ଗେଲ ଇଣ୍ଡିଆନ ସ୍ପିଡ୍ଷ୍ଟାର ସିଜନ-୨ ଫିନାଲେ, ୭ ଜଣ ଖେଳାଳିଙ୍କୁ ଅର୍ନ୍ତଜାତୀୟ ଖେଳକୁଦରେ ଭାଗ ନେବା ପାଇଁ ପ୍ରଶିକ୍ଷଣ ଦିଆଯିବ

• ଚୟନ କରାଯାଇଥିବା ଖେଳାଳିମାନଙ୍କୁ ୨୦୨୦ ଏବଂ ୨୦୨୪ ଅଲମ୍ପିକ ପାଇଁ ପ୍ରସ୍ତୁତ କରାଯିବ
• ଦେଶର ୧୦୭ ଜିଲାରେ ଆୟୋଜିତ ହୋଇଥିବା ଟ୍ରାଏଲରେ ୧,୧୩,୪୭୮ ଖେଳାଳି ଯୋଗ ଦେଇଥିଲେ
• ପ୍ରଥମ ସିଜନ୍ରେ ବିଜୟୀ ହୋଇଥିବା ଜିସ୍ନା ମାଥୁ୍ୟ ରିଓ ଅଲମ୍ପିକରେ ଭାଗ ନେଇଥିଲେ
gailspeedstar

ସାରା ଦେଶରେ ପର୍ଯ୍ୟାୟକ୍ରମେ ଆୟୋଜିତ ହୋଇଥିବା ଟ୍ରାଏଲ ରାଉଣ୍ଡ ପରେ ଗେଲ ଇଣ୍ଡିଆନ ସ୍ପିଡ୍ଷ୍ଟାର ସିଜନ-୨ର ଗ୍ରାଣ୍ଡ ଫିନାଲେ ନୂଆଦିଲ୍ଲୀସ୍ଥିତ ତ୍ୟାଗରାଜ ସ୍ପୋର୍ଟସ କମ୍ପଲେକ୍ସରେ ଆୟୋଜିତ ହୋଇ ଯାଇଛି । ଚୟନ ହୋଇଥିବା ୭ ଜଣ ଖେଳାଳିଙ୍କୁ ଅର୍ନ୍ତଜାତୀୟ ସ୍ତରରେ ହେଉଥିବା ଖେଳକୁଦ ପ୍ରତିଯୋଗିତା ଯେପରିକି ୨୦୨୦ ଏବଂ ୨୦୨୪ ଅଲମ୍ପିକସ୍ରେ ଭାଗ ନେବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଏହି ତୃଣମୂଳସ୍ତରର ଖେଳ ପ୍ରଥମେ ଦେଶର ୧,୧୩,୪୭୮ ପିଲାମାନଙ୍କୁ ନେଇ ଆରମ୍ଭ କରାଯାଇଥିଲା । ଜିଲା ତଥା ଜୋନ ସ୍ତରରୁ ଉତ୍ତୀର୍ଣ୍ଣ ହେବା ପରେ ଏହି ଖେଳାଳିମାନେ ଜାତୀୟ ଶିବିର ନିମନ୍ତେ ଚୟନ କରାଯାଇଛି ।
ମାନ୍ୟବର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେ଼କର ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁର୍ନରୁଦ୍ଧାର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ବିଜୟ ଗୋଏଲ ଏବଂ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଗେଲ (ଇଣ୍ଡିଆ)ର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ବି ସି ତ୍ରିପାଠୀ ଏବଂ ଜାତୀୟ ଚୟନକର୍ତ୍ତା କମିଟି ସଦସ୍ୟମାନେ ଯଥା ଖ୍ୟାତିସମ୍ପନ୍ନ ଧାବିକା ପି.ଟି ଉଷା, ଶ୍ରୀ ଶ୍ରୀରାମ ସିଂ ଶେଖାୱତ, ଅଲମ୍ପିଆନ୍ସ ସୁଶ୍ରୀ ରଚିତା ମିସ୍ତ୍ରୀ, ସୁଶ୍ରୀ ଅନୁରାଧା ବିଶ୍ୱାଳ ଏବଂ ଏସିଆନ୍ ଓ କମନ୍ୱେଲ୍ଥ ଗେମ୍ରେ ମେଡାଲ ପ୍ରାପ୍ତ ସୁଶ୍ରୀ କବିତା ରାଉତ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗେଲ ଇଣ୍ଡିଆନ ସ୍ପିଡ୍ଷ୍ଟାର ଜାତୀୟ ଯୁବ କୋ-ଅପରେଟିଭ ସୋସାଇଟି ଲିମିଟେଡ଼୍ ଏବଂ ଆଙ୍ଗଲିଆନ ମେଡାଲ ହଣ୍ଟ କମ୍ପାନୀ ଦ୍ୱାରା ସଂଚାଳନ କରାଯାଉଛି ।
