‘ଜୀବନ ବିନ୍ଦୁ’ ଅଭିଯାନର ଜିଲ୍ଲା ସଂଯୋଜକଙ୍କ ସମୀକ୍ଷା ବୈଠକ; ଅଗଷ୍ଟ ସୁଦ୍ଧା ୨୫ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ ଲକ୍ଷ୍ୟ

jibanbindu
ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇଛି । ‘ରକ୍ତଦାନ ମହାପୂଣ୍ୟ’, ଏହାକୁ ଆଧାର କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା, ବ୍ଲକ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ଜୀବନ
ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏହାଫଳରେ ଏକ ସାମାଜିକ ସଚେତନତା ସୃଷ୍ଟି ହେବା ସହିତ ଅନେକ ବ୍ୟକ୍ତି ବିଶେଷଙ୍କୁ
ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରାଯାଇପାରୁଛି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା
ସଂଯୋଜକମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା କହିଛନ୍ତି ।
ଜୀବନ ବିନ୍ଦୁ ମୁଖ୍ୟ ସଂଯୋଜକ ତଥା କଟକ-ବାରବାଟୀ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ କହିଥିଲେ ଯେ ରକ୍ତ ଅଭାବରୁ କେହି
ଯେଭଳି ଅସୁବିଧାରେ ପଡିବେ ନାହିଁ ତାକୁ ନିଶ୍ଚିତ କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଉଦେ୍ଧଶ୍ୟ । ଏହି କାର୍ଯ୍ୟକ୍ରମର ପ୍ରଭାବରେ
ଅନେକ ସ୍ୱେଚ୍ଛାସେବୀ ଅନୁÂାନ ରକ୍ତଦାନକୁ ଆପଣାଇଥିବା ଏକ ସୁଖର କଥା ଏବଂ ଆଗାମୀ ଦିନରେ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି
ବ୍ୟାପକ କରିବା ସହିତ ଯେଭଳି ଅଧିକରୁ ଅଧିକ ଲୋକମାନେ ରକ୍ତଦାନ କରିବାକୁ ଆଗଭର ହୋଇପାରିବେ ସେଥିପାଇଁ ଜନସଚେତନତା
ସୃଷ୍ଟି ମଧ୍ୟ କରାଯାଉ । ରକ୍ତଦାନ ସଂପର୍କିତ ଅନେକ ବିଭ୍ରାନ୍ତି ଦୂର ହୋଇପାରିଛି ଏବଂ ସମଗ୍ର ଓଡ଼ିଶାରେ ଏକ ବୈଜ୍ଞାନିକ ସମ୍ମତ ଅନୁକୂଳ
ବାତାବରଣ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଅଗ୍ରାଧିକାର ଦେଉଛନ୍ତି ଏବଂ
ବିଭିନ୍ନ ସ୍ଥାନରେ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ
କରୁଛନ୍ତି । ରକ୍ତର ବିକଳ୍ପ ନାହିଁ, ଏ ପର୍ଯ୍ୟନ୍ତ ରକ୍ତ ପାଇଁ କୌଣସି ବିକଳ୍ପ ପଦାର୍ଥ ଚିକିତ୍ସା ବିଜ୍ଞାନ ଉଦ୍ଭାନ କରିପାରିନାହିଁ । ଜଣକ ଜୀବନ
ବଞ୍ଚାଇବାକୁ ହେଲେ ଆଉ ଜଣେ ରକ୍ତଦାନ କରିବା ଏକ ଅପରିହାର୍ଯ୍ୟ ହୋଇପଡିଛି । ଏଭଳି ସ୍ଥିତିରେ ରକ୍ତଦାନକୁ ଆହୁରି ବ୍ୟାପକ କରିବା
ପାଇଁ ବିଜୁ ଜନତା ଦଳର ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ପହଞ୍ଚାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବୋଲି ଉଲ୍ଲେଖ
