“ଲେଖକମାନେ ଚିରସବୁଜ ଓ ତାରୁଣ୍ୟ ହିଁ ସୃଜନର ଉତ୍ସ’ : ଅର୍ଥମନ୍ତ୍ରୀ ଶ୍ରୀ ବେହେରା

ତାରୁଣ୍ୟ ହିଁ ସୃଜନର ଚିରନ୍ତନ ଉତ୍ସା ଲେଖକମାନେ ଚିର ଯୁବକ ବୋଲି ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତିା ଓଡ଼ିଆ ଯୁବଲେଖକ ସମ୍ମେଳନର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଘାଟନ କରି ଶ୍ରୀ ବେହେରା କହିଛନ୍ତି ଯେ ଇତିହାସ ଓ ଐତିହ୍ୟ ନିର୍ମାଣରେ କାଳେ କାଳେ ଲେଖକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତିା ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱର ଯେ କୌଣସି ସମୃଦ୍ଧ ଭାଷାର ସମସ୍ପର୍ଦ୍ଧୀା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତି ଏହାର ପ୍ରାଚୀନତାକୁ ସ୍ୱୀକୃତି ଦେଇଛିା ଭାଷାର ଉନ୍ନତି ପାଇଁ ଓଡ଼ିଆ ଯୁବଲେଖକ ସମ୍ମେଳନର ଭୂମିକା ଗୁରୁତ୍ୱପୂର୍ଣ୍ଣା ଗତ ୫୦ ବର୍ଷର ଅନୁଭବ ଓ ଉପଲବ୍ଧିକୁ ଆଧାର କରି ଆଗାମୀ ସମୟ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତିା ଓଡ଼ିଆ ଯୁବଲେଖକ ସମ୍ମେଳନର ଆଜୀବନ ସଭ୍ୟ ହୋଇଥ#ବାରୁ ସେ ଗର୍ବିତ ବୋଲି କହି ମନ୍ତ୍ରୀ ଶ୍ରୀ ବେହେରା ଭାଷାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ନିଜର ଶକ୍ତି ଓ ସାମର୍ଥ୍ୟକୁ ଉପଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତିା

ଗତକାଲି ଜୟଦେବ ଭବନରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଶିଷ୍ଟ କବି, ସାଂସଦ ତଥା ଅନୁଷ୍ଠାନର ପ୍ରାକ୍ତନ ସଭାପତି ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ ସାହିତି୍ୟକ ଶାନ୍ତନୁ ଆଚାର୍ଯ୍ୟ, “କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ, କବି ତଥା ପ୍ରାକ୍ତନ ସଭାପତି ଡ. ହୁସେନ୍ ରବି ଗାନ୍ଧୀ, ବିଶିଷ୍ଟ ଅହମୀୟା କବି ଅନୁଭବ ତୁଳସୀ ପ୍ରମୁଖ ସମ୍ମେଳନର ଇତିହାସ ଓ ଭାଷା ସାହିତ୍ୟର ବିକାଶରେ ସାଂଗଠନିକ ନେତୃତ୍ୱ ସଂପର୍କରେ ଆଲୋକପାତ କରିଥ#ଲୋ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଆବାହକ କବି ରକ୍ଷକ ନାୟକ ସ୍ୱାଗତ ସୂଚନା ପ୍ରଦାନ କରିଥ#ଲୋ ଅନୁଷ୍ଠାନର ବିଗତ ୫୦ ବର୍ଷ ଇତିହାସରେ ଉଲ୍ଲେଖନୀୟ ଭୂମିକା ନେଇଥ#ବା ପ୍ରାକ୍ତନ ସଭାପତି ନାରାୟଣ ଶତପଥୀ, ରମେଶ ଭୂୟାଁ, ରମାକାନ୍ତ ଜେନା, ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ, ଡ. କାର୍ତ୍ତିକ ଚନ୍ଦ୍ର ରଥ, ସୁବୋଧ ପଟ୍ଟନାୟକ, ଅମରେଶ ପଟ୍ଟନାୟକ ଓ ଶିଳ୍ପୋଦ୍ୟୋଗୀ ବାବୁରାମ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥ#ଲାା

ଦ୍ୱିତୀୟ ଅଧ#ବେଶନର କବିତା ପର୍ବରେ ବିଶିଷ୍ଟ ବୋଡୋ କବି ଡ. ଦେବକାନ୍ତ ରାମସିଆରି, ବଙ୍ଗଳା କବି ତନ୍ମୟ ଚକ୍ରବର୍ତ୍ତୀ ଯୋଗଦେଇ ଓଡ଼ିଆ କବିତା ସଂପର୍କୀୟ ସେମାନଙ୍କର ଅନୁଭବ ପ୍ରକାଶ କରିଥ#ଲୋ ଅନ୍ୟମାନଙ୍କ ମଧ୍ୟରେ ସମ୍ମେଳନର ଉପସଭାପତି ଅମୀୟ ରଂଜନ ମହାପାତ୍ର, ରାଜୀବ ପାଣି, ପୀତାମ୍ବର ତରାଇ, ମମତା ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖ#ଥ#ଲୋ ଶତାଧ#କ କବି କବିତା ପାଠ କରିଥ#ଲୋ

ପରେ ସହମତି ଭିତ୍ତିରେ ଆଗାମୀ ବର୍ଷ ପାଇଁ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥ#ଲାା ଏହି ସମାରୋହରେ ରାଜ୍ୟର ବିିଭିନ୍ନ ଅଞ୍ଚଳରୁ କବି, ଲେଖକ, ବୁଦ୍ଧିଜୀବୀ ଓ ସଭ୍ୟସଭ୍ୟାମାନେ ଯୋଗଦେଇଥ#ଲୋ

Share in top social networks!
Powered By Indic IME