ଭାରତ ସରକାରଙ୍କ ମାନ୍ୟବର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେ଼କର କହିଥିଲେ ଯେ, “ଦେଶର କୋଣ ଅନୁକୋଣରୁ ଆସିଥିବା ଏହି ଯୁବ ପ୍ରତିଭାବାନ ଖେଳାଳିମାନେ ଗେଲ ଇଣ୍ଡିଆନ ରଫ୍ତାରରେ ଯୋଗ ଦେଉଥିବାରୁ ମୁଁ ଅଧିକ ଉତ୍ସାହିତ ଅଛି । ଏଭଳି ଏକ ଅଦ୍ୱିତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଗେଲ କୁ ଅଭିନନ୍ଦନ ଜଣାଉଛି, ଯେଉଁଠାରେ ଏତେ ସଂଖ୍ୟକ ଖେଳାଳି ଭାଗ ନେଇପାରିଛନ୍ତି । ମୁଁ ନିଶ୍ଚିତ ଯେ, ଚୟନ କରାଯାଇଥିବା ଖେଳାଳିମାନେ ବିଜୟୀ ହେବା ସହ ଦେଶ ପାଇଁ ଗର୍ବ ଓ ଗୌରବ ଆଣିପାରିବେ ।”
ଭାରତ ସରକାରଙ୍କ ମାନ୍ୟବର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁର୍ନରୁଦ୍ଧାର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ବିଜୟ ଗୋଏଲ ଏହି ଅବସରରେ କହିଥିଲେ ଯେ, “ସଫଳତାର ସହ ଏଭଳି ଅଦ୍ୱିତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଗେଲ୍ କୁ ଅଭିନନ୍ଦନ ଜଣାଉଛି । ଆମେ ସବୁବେଳେ ଏହିପରି ପ୍ରତିଭା ଅନ୍ୱେଷଣ ପାଇଁ ପ୍ରୟାସ କରୁଛୁ, ଏହି ପ୍ରକାର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ୱାରା ଆମ ପ୍ରୟାସକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ଅଧିକ ରୁ ଅଧିକ ପ୍ରତିଭାମାନେ ବିଭିନ୍ନ ଖେଳରେ ସୁନାମ ଅର୍ଜନ କରିପାରିବେ ।”
ଧାବିକା ସୁଶ୍ରୀ ପି ଟି ଉଷା ଏହି ଅବସରରେ କହିଥିଲେ ଯେ, “୧୪ ଏବଂ ୧୬ ରୁ କମ୍ ବୟସର ଯୁବ ଖେଳାଳିମାନଙ୍କୁ ସହଯୋଗ କରୁଥିବା ଗେଲ୍ ରଫ୍ତାର ସହିତ ମୁଁ ଆରମ୍ଭ ଉଦ୍ଘାଟନୀ ଦିବସରୁ ଯୋଡ଼ି ହୋଇ ରହିଥିବାରୁ ଖୁସି ଅନୁଭବ କରୁଛି । ଖେଳକୁଦ କ୍ଷେତ୍ରରେ ଏଭଳି ସମର୍ଥନ କେବଳ ବରିÂ ସ୍ତରରେ ଉପଲବ୍ଧ ହୋଇଥାଏ କିମ୍ବା ଯଦି କୌଣସି ପ୍ରତିଭା ପଦକ ଜିତିବା ଆରମ୍ଭ କରିଥାଏ, ଏଭଳି ପ୍ରୟାସ କରାଯାଇଥାଏ ମାତ୍ର ଏହା ଗେଲର ଏକ ସ୍ୱାଗତଯୋଗ୍ୟ ପ୍ରୟାସ ଯେଉଁଠି ଯୁବ ପ୍ରତିଭାମାନଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ କରାଯାଉଛି । ଏଭଳି ପ୍ରତିଭା, କୋଚିଂ ଏବଂ ସମର୍ଥନ ସୁବିଧା ଯାହା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯାଉଛି ତାହା ଦେଖିଲେ, ମୁଁ ଆଶା କରୁଛି ଯେ, ୨୦୨୪ ଅଲମ୍ପିକ୍ସରେ ଆମ ଦେଶର ଆଥଲେଟିକ୍ରେ ଖେଳାଳିମାନେ ନିଶ୍ଚିତ ଭାବେ ପଦକ ଜିତି ପାରିବେ ।
ଗେଲ (ଇଣ୍ଡିଆ) ଲିମିଟେଡ୍ ନିଦେ୍ର୍ଧଶକ ଏଚ୍ଆର୍, ଶ୍ରୀ ପି କେ ଗୁପ୍ତା କହିଥିଲେ ଯେ, ଅଲମ୍ପିକ୍ ମେଡାଲ ଏବଂ ପଡ଼ିଆ ହେଉଛି ପ୍ରତି ଭାରତୀୟଙ୍କ ପାଇଁ ଏକ ସ୍ୱପ୍ନ । ଆମେ ଗେଲ୍ରେ ଏହା ଅନୁଭବ କରିଛୁ ଯେ, ଗେଲ୍ ଇଣ୍ଡିଆନ୍ ସ୍ପିଡ୍ଷ୍ଟାର ମାଧ୍ୟମରେ ତୃଣମୂଳସ୍ତରର ଖେଳାଳି୍ମାନଙ୍କୁ ସାହାଯ୍ୟ କରି ସେମାନଙ୍କ ସ୍ୱପ୍ନକୁ ପୂରା କରିବା ଦିଗରେ ପ୍ରୟାସ କରୁଥିାରୁ ଆମେ ନିଜକୁ ବେଶ୍ ଧନ୍ୟ ମନେ କରୁଛୁ । ଯଦି ଆମ ଯୁବ ପ୍ରତିଭାମାନେ ଅଲମ୍ପିକରେ ମେଡାଲ ଆଣିବାରେ ସକ୍ଷମ ହେବେ ତେବେ ଏହା ଆମ ଦେଶ ପାଇଁ ଏକ ସୁବର୍ଣ୍ଣ ମୁହୂର୍ତ୍ତ ହେବ ।”
ଆଥ୍ଲେଟ୍ିକ୍ସକୁ ଭାରତରେ ଏକ ଖେଳ ଭାବେ ପ୍ରଚାର ଦିଗରେ ଗେଲ୍ ଇଣ୍ଡିଆନ ସ୍ପିଡ୍ଷ୍ଟାର ହେଉଛି ଗେଲ (ଇଣ୍ଡିଆ) ଲିମିଟେଡ଼୍ର ଏକ ଅଭିନବ ପ୍ରୟାସ । ୨୦୨୦ ଏବଂ ୨୦୨୪ ଅଲମ୍ପିକ ପାଇଁ ଖେଳାଳି ଚୟନ କରିବା ଦିଗରେ ଏହା ହେଉଛି ଏକ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ । ଦେଶରେ ଥିବା ୧୧-୧୭ ବର୍ଷ ବୟସର ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରି ୧୦୦ ମିଟର, ୨୦୦ ମିଟର ଏବଂ ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଲିମ ଦେବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଦେଶର ସମୁଦାୟ ୧୦୭ ଜିଲାର ୧,୧୩,୪୭୮ ଖେଳାଳିମାନଙ୍କୁ ନେଇ ଏହି ଖେଳ ଆୟୋଜନ କରାଯାଇଥିଲା । ସେଥିମଧ୍ୟରୁ ୧୧୮ ଖେଳାଳିଙ୍କୁ ଚୟନ କରାଯାଇ ରାଜ୍ୟସ୍ତରୀୟ ଶିବିରକୁ ମନୋନୟନ କରାଯାଇଛି ।

Share in top social networks!