ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ‘ହାଇଡ୍ରୋକାର୍ବନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କନ୍କ୍ଲେଭ୍’ ଉଦ୍ଘାଟିତ

• ଝିଅମାନଙ୍କ ପାଇଁ ୩ ମାସିଆ କମ୍ପୁ୍ୟଟର ପାଠ୍ୟକ୍ରମ ଆରମ୍ଭ
• ଔଦ୍ୟୋଗିକତା ବିକାଶ ଯାତ୍ରା ଆରମ୍ଭ କରିବା ନିମନ୍ତେ ଦୁଇ ଜଣ ଛାତ୍ରଙ୍କୁ ୫୦ ହଜାର ଟଙ୍କାର ଉପକରଣ ଟୁଲ ପ୍ରଦାନ
• ପ୍ରଥମ ଶିକ୍ଷା ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ନିଯୁକ୍ତି ସୃଷ୍ଟି କରିଥିବାରୁ ଏସ୍ଡିଆଇ ଭୁବନେଶ୍ୱରକୁ “ମେଧା ସର୍ଭୋ” ସର୍ବଶ୍ରେÂ ନିଯୁକ୍ତିଦାତା ଭାବେ ସମ୍ବର୍ନ୍ଧିତ

spskill
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତ ସରକାର ଭୁବନେଶ୍ୱରସ୍ଥିତ ଦକ୍ଷତା ବୃଦ୍ଧି ପ୍ରତିÂାନ (ଏସ୍ଡିଆଇ)ର ପ୍ରଥମ ପ୍ରତିÂା ଦିବସ ଅବସରରେ ‘ହାଇଡ୍ରୋକାର୍ବନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପକ୍ରମ’ କାର୍ଯ୍ୟକ୍ରମକୁ ଆଜି ଉଦ୍ଘାଟନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନ ତଥା ରାଜ୍ୟରେ କାର୍ଯ୍ୟରତ ତୈଳ ଶିଳ୍ପର ବରିÂ ଅଧିକାରୀ, ଶିକ୍ଷାବିତ୍, ପରାମର୍ଶଦାତା ଏବଂ ବରିÂ ଶିଳ୍ପଦ୍ୟୋଗୀ ଏହି ଜାତୀୟ କନ୍କ୍ଲେଭରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିଆଇ, ଭୁବନେଶ୍ୱରର ଅଧ୍ୟକ୍ଷ ତଥା ନିଦେ୍ର୍ଧଶକ (ମାନବ ସମ୍ବଳ) ଶ୍ରୀ ଭରଗେଜ୍ ଚେରିଆନ, ନିଦେ୍ର୍ଧଶକ (ମାନବ ସମ୍ବଳ)ଶ୍ରୀ ବି. ରାଏ, ଓଏନ୍ଜିସିର ନିଦେ୍ର୍ଧଶକ(ମାନବ ସମ୍ବଳ) ଶ୍ରୀ ଡି.ଡି ମିଶ୍ର, ଏଚ୍ପିସିଏଲ୍ର ନିଦେ୍ର୍ଧଶକ (ମାନବ ସମ୍ବଳ) ଶ୍ରୀ ପୁଷ୍ପ ଯୋଶୀ, ଇଆଇଏଲର ନିଦେ୍ର୍ଧଶକ (ମାନବ ସମ୍ବଳ)ଶ୍ରୀ ଭି. ସି ଭଣ୍ଡାରେ ଏବଂ ଏସ୍ଡିଆଇ, ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏନ୍ଏନ୍ ରାଓ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ଗତ ବର୍ଷ ଆଜିର ଦିନରେ ଓଡ଼ିଶାରେ ତୈଳ ଶିଳ୍ପର ପ୍ରଥମ ଦକ୍ଷତା ବୃଦ୍ଧି କେନ୍ଦ୍ର ଉଦ୍ଘାଟିତ ହୋଇଥିଲା । ରାଷ୍ଟ୍ରାୟତ ତୈଳ କମ୍ପାନୀ, ଇଣ୍ଡିଆନ ଅଏଲ୍, ଓଏନ୍ଜିସି, ଗେଲ୍, ବିପିସିଏଲ୍, ଏଚ୍ପିସିଏଲ୍, ଓଆଇଏଲ୍, ଇଆଇଏଲ୍ ଏବଂ ବାଲ୍ମର୍ ଲରି ଦ୍ୱାରା ପ୍ରୋତ୍ସାହିତ ତଥା ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହି ଅନୁÂାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ସାକାର କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପରିଚାଳିତ ହେଉଛି ।
ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ‘ବନେ୍ଦ ଉକ୍ରଳ ଜନନୀ’ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏସ୍ଡିଆଇ, ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଭରଗେଜ୍ ଚେରିଆନ ସ୍ୱାଗତ ଭାଷଣ ଦେଇଥିଲେ । ଏସ୍ଡିଆଇର ପ୍ରଥମ ପ୍ରତିÂା ଦିବସ ଅବସରରେ ଝିଅ ମାନଙ୍କ ପାଇଁ ୩ ମାସିଆ କମ୍ପୁ୍ୟଟର ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ପ୍ରତି ବ୍ୟାଚ୍ରେ ୩୦ ଜଣ ଝିଅଙ୍କୁ ତାଲିମ ଦିଆଯିବ । ଏସ୍ଡିଆଇ, ଭୁବନେଶ୍ୱରର ପ୍ରଥମ ବର୍ଷର ସଫଳତମ ଯାତ୍ରା ଉପରେ ଆଧାରିତ ଏକ ଛୋଟ ଫିଲ୍ମ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା । ଏସ୍ଡିଆଇ, ଭୁବନେଶ୍ୱରର ଏହି ଉତ୍ସାହପୂର୍ଣ୍ଣ ଯାତ୍ରା ଉପରେ ପର୍ଯ୍ୟବେଷିତ ଛବିଳ ଫିଲ୍ମକୁ ଉପସ୍ଥିତ ବ୍ୟକ୍ତିମାନେ ଉନ୍ନୋଚନ କରିଥିଲେ । ବରଗଡ଼ର ଶ୍ରୀମାନ କ୍ଷୀରସାଗର ସ୍ୱାଇଁ, (ଇଣ୍ଡଷ୍ଟ୍ରିଆଲ ୱେଲ୍ଡିଂ) ଏବଂ ମୟୁରଭଞ୍ଜର ଶ୍ରୀମାନ ଭରେୟା ସୋରେନ (ଇଣ୍ଡଷ୍ଟ୍ରିଆଲ ଇଲେକ୍ଟ୍ରିକାଲ) ଙ୍କୁ ଏହି ବର୍ଷ ସେମାନଙ୍କ ପଢା ଶେଷ ପରେ ଔଦ୍ୟୋଗିକତା ବିକାଶ ଉଦ୍ୟମର ଆରମ୍ଭ କରିବା ପାଇଁ ମାନ୍ୟବର ପେଟ୍ରୋଲିୟମ ମନ୍ତ୍ରୀ ଏସ୍ଡିଆଇ, ଭୁବନେଶ୍ୱରର ପ୍ରଥମ ବ୍ୟାଚ୍ର ଏହି ୨ ଜଣ ଛାତ୍ରଙ୍କୁ ୫୦ ହଜାର ଟଙ୍କାର ଉପକରଣ କିଟ୍ ପ୍ରଦାନ କରିଥିଲେ । ଆହୁରି ମଧ୍ୟ ଏସ୍ଡିଆଇ, ଭୁବନେଶ୍ୱରକୁ ଏହାର ନିଯୁକ୍ତି କ୍ଷେତ୍ରରେ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିଥିବାରୁ ମାନ୍ୟବର ମନ୍ତ୍ରୀ “ମେଧା ସର୍ଭୋ” ସ୍ଂସ୍ଥାକୁ ସମ୍ମାନିତ କରିଥିଲେ ।
ସ୍ୱାଗତ ଅଭିଭାଷଣରେ ଭୁବନେଶ୍ୱରର ଅଧ୍ୟକ୍ଷ ତଥା ନିଦେ୍ର୍ଧଶକ (ମାନବ ସମ୍ବଳ) ଭରଗେଜ୍ ଚେରିଆନ କହିଥିଲେ ଯେ, “ଆମେ ଭୁବନେଶ୍ୱରରେ ଖୁବଶୀଘ୍ର ଏକ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିÂା କରିବା ପାଇଁ ଆଶା ରଖିଛୁ । ଆମେ ଏସ୍ଡିଆଇରେ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଅଧିକ ଦକ୍ଷତା ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”
ଏସ୍ଡିଆଇ ଭୁବନେଶ୍ୱରର ପ୍ରତିÂା ଦିବସ ସହିତ ସମାବେଶ ଅବସରରେ ନିମ୍ନଲିଖିତ ମତେ ବିତ୍ତୀୟ ଅଧିବେଶନ ଓ ପ୍ୟାନେଲ୍ ଆଲୋଚନା ଅନୁÂିତ ହୋଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରୁ ବକ୍ତାମାନେ ଭାଗ ନେଇ ଦକ୍ଷତା ବିକାଶରେ ହାଇଡ୍ରୋକାର୍ବନ କ୍ଷେତ୍ରର ବ୍ୟାପକତା ବିଷୟରେ ଆଲୋଚନା କରିଥିଲେ ।
