ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଓଡିଶାରେ ୧୦.୮୯ ଲକ୍ଷ ନୂଆ ସଂଯୋଗ ରାଜ୍ୟର ବିପିଏଲ ମହିଳା ମାନଙ୍କୁ ଯୋଗାଇ ଦିଆ ଯାଇଛି

ujjallaପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତର ପ୍ରଦେଶର ବଲିୟା ଠାରେ ମେ୧, ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର
ଶୁଭାରମ୍ଭ ହୋଇଥିଲା ଏବଂ ୨ ମେ, ୨୦୧୭ରେ ଏହାର ବର୍ଷ ପୂର୍ତି ହୋଇଛି ।
ପ୍ରଧାନମନ୍ତ୍ରୀ ଉଜ୍ୱଳାର ପ୍ରଥମ ବର୍ଷର ଯାତ୍ରା ଦେଶର ମହିଳା ମାନଙ୍କର ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା କାରଣରୁ ଏହା
ଆତ୍ମ ସନ୍ତୋଷର କାରଣ ହୋଇଛିା
ଗଣମାଧ୍ୟମ ଏଥିରେ ମହତ୍ୱପୂର୍ଣ ସହଯୋଗ କରି ସଫଳତା ଆଡକୁ ଏହି କାର୍ଯ୍ୟକ୍ରମକୁ ନେଇଥିବାରୁ ଆମେ ସେମାନଙ୍କୁ ହୃଦୟଭରା
ଧନ୍ୟବାଦ ଦେଉଛୁ । ଗଣମାଧ୍ୟମର ଦୃଢ ସହଯୋଗ କାରଣରୁ ଏହି ଯୋଜନାକୁ ଜନ ସ୍ୱୀକୃତି ମିଳିଛି ଓ ସାମାଜିକ ପରିବର୍ତନ ପାଇଁ
ଏତେ ବଡ ଯୋଜନା ଲୋକଙ୍କ ନିକଟତର ହୋଇଛି ।
ଏହି ଯୋଜନାର ଶୁଭାରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ‘ସବକା ସାଥ ସବକା ବିକାଶ ’ର ଅଭିବ୍ୟକ୍ତି ।
ଏହି ଯୋଜନାରେ ଏସଇସିସି ତାଲିକାଭୁକ୍ତ ବିପିଏଲ ପରିବାରର ମହିଳା ମାନଙ୍କୁ ଏଲପିଜି ସଂଯୋଗ ଦିଆ ଯିବା କାରଣରୁ ଘର
ମାନଙ୍କରେ ସ୍ୱଚ୍ଛ ଓ ସବୁଜ ଇନ୍ଧନ ବ୍ୟବହାର କାରଣରୁ କେବଳ ମହିଳା ନୁହନ୍ତି ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ
ସହାୟତା ମିଳିଛି ।
ପାରମ୍ପାରିକ କାର୍ବନଯୁକ୍ତ ଓ ଅନ୍ୟାନ୍ୟ ଜାଳେଣୀ ବ୍ୟବହାର କାରଣରୁ ଏଥିରୁ ନିର୍ଗତ ହେଉଥିବା କ୍ଷତିକାରକ ରାସାୟନିକ ଧୁଆଁ
କେବଳ ନାଲି ଆଖିରୁ ପାଣି ଗଡାଏ ନାହିଁ ଏହା ନିଶ୍ୱାସ ପ୍ରଶ୍ୱାସ ବ୍ୟବସ୍ଥାକୁ ସଂକୁଚିତ କରେ ଯାହା ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ
ରୋଗ ସହ ଛାତି ଓ ଆନୁଷଙ୍ଗିକ ଜଟିଳ ରୋଗ ସୃଷ୍ଟି କରିଥାଏ । ଚୁଲୀ ଧୁଆଁ ବିଷାକ୍ତ ରାସାୟନିକ ଗ୍ୟାସରେ ଭରି ରହିଥିବାରୁ
ଫୁସଫୁସରେ କ୍ୟାନସରର କାରକ ହୋଇଥାଏ । ଏହି ଧୁଆଁ କାରଣରୁ ଦୁଃସାଧ୍ୟ ରୋଗ ଓ ଜୀବନହାନୀ ଘଟିଥାଏ । ଏହି
ଯୋଜନାରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଗ୍ୟାସ କନେକ୍ସନ ବିନା ମୂଲ୍ୟରେ ଯାହା ୧୪.୨ କେଜି ସିଲିଣ୍ଡରର ସୁରକ୍ଷା ଜମାରାଶି, ପ୍ରେସର
