କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାରିପଦା ମେଡିକାଲ କଲେଜ ନାମ ଲେଖା ନେଇ ଉଚ୍ଚସ୍ତରୀୟ ବୈଠକ ମେ ମାସ ଶେଷ ସୁଦ୍ଧା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏମସିଆଇକୁ ଦିଆଗଲା ଅନୁମତି – ଧର୍ମେନ୍ଦ୍ର ପ୍ରଧାନ

• ଏମସିଆଇ ଦ୍ୱାରା ଧ୍ୟାର୍ଯ୍ୟ ମାନ ଓ ଗୁଣବତାକୁ ଅନୁପାଳନ କରି ଏହାର ରିପୋର୍ଟ ମାର୍ଚ ୧୫ ତାରିଖ
ପର୍ଯ୍ୟନ୍ତ ଏମସିଆଇ ପାଖରେ ଦେଇ ପାରି ନ ଥିଲା ରାଜ୍ୟ ସରକାର
• ୨୦୧୭-୧୮ ଶିକ୍ଷା ବର୍ଷରୁ ନାମ ଲେଖା ଆରମ୍ଭ ପାଇଁ ସବୁ ପ୍ରକାର ଚେଷ୍ଟା କରା ଯାଉଛି
• ରାଜ୍ୟ ସରକାର ଏହା ମଧ୍ୟରେ ଏହି କଲେଜ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି
• ଏହାକୁ ଯୋଗ୍ୟ ପାଇଲେ ମଇ ମାସ ଶେଷ ସୁଦ୍ଧା ନାମ ଲେଖା ପାଇଁ ଅନୁମତି ଦେବ ଏମସିଆଇ
• ଅନିଶ୍ଚିତତା ସୃଷ୍ଟି ହେବା ପରେ ବିଶେଷ ବୈଠକ ଡାକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ
ଧର୍ମେନ୍ଦ୍ର ପ୍ରଧାନ
dpji

ବାରିପଦା ଠାରେ ପ୍ରସ୍ତାବିତ ଡ. ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୦୧୭-୧୮ ଶିକ୍ଷା ବର୍ଷରୁ ନାମ ଲେଖା ଆରମ୍ଭ ପାଇଁ ସବୁ ପ୍ରକାର ଚେଷ୍ଟା କରା ଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଶିକ୍ଷା ବର୍ଷ ପାଇଁ ନାମ ଲେଖା ବାବଦରେ ଏମସିଆଇ ଦ୍ୱାରା ଧ୍ୟାର୍ଯ୍ୟ ତାରିଖ ଏପ୍ରିଲ ୩୦ ପାର ହୋଇ ସାରିଥିଲେ ମଧ୍ୟ ମେ ମାସ ଶେଷ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଥରେ ଅନୁଧ୍ୟାନ
କରି ରିପୋର୍ଟ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଏମସିଆଇକୁ ଅନୁମତି ପ୍ରଦାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାରିପଦା ମେଡିକାଲ କଲେଜ ସ୍ଥାପନା ମାମଲାରେ ଏମସିଆଇ ଦ୍ୱାରା ଧ୍ୟାର୍ଯ୍ୟ ମାନ ଓ ଗୁଣବତାକୁ ଅନୁପାଳନ କରି ଏହାର ରିପୋର୍ଟ ମାର୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏମସିଆଇ ପାଖରେ ଦେଇ ପାରି ନ ଥିଲା । ମାର୍ଚ ୧୫ ତାରିଖ ଦିନ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଉପସ୍ଥିତିରେ ନୂଆ ଦିଲ୍ଲୀରେ ବୈଠକ ମଧ୍ୟ ଅନୁÂିତ
ହୋଇଥିଲା ।

କୋରାପୁଟ ମେଡିକାଲ ମାମଲାରେ ଅଳ୍ପ କିଛି ସମସ୍ୟା ଥିଲା ବେଳେ ଅଣ୍ଡରଟେକିଂ ଦେଇ ନାମ ଲେଖାର ଅନୁମତି ନେଇଥିଲେ । ମାତ୍ର ବାରିପଦା କଲେଜ ମାମଲାରେ ରାଜ୍ୟ ସରକାର ସେହି ମାତ୍ରାରେ ଦାୟିତ୍ୱ ନେଇ ନ ଥିଲେ । ଏମସିଆଇ ଟିମ ଅନୁଧ୍ୟାନ କରିବା ପୂର୍ବରୁ ରାଜ୍ୟ ସରକାର ମେଡିକାଲ କଲେଜ ପ୍ରତିÂା ପାଇଁ ଯେଉଁ ଯେଉଁ
ଆବଶ୍ୟକତା ଅଛି ତାହା ପୂରଣ କରି ଦେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଚଳିତ ଶିକ୍ଷା ବର୍ଷରୁ ନାମଲେଖା ସମ୍ଭବ ହୋଇ ପାରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏମସିଆଇ ଏକ ସ୍ୱାୟତ ସଂସ୍ଥା ଓ ଭାରତ ସରକାର କେବଳ ନୀତିଗତ ନିର୍ଣୟ ନେଉଥିବା ବେଳେ ମେଡିକାଲ ଶିକ୍ଷା ବ୍ୟବସ୍ଥା ନେଇ ସବିଶେଷ ତତ୍ୱାବଧାରକ ଭାବେ ଏମସିଆଇ କାମ କରିଥାଏ । ରାଜ୍ୟ ସରକାର ଏହା ମଧ୍ୟରେ ଏହି କଲେଜ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି । ଏହାକୁ ଯୋଗ୍ୟ
ପାଇଲେ ମଇ ମାସ ଶେଷ ସୁଦ୍ଧା ନାମ ଲେଖା ପାଇଁ ଏମସିଆଇ ଅନୁମତି ଦେବ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମର ପ୍ରଶ୍ନର ଉତରରେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରିପଦା ମେଡିକାଲ କଲେଜରେ ଚଳିତ ଶିକ୍ଷା ବର୍ଷରୁ ନାମ ଲେଖା ନେଇ ଅନିଶ୍ଚିତତା ଦେଖା ଯିବା ପରେ ଶ୍ରୀ ପ୍ରଧାନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କୁ ଚିଠି ଲେଖି ତୁରନ୍ତ ଏମସିଆଇ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ସହ ଆଲୋଚନା କରି ଚଳିତ ଶିକ୍ଷା ବର୍ଷରୁ ନାମ ଲେଖା ପାଇଁ ବିଚାର କରିବା ପାଇଁ ପତ୍ର
ଲେଖି ଅନୁରୋଧ କରିଥିଲେ ।

Share in top social networks!