ତି । ଅଖିଳ ଭାରତୀୟ ପ୍ରଚାରକ ପ୍ରମୁଖ ମାନନୀୟ ଅଦ୍ୱୈତ ଚରଣ ଦତ୍ତ ମୁଖ୍ୟ ଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସଂଘଶିକ୍ଷା ବର୍ଗ କଣ ସେ ବିଷୟରେ ଆଲୋକ ପାତ କରିଥିଲେ । ସେ କହିଥିଲେ ସଂଘ ଆରମ୍ଭରୁ ହିଁ ସମାଜ କାର୍ଯ୍ୟ ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତାମାନଙ୍କ ଲମ୍ବା ଧାଡି ତିଆରି କରିବାର କାର୍ଯ୍ୟପଦ୍ଧତିକୁ ବିକଶିତ କରିଛି । ସଂଘ ମୂଳରୁ ସମାଜରେ ଚାଲି ଥିବା ଅନେକ ବ୍ୟବସ୍ଥାର ପରୀକ୍ଷାକରି ଓ ସେ ପରୀକ୍ଷାରୁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସଂଘଶିକ୍ଷା ବର୍ଗ ଭଳି ସକ୍ଷମ ବ୍ୟବସ୍ଥା ଗ୍ରହଣ କରିଛି । ସଂଘଶିକ୍ଷା ବର୍ଗ ପ୍ରଶିକ୍ଷଣ ତିନି ବର୍ଷର ପାଠ୍ୟ କ୍ରମରେ ସମ୍ପୂର୍ଣ୍ଣ ହୁଏ । ଏବେ ପ୍ରଥମ ବର୍ଷ ନିଜ ପ୍ରାନ୍ତରେ , ଦ୍ୱିତୀୟ ବର୍ଷ କ୍ଷେତ୍ରରେ ଏବଂ ତୃତୀୟ ବର୍ଷ ଗୋଟିଏ ସ୍ଥାନ ନାଗପୁରରେ ହେଉଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ତଥା ଗବେଷକ ମୋହନ ସାହୁ, ବର୍ଗାଧିକାରୀ ସୁଶୀଲ କୁମାର ଦଳାଇ, ବିକାଶ ଗ୍ରୁଫ୍ ଅଫ୍ ଏଜୁକେସନର ଚେୟାରମ୍ୟାନ ଡ. ମୁରଲୀ କିଷନ ଏବଂ କ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା, ପୂର୍ବ ପ୍ରାନ୍ତ ତରଫରୁ ୨୧ ଦିନିଆ ସଂଘଶିକ୍ଷା ବର୍ଗ ଅନୁÂିତ ହେଉଅଛି । ଗତ ୧୪ ତାରିଖ ଦିନ ଏହି ପ୍ରଥମ ବର୍ଷ ସଂଘଶିକ୍ଷା ବର୍ଗ ଉଦ୍ଘାଟିତ ହୋଇ ଯାଇଛି । ମହିମା ଧର୍ମର୍ର କୌପିନିଧାରୀ ବାବା ଯଶୋବନ୍ତ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସଂଘର ପୂର୍ବପ୍ରାନ୍ତ ସଂଘଚାଳକ ମାନନୀୟ ସମୀର କୁମାର ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହପ୍ରାନ୍ତ ସଂଘଚାଳକ ଶ୍ରୀ ସୁଦର୍ଶନ ଦାସ, ପ୍ରାନ୍ତ କୁଟୁମ୍ଭ ପ୍ରବୋଧନ ପ୍ରମୁଖ ଶ୍ରୀ ହେମନ୍ତ ଧର, ରାଇରଙ୍ଗପୁର ଜିଲ୍ଲା ସଂଘଚାଳକ ମାନନୀୟ ରତିକାନ୍ତ ବୈଦ୍ୟ ଯୋଗଦେଇ ସଂଘର ବିକାଶ ଓ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ ବର୍ଗ ଓ ସାମାନ୍ୟ ବର୍ଗରେ ଅଢେଇଶହରୁ ଉଦ୍ଧ୍ୱର୍ ସ୍ୱୟଂସେବକ ଯୋଗଦେଇଥିବା ବେଳେ ୫୦ ଜଣ ଶିକ୍ଷକ ଓ ପ୍ରବନ୍ଧକ ସହିତ ସଂଘର ଅଖିଳ ଭାରତୀୟ, କ୍ଷେତ୍ରୀୟ ଓ ପ୍ରାନ୍ତୀୟ ଅଧିକାରୀମାନେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

Share in top social networks!