ରେଗୁଲେଟର ଓ ବିତରକଙ୍କ ପ୍ରଶାସନିକ ଓ ଘରେ ଲଗାଇବା ବାବଦରେ ଖର୍ଚ ହିତାଧିକାରୀଙ୍କୁ ଦେବାକୁ ପଡି ନ ଥାଏ ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମୁଖ୍ୟତଃ ଗ୍ରାମୀଣ ମହିଳାଙ୍କ ପାଇଁ ସମର୍ପିତ । ଏଥିପାଇଁ ସେମାନେ ଏବେ ନିଜସ୍ୱ ପରିଚୟକୁ ଅନୁଭବ
କରୁଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ପ୍ରକୃତ ପକ୍ଷେ ସେମାନଙ୍କୁ ଆତ୍ମ ସମ୍ମାନ ଦେଇଛି ଏବଂ ଦୁନିଆକୁ ସାମନା କରିବାର
ଆତ୍ମବିଶ୍ୱାସ ମଧ୍ୟ ପହଂଚାଇଛି ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାକୁ ମହିଳା ସଶକ୍ତିକରଣ ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ପ୍ରତିଶବ୍ଦ ଭାବେ ଲୋକ ଦେଖୁଛନ୍ତି ।
୧ ମେ, ୨୦୧୭ ସୁଦ୍ଧା ଦେଶରେ ଏହି ଯୋଜନାରେ ୨.୨ କୋଟିରୁ ଅଧିକ ସଂଯୋଗ ଯୋଗାଇ ଦିଆ ଯାଇଛି । ଓଡିଶାରେ
୧୦.୮୯ ଲକ୍ଷ ( ୧୦୮୯୬୮୬) ନୂଆ ସଂଯୋଗ ରାଜ୍ୟର ବିପିଏଲ ମହିଳା ମାନଙ୍କୁ ଯୋଗାଇ ଦିଆ ଯାଇଛି ।
ଏହି ସଂଯୋଗ ଗୁଡିକ ରାଜ୍ୟର ୫୪୭ଟି ଏଲପିଜି ବିତରକଙ୍କ ଦ୍ୱାରା ଯୋଗାଇ ଦିଆ ଯାଇଛି । ଏହି ସମୟରେ ଆମର ଅଫିସର
ମାନେ ( ଡିଷ୍ଟ୍ରିକ୍ଟ ନୋଡାଲ ଅଫିସର) ସାରା ରାଜ୍ୟରେ ୨୦୯୪ଟି ଏଲପିଜି ସଂଯୋଗ ବିତରଣ ତଥା ସୁରକ୍ଷା କାର୍ଯ୍ୟକ୍ରମ ସାରା
ରାଜ୍ୟର (ବ୍ଲକ ସଦର ମହକୁମା / ଗ୍ରାମ ପଂଚାୟତ/ କୃଷି ବିଜ୍ଞାନ କେନ୍ଦ୍ର)ରେ ଅନୁÂିତ କରାଇବା ସହ ଏହି ଯୋଜନା ତଥା
ସୁରକ୍ଷା ସମ୍ବନ୍ଧରେ ମହିଳା ମାନଙ୍କୁ ଅବଗତ କରାଇଛନ୍ତି ।
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତଥା ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ୱ) ଧର୍ମେନ୍ଦ୍ର
ପ୍ରଧାନଙ୍କ ମାର୍ଗଦର୍ଶନରେ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓଡିଶାରେ ଏହି ବାବଦରେ ୧୭୪.୩୫ କୋଟି ଟଙ୍କା ଖର୍ଚ
କରିଛନ୍ତି । ଏହା ସହ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନସ୍ଥ ତୈଳ ବିପଣନ କମ୍ପାନୀ ମାନେ ଗ୍ୟାସ ଭର୍ତୀ ଓ ଏଲପିଜି
ଷ୍ଟୋଭ ବାବଦରେ ୮୦.୪ କୋଟି ଟଙ୍କା ସହଜ ଓ ସରଳ ସୁଧ ପ୍ରଦାନ କରିଛନ୍ତି ।
ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଜୁନ ୨୦୧୪ରେ ରାଜ୍ୟରେ ସକ୍ରିୟ ଏଲପିଜି ସଂଯୋଗରେ ରାଜ୍ୟର ୨୦ ପ୍ରତିଶତ ଘର
ସାମିଲ ହୋଇଥିବା ବେଳେ ଆଜି ଦିନରେ ଏହା ବୃଦ୍ଧି ପାଇ ୪୩ ପ୍ରତିଶତରେ ପହଂଚିଛି ।
