ଜୟରାମ ପାଙ୍ଗୀଙ୍କ ବିଜେପିରେ ଯୋଗଦାନ ଓଡିଶା ବଡ ପରିବର୍ତନ ପାଇଁ ମନ ବନାଉଥିବାର ପୂର୍ବ ସୂଚନା- ଧର୍ମେନ୍ଦ୍ର ପ୍ରଧାନ

pangi
- ପାଙ୍ଗୀଙ୍କ ଯୋଗଦାନ ତୃଣମୂଳ ସ୍ତରରେ ବିଜେପିକୁ ମଜବୂତ କରିବ
- ରାଜ୍ୟରେ ଅପାରଗ, ସ୍ଥାଣୁ ଓ ପ୍ରବଂଚନାର ସରକାରର ମୁଖ୍ୟ କାର୍ପଟଦାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ
- ଓଡିଆ ଲୋକ ମାନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରବଂଚନାର ଜବାବ ଦେବେ
- ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, ୦୯ ମଇ – ପୂର୍ବତନ ସାଂସଦ ତଥା ବରିÂ ବିଜେଡି ନେତା ଜୟରାମ ପାଙ୍ଗୀଙ୍କୁ ବିଜେପିକୁ ସ୍ୱାଗତ
କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପାଙ୍ଗୀ ଓ ତାଙ୍କ ଶତାଧିକ ସମର୍ଥକଙ୍କୁ ଦଳରେ
ସାମିଲ କରିବା ଅବସରରେ ଓଡିଶା ଏକ ବଡ ପରିବର୍ତନ ଆଡକୁ ମନ ବଳାଇଲାଣି ଏହି ସତ୍ୟକୁ ପ୍ରମାଣିତ
କରିବାର ଆଉ ଏକ ପାହାଚ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପାଙ୍ଗୀଙ୍କ ଯୋଗଦାନ ବିଜେପିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ
କରିବା ସହ ଓଡିଶାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ବିଶେଷ ଭାବରେ କୋରାପୁଟରେ ଦଳକୁ ପାଙ୍ଗୀଙ୍କ ଯୋଗଦାନ
ଆହୁରି ମଜବୁତ କରିବ ବୋଲି କହିଛନ୍ତି ।
ରାଜ୍ୟରେ ଅପାରଗ, ସ୍ଥାଣୁ ଓ ପ୍ରବଂଚନାର ସରକାରର ମୁଖ୍ୟ କାର୍ପଟଦାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ । ଓଡିଶାର ଲୋକ ମାନେ ଏହି ପ୍ରବଂଚନା ଜବାବ ଦେବା ପାଇଁ ପ୍ରସ୍ତୁତ ହେଲେଣି ବୋଲି ଶ୍ରୀ ପ୍ରଧାନ
କହିଛନ୍ତି ।
ସେ କହିଛନ୍ତି ଯେ ଶ୍ରୀ ପାଙ୍ଗୀଙ୍କ ଯୋଗଦାନ ଓ ପୂର୍ବ ଦିନ ବଡଚଣାର ଯୁବ ନେତା ତଥା ବିଜେଡିର ଟାଣୁଆ ଯୁବ
ସଙ୍ଗଠକ ଅମର ନାୟକଙ୍କ ଯୋଗଦାନ ଓଡିଆ ଲୋକ ମାନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରବଂଚନାର ଉତର
ଦେବାର ପୂର୍ବ ସୂଚନାର ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନବୀନ ପଟ୍ଟନାୟକଙ୍କ ୧୭ ବର୍ଷର ସରକାରରେ ସବୁଠୁ ବଡ କ୍ୟାବିନେଟ ଅଦଳ ବଦଳ ସମ୍ପର୍କିତ ପ୍ରଶ୍ନର
ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନଙ୍କ ମନ୍ତ୍ରିମଣ୍ଡଳର ନୂଆ ରାଜସ୍ୱ ମନ୍ତ୍ରୀ କୋଟି କୋଟି ଓଡିଆଙ୍କ ଶ୍ରଦ୍ଧାର
କେନ୍ଦ୍ର ସ୍ୱର୍ଗ ଦ୍ୱାର ଜମି ହଡପରେ ସଂପୃକ୍ତ ଥିବାର ଅଭିଯୋଗ ରହିଛି । ମାତ୍ର ସରକାର ଜବରଦଖଲ ଜମିକୁ
ଶ୍ରୀମନ୍ଦିର ଖାତାକୁ ଯିବାର ପ୍ରଚାର କରୁଥିବାରେ ଗଣମାଧ୍ୟମ ହିଁ ଅଭିଯୋଗ ଉଠିଛିା ଖୋଦ ଆଇନ ମନ୍ତ୍ରୀ
ବେଆଇନ କାମରେ ସଂପୃକ୍ତ ଥିବା ଗଣମାଧ୍ୟମ ତଥ୍ୟ ଆଧାରରେ ରିପୋର୍ଟ ଲେଖୁଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର
ପାରିବାର ମନ୍ତ୍ରୀଙ୍କ ଅକ୍ତିଆରରେ ଥିବା ଜମିକୁ ସରକାର ବେଦଖଲ କରିବାରୁ ସେ ସରକାରଙ୍କ ବିରୁଦ୍ଧରେ କେସ
କରିଥିବା ଓଡିଶାର ଏକ ଖବରକାଗଜରେ ଆଜି କାର୍ଟୁନ ପ୍ରକାଶିତ ହୋଇଥିବା ଶ୍ରୀ ପ୍ରଧାନ କହିବା ସହ ଏ ସବୁ
ପ୍ରସଙ୍ଗ ରାଜନୈତିକ ବିରୋଧୀ ନୁହନ୍ତି ଗଣମାଧ୍ୟମ ଉଠାଇଛି ।
ଶ୍ରୀ ପାଙ୍ଗୀଙ୍କୁ ଦଳରେ ମିଶିବା ଖବର ପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କେ.ଭି
ସିଂହଦେଓ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଫୋନ ଯୋଗେ ଅଭିନନ୍ଦନ ଜଣାଇବା ତଥା ବରିÂ
ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ, ଆଦିବାସୀ ମୋର୍ଚା ସଭାପତି ରବି ନାୟକ, ତଥା ସାଧାରଣ
ସମ୍ପାଦକ ଅନନ୍ତ ନାୟକଙ୍କ ଉପସ୍ଥିତି ଶ୍ରୀ ପାଙ୍ଗୀଙ୍କୁ ଦଳକୁ ସ୍ୱାଗତ ନେଇ ଉତ୍ସାହକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ
ପ୍ରକାଶ କରିଛନ୍ତି ।

Share in top social networks!