“ଯୁବଲେଖକ ସମ୍ମେଳନକୁ ସଶକ୍ତ ଓ କି୍ରୟାଶୀଳ କରାଯିବ’ : ସଭାପତି ଶ୍ରୀ ଶଙ୍କର ପରିଡା

ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଓଡ଼ିଆ ଯୁବଲେଖକ ସମ୍ମେଳନ ଐତିହାସିକ ଭୂମିକା ନିର୍ବାହ କରିଛିା ଆଗାମୀ ଦିନରେ ସମ୍ମେଳନର କାର୍ଯ୍ୟକୁ ଆହୁରି ସଶକ୍ତ ଓ ପ୍ରସାରିତ କରାଯିବା ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଆଧାର କରି କାର୍ଯ୍ୟଧାରା ପ୍ରସ୍ତୁତ କରାଯିବ ବୋଲି ସମ୍ମେଳନର ନବନିର୍ବାଚିତ ସଭାପତି ଶଙ୍କର ପରିଡା ଓ ସାଧାରଣ ସଂପାଦକ ବନୋଜ ତି୍ରପାଠୀ ମିଳିତ ବିବୃତିରେ ପ୍ରକାଶ କରିଛନ୍ତିା
ଶ୍ରୀ ପରିଡା ଓ ଶ୍ରୀ ତି୍ରପାଠୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ସାରସ୍ୱତ ଅନୁଷ୍ଠାନଗୁଡିକ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯିବା ସବୁ ଅନୁଷ୍ଠାନ ଓ ସମ୍ମେଳନର ସଦସ୍ୟମାନଙ୍କ ଡାଟାବେସ୍ ପ୍ରସ୍ତୁତି ସହ ସାମଗି୍ରକ ସ୍ତରରେ ଭାଷାକୁ ନେଇ ସଚେତନତା ସୃଷ୍ଟି କରାଯିବା ଆଧୁନିକ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ପ୍ରକାଶନ ଓ ପ୍ରସାରଣ ପାଇଁ ଉପାୟ ନିର୍ଦ୍ଧାରଣ କରାଯିବା କର୍ମଶାଳା, ନୂତନ ପୁସ୍ତକ ପ୍ରକାଶନ, ସ୍ୱତନ୍ତ୍ର ଅଧ#ବେଶନ ଓ ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଅବ୍ୟାହତ ରହିବା ଉଭୟ ସଭାପତି ଓ ସଂପାଦକ ସମ୍ମେଳନର ସଭ୍ୟମାନଙ୍କୁ କୃତଜ୍ଞତା ଜଣାଇବା ସହିତ ରାଜ୍ୟର ଭାଷାସାହିତ୍ୟପ୍ରେମୀମାନଙ୍କୁ ଅକୁ=ିତ ସାହାଯ୍ୟ-ସହଯୋଗ ନିମନ୍ତେ ନିବେଦନ ଜଣାଇଛନ୍ତିା

Share in top social networks!