୧ ମେ, ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଉଦଘାଟନ ସମୟରେ ୩୧.୯ ପ୍ରତିଶତ ଘରେ ଓଡିଶାରେ ଏଲପିଜି
ସଂଯୋଗ ଥିଲା । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ସଂଯୋଗରେ ଦୃତ ବୃଦ୍ଧି ଘଟିଛି ।
ତୈଳ ବିପଣନ କମ୍ପାନୀ ମାନେ ରାଜ୍ୟରେ ଆଉ ୪ ଶହ ନୂଆ ଏଲପିଜି ବିତରକ ପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି ଯାହା ଦ୍ୱାରା
ରାଜ୍ୟର କୋଣ ଅନୁକୋଣରେ ଏଲପିଜି ବିତରକ ଉପଲବ୍ଧ ରହିବେ । ବିତରକ ନିଯୁକ୍ତି ପ୍ରକ୍ରିୟା ଜାରୀ ରହିଛି । ଏହି ଚାରି ଶହ
ସ୍ଥାନ ମଧ୍ୟରୁ ୨୭ ଟି ସ୍ଥାନ ପାଇଁ କୌଣସି ଆବେଦନ ହସ୍ତଗତ ହୋଇ ନାହିଁ ।
ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ଅନୁସାରେ ୨୦୧୯ ମସିହା ପୂର୍ବରୁ ଅନ୍ୟୁନ ୩୦ ଲକ୍ଷ ନୂଆ ଏଲପିଜି
ସଂଯୋଗ ଏହି ଯୋଜନାରେ ଲଗାଇ ଦେବା ପାଇଁ ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଛି ।
ଆମେ ରାଜ୍ୟର ୧୭୩୨୭୬ ଏଲପିଜି ଗ୍ରାହକ ଯେଉଁ ମାନେ ଗିଭ ଇଟ ଅପ ଯୋଜନାରେ ସାମିଲ ହୋଇ ସେମାନଙ୍କର ଏଲପିଜି
ରିହାତି ତ୍ୟାଗ କରିଛନ୍ତି ସେମାନଙ୍କୁ ଆନ୍ତରିକ ସାଧୁବାଦ ଜଣାଉଛୁ ।
ଚଳିତ ବର୍ଷ ତୈଳ ବିପଣନ କମ୍ପାନୀ ମାନେ ସାରା ରାଜ୍ୟରେ ୩ ହଜାର ଏଲପିଜି ସଂଯୋଗ ବିତରଣ/ ସୁରକ୍ଷା କାର୍ଯ୍ୟକ୍ରମ
ଆୟୋଜନ କରିବାର ଯୋଜନା କରିଛନ୍ତିା ଏହା ସହ ସବୁ ଗ୍ୟାସ ବିତରକ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀ
ମାନଙ୍କୁ ନେଇ ‘ସେଫ୍ଟି କ୍ଲିନିକ’ ଆୟୋଜନ କରିବା ସହ ଗ୍ୟାସ ବ୍ୟବହାରରେ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବାକୁ ପରାମର୍ଶ
ଦିଆ ଯାଇଛି । ସାରା ରାଜ୍ୟରେ ଏହି ଯୋଜନାରେ ୫ ହଜାରରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ଆଶା କରାଯାଉଛି

ହାଟ ଓ ବଜାର ମାନଙ୍କରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ମେଳା ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।
ଏହି ଯୋଜନାର ସଫଳତା ପାଇଁ ଆମେ ଆପଣଙ୍କର ସହଯୋଗ କାମନା କରୁଛୁ । ମହିଳାଙ୍କ ଜୀବନକୁ ରୁଦ୍ଧିମନ୍ତ କରି ମହିଳା
ସଶକ୍ତିକରଣ ପାଇଁ ଆମର ପ୍ରଚେଷ୍ଟାରେ ଆପଣଙ୍କର ସହଯୋଗର ହାତ ପାଇଁ ଅନୁରୋଧ କରୁଛ

Share in top social networks!