କୋଇଲା ଖଲାସରେ ଆଦାନୀ ଧାମରା ବନ୍ଦରର ଐତିହାସିକ ରେକଡର଼୍

dport
ପୂର୍ବ ଭାରତର ଏକ ଗଭୀରତମ ବନ୍ଦର ଭାବେ ଜଣାଶୁଣା ଆଦାନୀ ଧାମରା ବନ୍ଦର ମେ’ ୮ ତାରିଖରେ କୋଇଲା ଖଲାସରେ ଏକ ଐତିହାସିକ ରେକଡର଼୍ ସୃଷ୍ଟି କରି ଭାରତର ବନ୍ଦର ଇତିହାସରେ ଏକ ନୂତନ ଫର୍ଦ୍ଧ ସଂଯୋଗ କରିଛି । ପ୍ରଥମର ଥର ପାଇଁ ୨୪ଘଣ୍ଟା ମଧ୍ୟରେ ଦୁଇଟି ଅନଲୋÿÿÿÿଡର ମାଧ୍ୟମରେ ଏମ୍ଭି କେପ ନାଟାଲି୍ ଜାହାଜରୁ ୧,୧୩,୯୪୪ ମେଟ୍ରିକ ଟନ ନନ୍-କୋକିଙ୍ଗ କୋଇଲା ଖଲାସ କରି ଆଦାନୀ ଧାମରା ବନ୍ଦର ଏକ ରେକଡର଼୍ ସୃଷ୍ଟି କରିଛି । ଆଦାନୀ ଧାମରା ବନ୍ଦରର ଏହି ରେକର୍ଡ କେବଳ ଏକ ବିଶାଳ ସଫଳତା ନୁହେଁ ବରଂ ସମଗ୍ର ଦେଶରେ ନିଜର ଉକ୍ରୃଷ୍ଟ ସଂଚାଳନର ଦକ୍ଷତାକୁ ଏହା ପ୍ରମାଣିତ କରିପାରିଛି । ଏହି ସଫଳତା ପାଇଁ ଆଦାନୀ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ତି୍ରପାଠୀ ବନ୍ଦରର ସମସ୍ତ କର୍ମକ୍ର୍ତ୍ତା ଅଂଶୀଦାରମାନ୍ଙ୍କୁ ସାଧୁବାଦ ଜଣାଇଥିଲେ ।

ନନ୍-କୋକିଙ୍ଗ କୋଇଲା ଖଲାସରେ ଧାମରା ବନ୍ଦର ପୂର୍ବତନ ରେକର୍ଡ ଯାହାକି ୨୦୧୩-୧୪ ଆର୍ଥôକ ବର୍ଷ ମଧ୍ୟରେ ଦୁଇଟି ଅନଲେÿÿÿÿାଡର ମାଧ୍ୟମରେ ୧,୦୧,୩୨୦ ମେଟ୍ରିକ ଟନ କୁ ସଫଳର ସହିତ ଅତିକ୍ରମ କରିଛି । ୨୮୮ ମିଟର ଲମ୍ବା ଏବଂ ୪୫ ମିଟର ବିମ୍ ବିଶିଷ୍ଟ ଏନ୍କେକେ କ୍ଲାସ୍ ବଲ୍କ କାରିୟର ଏମ୍ଭି କେପ୍ ନାଟାଲି ଭେସଲ ଦକ୍ଷିଣ ଆଫି୍ରକାରୁ ଏଇଏଲ୍ ପାଇଁ ୧,୬୩,୦୦୦ ରୁ ଊଦ୍ଧ୍ୱର୍ ମେଟି୍ରକ ଟନ୍ ଷ୍ଟିମ କୋଲ ବହନ କରି ଧାମରା ବନ୍ଦରରେ ପହଂଚି ଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଧାମରା ବନ୍ଦରକୁ ୩୨୦ ଟି ଜାହାଜ ବନ୍ଦରର ଉନ୍ନତମାନର ଯନ୍ତ୍ରପାତି କାରିଗରୀ କୌଶଳ ମା୍ଧ୍ୟମରେ ସଳତାର ସହିତ ପଣ୍ୟଦ୍ରବ୍ୟ ଆମଦାନୀ-ରପ୍ତାନୀ କାରବାର କରିଥିଲା । ସୂଚନାଯୋଗ, ମାର୍ଚ୍ଚ ୨୬ ତାରିଖ୨୦୧୪ରେ ଧାମରା ବନ୍ଦରଠାରେ ସଫଳତାର ସହ ୨,୦୭,୭୮୫ କ୍ଷମତା ବିଶିଷ୍ଟ ଏମ୍ଭି ମାକାଉ ମିନେରାଲ, ଏକ ବୃହତ୍ତ ପଣ୍ୟବାହୀ ଜାହାଜ ଲାଗିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଧାମରା ବନ୍ଦର ମେ, ୦୬, ୨୦୧୧ ରୁ ଏହାର ବାଣିଜି୍ୟକ କାରବାର ଆରମ୍ଭ କରିଥିଲା । ପ୍ରାୟ ୭ ବର୍ଷ ପୂର୍ବେ ୧୮ ସେପ୍ଟେମ୍ବର ୨୦୧୦ରେ ଏମ୍. ଭି. ୟିନ୍ ପୁ୍ୟ ନାମକ ଜାହାଜ ପ୍ରଥମେ ଆସି ଧାମରା ବନ୍ଦର ଜେଟିରେ ଲାଗିଥିଲା । ଏହି ଅବଧି ମଧ୍ୟରେ ବନ୍ଦରରେ ଅଭିବୃଦ୍ଧି ତଥା ପଣ୍ୟ କାରବାର ଦିଗରେ ବେଶ୍ ଉନ୍ନତି ପରିଲକ୍ଷିତ କରାଯାଇଛି । ସମଗ୍ର ଭାରତରେ ବନ୍ଦର ପରିବହନ କ୍ଷେତ୍ରରେ, ପ୍ରଥମ ଭାରତୀୟ ବନ୍ଦର ଭାବେ ପାର୍ସଲ୍ ସାଇଜ୍ ଜାହାଜ ଏମ୍ ଭି. ମାକାଉ ମିନେରାଲ୍ ଆସି ଲାଗିବା ଭଳି ବହୁ ମାଇଲ୍ଖୁଂଟ ଅତିକ୍ରମ କରିବାରେ ଅଦାନି ଧାମରା ବନ୍ଦର ସକ୍ଷମ ହୋଇପାରିଛି ।

Share in top social networks!