ବିିତ୍ତୀୟ ଅଧିବେଶନ ୧: ଦକ୍ଷତା ବୃଦ୍ଧି ଉପକ୍ରମ ସମ୍ପର୍କିତ ଶିକ୍ଷାୟତନ ଏବଂ ଶିଳ୍ପ ଭାଗିଦାରିତା
ଆଇଆଇଟି, ଭୁବନେଶ୍ୱରର ପ୍ରଫେସର ଶ୍ରୀ ପି.କେ.ଜେ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନ ଆରମ୍ଭ ହୋଇଥିଲା । ଆର୍ଏଏସ୍ସିଆଇର ଅଧ୍ୟକ୍ଷ ଶ୍ରୀ ବିଜୟ ସାହୁ, ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ଼୍ର ସଭାପତି (ମାନବ ସମ୍ବଳ) ଶ୍ରୀ ରମେଶ ମହାପାତ୍ର, ସଭାପତି ୟୁସିସିଆଇ ଭୁବନେଶ୍ୱର ଏବଂ ମ୍ୟାଗ୍ନମ୍ ଗ୍ରୁପ ଅଫ୍ କମ୍ପାନୀର ଅଧ୍ୟକ୍ଷ ସୁଚିତ୍ରା ପାଲ, ଜାଭିଏର ଇନଷ୍ଟିଚୁ୍ୟଟ ଅଫ୍ ମ୍ୟାନେଜମେଣ୍ଟ ଏବଂ ଏଇଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼୍ର ଭାଇସ୍ ପ୍ରେସିଡେଣ୍ଟ, (ମାନବ ସମ୍ବଳ) ଏହି ଅଧିବେଶନର ବକ୍ତା ଥିଲେ ।
ବିିତ୍ତୀୟ ଅଧିବେଶନ ୨: ଓଡ଼ିଶାରେ ଦକ୍ଷତା ବୃଦ୍ଧି ସ୍ଥିତି ଓ ସାମର୍ଥ୍ୟ ଉପରେ ଦକ୍ଷତା ପରିସଂସ୍ଥା ସହଭାଗିତା ।
ପିଡବ୍ଲୁ୍ୟସିର ନିଦେ୍ର୍ଧଶକ ଶ୍ରୀ ଗୌରବ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନ ଆରମ୍ଭ ହୋଇଥିଲା । ଓଭରସି ପ୍ରୋଜେକ୍ଟ ଆଣ୍ଡ ସର୍ଭିସେସ୍ର ସଭାପତି ଡଃ ଅମିୟ ବେହେରା, ଏନ୍ଟିଟିଏଫ୍ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଅରୁଣ ସେଲଭାନ, ଲରୋସ ଏଡୁଟେକ୍ର ନିଦେ୍ର୍ଧଶକ ଶ୍ରିମତୀ ଭାବନା ଚୋପ୍ରା ଏହି ଅଧିବେଶନର ବକ୍ତା ଥିଲେ ।
ବିିତ୍ତୀୟ ଅଧିବେଶନ ୩: ହାଇଡ୍ରୋକାର୍ବନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପକ୍ରମ ।
ଶେଷ ଅଧିବେଶନଟି ରାୟପୁର ଆଇଆଇଏମ୍ର ପ୍ରଫେସର ଏସ୍. ଦାସ ଅଧ୍ୟକ୍ଷତା କରିଥିଲେ । ଏଚ୍ପିସିର ନିଦେ୍ର୍ଧଶକ, ମାନବ ସମ୍ବଳ ଶ୍ରୀ ପୁଷ୍ପ କେ. ଯୋଶୀ, କେଏମ୍ପିଜିର ସହଭାଗୀ ଶ୍ରୀ ନାରାୟଣନ୍ ରାମସ୍ୱାମୀ ଏବଂ ଇ ଆଣ୍ଡ ୱାଇର ସହଭାଗୀ କମଲେଶ ବ୍ୟାସ ପ୍ରମୁଖ ଏହି ଅଧିବେଶନର ବକ୍ତା ଥିଲେ ।
ଏସ୍ଡିଆଇ, ଭୁବନେଶ୍ୱରର ପ୍ରତିÂା ଦିବସରେ ଏସ୍ଡିଆଇର ଛାତ୍ରଛାତ୍ରୀ ସମେତ ରାଜ୍ୟର ବିଭିନ୍ନ ଅନୁÂାନଗୁଡ଼ିକର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏସ୍ଡିଆଇ, ଭୁବନେଶ୍ୱରର ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଏନ୍ ଏନ୍ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏସ୍ଡିଆଇ, ଭୁବନେଶ୍ୱର