ଯୁକ୍ତି ଓ ଶକ୍ତି ମାଧ୍ୟମରେ ଦେଶର ସବୁ ସମସ୍ୟାର ସମାଧାନ ହୋଇ ପାରିବ: ପ୍ରଫେସର ରାକେଶ ସିହ୍ନା

naradasanman

ଦେଶରେ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁସବୁ ସମସ୍ୟା ଗୁଡିକ ଉଭା ହୋଇଛି, ତାହାର ସମାଧାନ ପାଇଁ ଉଭୟ ଯୁକ୍ତି ଓ ଶକ୍ତିର ଆବଶ୍ୟକତା ରହିଛି । କାଶ୍ମୀର ସମସ୍ୟାଠାରୁ ଆରମ୍ଭ କରି ୩-ତଲାକ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ ଏହା ଦ୍ୱାରା ହୋଇ ପାରିବ । ଭୁବନେଶ୍ୱରର ଇଡକଲ ଅଡିଟୋରିଅମ୍୍ଠାରେ ଆୟୋଜିତ ନାରଦ ଜୟନ୍ତି ସମାରୋହ ଅବସରରେ ନିଜ ବକ୍ତବ୍ୟରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ରାକେଶ ସିହ୍ନା ଏହି ମନ୍ତବ୍ୟ ରଖିଛନ୍ତି ।
ଏହି ଅବସରରେ ପ୍ରଫେସର ସିହ୍ନା ସାମ୍ବାଦିକତା ଓ ଜାତୀୟତାବାଦ ମଧ୍ୟରେ ଥିବା ନିବିଡ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଏ ଦେଶ ପରସ୍ପର ବିରୋଧି ଚିନ୍ତାଧାରା ପ୍ରତି ସବୁବେଳେ ସହନଶୀଳ ରହି ଆସିଛି । ଭିନ୍ନ ଚିନ୍ତା ଧାରାକୁ ଯୁକ୍ତି ଆଧାରରେ ଗ୍ରହଣ କରିବା ଭାରତୀୟ ସଂସ୍କୃତିର ଅଂଶ ବିଶେଷ । କିନ୍ତୁ ଜାତୀୟ ସ୍ୱାର୍ଥ ବିରୋଧି କିଛି ବ୍ୟକ୍ତି ଯଦି କୁତର୍କ ଓ ଭୁଲ ତଥ୍ୟର ପ୍ରଚାର କରୁଛନ୍ତି, ତେବେ ଶକ୍ତି ବଳରେ ତାହାର ମୁକାବିଲା କରିବାର ଆବଶ୍ୟକତା ରହିଛି ।
ଏଥିପାଇଁ ପ୍ରଫେସର ସିହ୍ନା କାଶ୍ମୀର ପ୍ରସଂଗର ଉଦାହରଣ ଦେଇଥିଲେ । ତାଙ୍କ ମତରେ କିଛି ଲୋକ ବାରମ୍ବାର କହି ଆସୁଛନ୍ତି ଯେ ଭାରତୀୟ ସେନା ବଳ ପୂର୍ବକ କାଶ୍ମୀରକୁ ଅକ୍ତିଆର କରି ରଖିଛି । ଏହାକୁ ତର୍କ ଭାବେ ଗ୍ରହଣ କରଯାଇ ନପାରେ । ଏହା କୁତର୍କ । ତେଣୁ ଜେ.ଏନ.ୟୁ ସମସ୍ୟାର ସମାଧାନ ଯୁକ୍ତି ମାଧ୍ୟମରେ ଓ କାଶ୍ମୀର ସମସ୍ୟାର ସମାଧାନ ଶକ୍ତି ମାଧ୍ୟମରେ କରାଯାଇ ପାରିବ ବୋଲି ସେ ମତ ଦେଇଥିଲେ ।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନାକରି ଏକ ଭିନ୍ନ ମଣିଷର ପରିଚୟ ସୃଷ୍ଟି କରିବାସହ ତଥ୍ୟ ଯୁକ୍ତ ସତ୍ୟ ସମ୍ବାଦ ପ୍ରକାଶ କରି ନିଜର ଦକ୍ଷତାର ପରିଚୟ ଦେଇଥିବାରୁ ବରିÂ ସାମ୍ବାଦିକ ତଥା ରାଷ୍ଟ୍ରଦୀପର ସଂପାଦକ ଶ୍ରୀ ଶିବ ନାରାୟଣ ସିଂହଙ୍କୁ ୨୦୧୭ ବର୍ଷ ନିମନ୍ତେ ମର୍ଯ୍ୟାଦାପୂର୍ଣ୍ଣ “ନାରଦ ସମ୍ମାନ’ରେ ବିଭୂଷିତ କରାଯାଇଛି ।
ରାଷ୍ଟ୍ରବାଦୀ ସାମ୍ବାଦିକତାକୁ ବୃତ୍ତି, ପ୍ରବୃତ୍ତି ତଥା ସ୍ୱୀକୃତି ଭାବେ ଅଙ୍ଗୀକାର କରିଥିବା ଶ୍ରୀ ସିଂହ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ, ତଥ୍ୟାନୁସନ୍ଧାନୀ ଲେଖକ, ତତ୍ତ୍ୱ ମୀମାଂସକ ସୁବକ୍ତା ତଥା ସ୍ଥିତଧୀଯୁକ୍ତ ରାଷ୍ଟ୍ରବାଦୀ ଚିନ୍ତାନାୟକ । ରାଷ୍ଟ୍ରନିÂ ସତ୍ୟାଶ୍ରୟୀ ସମାଜ ମଙ୍ଗଳକାରୀ ସାମ୍ବାଦିକ ଭାବେ ନିଜକୁ ପ୍ରତିÂିତ କରିବା ସହିତ ପ୍ରବନ୍ଧ ଲିଖନ, ପୁସ୍ତକ ସଙ୍କଳନ ଓ ପ୍ରକାଶନ କ୍ଷେତ୍ରରେ ମଧ୍ୟ ନିଜର ବିଚକ୍ଷଣତାକୁ ପ୍ରତିପାଦନ କରିଛନ୍ତି । କେବଳ ସାମ୍ବାଦିକତା କ୍ଷେତ୍ରରେ ନୁହେଁ, ରାଷ୍ଟ୍ରବାଦୀ ପ୍ରଜ୍ଞା ପ୍ରବାହ କ୍ଷେତ୍ରରେ ସେ ଜଣେ ପ୍ରବୀଣ ପ୍ରବକ୍ତା; ଯାହାଙ୍କର ଗଭୀର ଅଧ୍ୟୟନ ଜ୍ଞାନଗର୍ଭକ ତଥ୍ୟାନୁସନ୍ଧାନ ଓ ଗାରିମାପୂର୍ଣ୍ଣ ଉପସ୍ଥାପନ ଶୈଳୀ ସମସ୍ତଙ୍କୁ ପ୍ରଭାବିତ ଓ ପ୍ରଚୋଦିତ କରିଛି । ଏହିଭଳି ଭାବରେ ସେ ଓଡିଶାର ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତା କ୍ଷେତ୍ରକୁ ରାଷ୍ଟ୍ରଚିନ୍ତନର ଏକ ନୂତନ ଆଭାରେ ଉଦ୍ଭାସିତ କରିଛନ୍ତି ।
ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ଦ୍ୱାରା ଆୟୋଜିତ ଏହି ନାରଦ ସମ୍ମାନ ଉତ୍ସବରେ ଜାତୀୟ ଆଧୁନିକ କଳା ସଂଗ୍ରହାଳୟ, ନୂଆଦିଲ୍ଲୀର ଅଧ୍ୟକ୍ଷ ଶ୍ରୀ ଅଦୈତ ଗଡନାୟକ ମୁଖ୍ୟ ଅତିଥି ଓ ଭାରତୀୟ ନୀତି ପ୍ରତିÂାନର ସମ୍ମାନସ୍ପଦ ନିଦେ୍ର୍ଧଶକ, ଉପଦେଷ୍ଟା ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ରାକେଶ ସିହ୍ନା ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଅନୁÂାନର ସଭାପତି ଅଧ୍ୟାପକ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁମନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ସବ୍ୟସଚୀ ବେହେରା ଅତିଥି ପରିଚୟ, ଉପସଭାପତି ନିରଞ୍ଜନ ନାୟକ ମାନପତ୍ର ପଠନ, ପ୍ରକାଶ ଚନ୍ଦ୍ର ପୃÂି ଧନ୍ୟବାଦ ଅର୍ପଣ ଓ କୋଷାଧ୍ୟକ୍ଷ ଚିନ୍ମୟ ବୋଡେ ସଭାକାର୍ଯ୍ୟର ସଂଯୋଜନା କରିଥିଲେ । ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଓ ବନେ୍ଦ ମାତରମ୍ ଗାନ କରିଥିବା ବେଳେ ନିହାର ରଞ୍ଜନ ପତି, ନାରାୟଣ ଦାସ ମାଓଥୱାଲେ, ଲକ୍ଷ୍ମୀକାନ୍ତ ଦାଶ, କ୍ୟାପ୍ଟେନ୍ ପ୍ରଭାସ ଚନ୍ଦ୍ର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଦୀର୍ଘ ୧୫ବର୍ଷଧରି ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ସାମ୍ବାଦିକତାରେ ରାଷ୍ଟ୍ରୀୟତା, ବକ୍ତବ୍ୟରେ ସ୍ୱତନ୍ତ୍ରତା, ବିଚାର ପ୍ରକାଶରେ ସ୍ପଷ୍ଟତା ନିମନ୍ତେ ସବୁଠି ପରିଚିତ ତଥା ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ରାଜ୍ୟର ଜଣେ ବରିÂ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ମଧ୍ୟ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ବରିÂ ସାମ୍ବାଦିକ ଭଗବାନ ନାୟକବର୍ମା,ରାଜାରାମ ଶତପଥି,ଗୋପାଳକୃଷ୍ଣ ମହାପାତ୍ର,ସ୍ୱର୍ଗତ ଗୋପାଳ ମିଶ୍ର,ସୁଧିର କୁମାର ଦାଶ,ବରେନ୍ଦ୍ରକୃଷ୍ଣ ଧଳ,ଭାଗିରଥି ମହାସୁଆର,ଭାସ୍କର ପରିଚ୍ଛା ,ପ୍ରଭୂ କଲ୍ୟାଣ ମହାପାତ୍ର, ପ୍ରତାପ ମହାନ୍ତି, ଜଗବନ୍ଧୁ ମିଶ୍ର, ଅରୁଣ ପଣ୍ଡା, ସିଦ୍ଧାର୍ଥ କାନୁନ୍ଗୋ ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ଗୋଲଖ ଚନ୍ଦ୍ର ଦାସ
ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ

Share in top social networks!