ବର୍ତ୍ତମାନ ଓଡ଼ିଶାର ବେରୋଜଗାର ଏବଂ ଅବହେଳିତ ଯୁବବର୍ଗଙ୍କୁ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେ୍ଟ୍ରେ ଏକ ପାଇଲଟ୍ କ୍ୟାମ୍ପସ କରି ଦକ୍ଷତା ତାଲିମ ପ୍ରଦାନ କରୁଛି । ତକ୍ରାଳ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହି ଅନୁÂାନରେ ୱେଲ୍ଡିଂ ଏବଂ ଇଲେକ୍ଟ୍ରିକାଲ୍ରେ ସାର୍ଟିଫିକେଟ୍ ପ୍ରୋଗ୍ରାମ ଉପଲବ୍ଧ କରାଇବା ସହିତ ଚଳିତ ବର୍ଷ ଅଧିକ ପାଠ୍ୟକ୍ରମ ଉପଲବ୍ଧ କରିବାର ଯୋଜନା ରଖିଛି । ଏହି ଅନୁÂାନର ଛାତ୍ରଛାତ୍ରୀଙ୍କୁ ଅନେକ ସଂଗଠନ ନିଯୁକ୍ତି ପ୍ରଦାନ କରିଛି ଏବଂ ସେମାନେ କୁଶଳୀ କର୍ମଚାରୀ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି ।
ଗତ ବର୍ଷ ପାଇଲଟ୍ ଏସ୍ଡିଆଇ ସ୍ଥଳ ଉଦ୍ଘାଟନ କରିବା ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିଳ୍ପକ୍ଷେତ୍ର ପାଇଁ ଏବଂ ବିଶେଷ କରି ତୈଳ ଓ ଗ୍ୟାସ୍ କ୍ଷେତ୍ର ପାଇଁ ସାଧାରଣ ଭାବେ ଆବଶ୍ୟକ ଟ୍ରେଡ୍/ପାଠ୍ୟକ୍ରମ ଲାଗି ସ୍ୱଦେଶୀ ଢାଞ୍ଚାାର ପ୍ରତିÂାନ ଆରମ୍ଭ ପାଇଁ ଘୋଷଣା କରିଥିଲେ । ହାଇଡ୍ରୋକାର୍ବନ କ୍ଷେତ୍ରରେ ବିବିଧ ଦକ୍ଷତା ବୃଦ୍ଧି ଉପକ୍ରମ ସମ୍ପର୍କରେ ତାଙ୍କର ଦୂରଦୃଷ୍ଟି ରହିଥିଲା । ଏହାର ଅଂଶ ସ୍ୱରୂପ ଦେଶର ବିଭିନ୍ନ ଭାଗରେ ୬ଟି ଦକ୍ଷତା ବୃଦ୍ଧି ପ୍ରତିÂାନ ସ୍ଥାପନ ବ୍ୟବସ୍ଥା କରାଯାଇଛି । ପ୍ରଥମଟି ଭୁବନେଶ୍ୱରରେ, ବିଶାଖାପଟ୍ଟନମ୍ରେ ଦ୍ୱିତୀୟ, କୋଚିରେ ତୃତୀୟ କେନ୍ଦ୍ର ପ୍ରତିÂା ହୋଇ ସାରିଥିବା ବେଳେ ଗୌହାଟୀ, ଅହମ୍ମଦାବାଦ ଏବଂ ରାଏବରେଲିରେ ଗୋଟିଏ ଲେଖାଏଁ କେନ୍ଦ୍ର ସ୍ଥାପନ ହେଉଛି ।
ବର୍ତ୍ତମାନ ପାଇଲଟ୍ କ୍ୟାମ୍ପସରେ ଏସ୍ଡିଆଇ ଭୁବନେଶ୍ୱର କାର୍ଯ୍ୟ କରୁଛି ଏବଂ ଜଟଣୀଠାରେ ୬୦ ଏକର ପରିମିତ ଜାଗାରେ ସ୍ଥାୟୀ କ୍ୟାମ୍ପସ ପ୍ରତିÂା ହେଉଛି । ପୂର୍ଣ୍ଣକାଳୀନ ଭିତ୍ତିଭୂମି ଥାଇ ଏହି ପ୍ରତିÂାନ ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବୃଦ୍ଧି ଉପକ୍ରମ ଆଧାରରେ ଅନ୍ୟ ନିଯୁକ୍ତିଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମ ଉପଲବ୍ଧ କରାଇବା ସହିତ ୧୦ ବର୍ଷ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ର ଏବଂ ସ୍ଥାନୀୟ ଶିଳ୍ପ କ୍ଷେତ୍ର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଟ୍ରେଡ୍ରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରିବ ।

Share in top social networks!