କରିଥିଲେ । ଓଡ଼ିଶାର ୪କୋଟି ୨୦ଲକ୍ଷ ଲୋକଙ୍କ ପାଇଁ ୧ ପ୍ରତିଶତ ହାରରେ ବର୍ଷକୁ ଅନ୍ତତଃ ୪ଲକ୍ଷ ୨୦ ହଜାର ୟୁନିଟ୍‍ ରକ୍ତର
ଆବଶ୍ୟକତା ଅଛି । ବିଭିନ୍ନ ଶିବିରରୁ ୨ଲକ୍ଷରୁ ଊଦ୍ଧ୍ୱର୍ ୟୁନିଟ୍‍ ରକ୍ତ ସଂଗ୍ରହ ହେଉଥିବା ବେଳେ ୨୦୧୫-୧୬ ବର୍ଷରେ ବିଜୁ ଜନତା ଦଳର
ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୧ଲକ୍ଷ ୟୁନିଟ୍‍ରୁ ଊଦ୍ଧ୍ୱର୍ ରକ୍ତ ବିଭିନ୍ନ ଶିବିରରୁ ସଂଗ୍ରହ କରିପାରିଛି । ଚଳିତ ବର୍ଷ ବିଭିନ୍ନ ଶିବିରରୁ ୨ଲକ୍ଷ ୧୨
ହଜାର ୮୩୬ ୟୁନିଟ୍‍ ସଂଗ୍ରହ କରାଯାଇଥିବା ବେଳେ ଆମ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥାଇ ମଧ୍ୟ ୭୭ ହଜାରରୁ ଊଦ୍ଧ୍ୱର୍ ୟୁନିଟ୍‍
ରକ୍ତ ସଂଗ୍ରହ କରାଯାଇପାରିଛି । ରାଜ୍ୟର ଜନସାଧାରଣଙ୍କ ପାଇଁ ଆବଶ୍ୟକ ହେଉଥିବା ରକ୍ତ ଯଦି ବିଭିନ୍ନ ଶିବିର ଜରିଆରେ ପୂରଣ
ହୋଇପାରନ୍ତା, ତେବେ ବିନା ପ୍ରତିବଦଳରେ ସମସ୍ତଙ୍କୁ ରକ୍ତ ମିଳିପାରନ୍ତା ବୋଲି ଶ୍ରୀ ସାମନ୍ତରାୟ କହିଥିଲେ ।
ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ବିଜୟ ନାୟକଙ୍କ ସଭାପତିତ୍ୱ କରି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନ ଠାରୁ ଏହାର
ମୁଖ୍ୟ ସଂଯୋଜକ ଦାୟିତ୍ୱରେ ଥିବା ମାନ୍ୟବର କଟକ ବାରବାଟୀ ବିଧାୟକ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ
ସାମନ୍ତରାୟଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲାର ସଂଯୋଜକମାନେ ନିÂାପର ଉଦ୍ୟମ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ମାନ୍ୟବର
ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଜିଲ୍ଲା ସଂଯୋଜକ ଓ ନିର୍ବାଚନ
ମଣ୍ଡଳୀ ସ୍ତରୀୟ ସଂଯୋଜକମାନଙ୍କ ପ୍ରମୁଖ ଭୂମିକା ରହିଛି । ନୂତନ ରକ୍ତଦାତା ସୃଷ୍ଟି କରିବା ସଂଗେ ସଂଗେ ନିୟମିତ ବ୍ୟବଧାନ ଅନ୍ତରରେ
ରକ୍ତଦାନ କରିବା ପାଇଁ ପ୍ରତ୍ୟେକ ଅଞ୍ଚଳରେ ସଚେତନତା ଶିବିର ଆୟୋଜନ କରିବାକୁ ସମସ୍ତ ସଂଯୋଜକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଈଓଔଟ ଔଇଘଇଞଇ
‘ଜୀବନ ବିନ୍ଦୁ’ ଅଭିଯାନ, କରିବା ରକ୍ତଦାନ, ବଞ୍ଚାଇବା ଜୀବନ ।
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ଜିଲ୍ଲା ସଂଯୋଜକମାନେ କିଭଳି ଭାବେ ସ୍ଥାନୀୟ ନେତୃତ୍ୱଙ୍କୁ ସାଥୀରେ ନେଇ ଏବଂ ସେମାନଙ୍କର ନିÂାପର ସହଯୋଗରେ ଏହି
କାର୍ଯ୍ୟକ୍ରମକୁ ଜାରି ରଖିବେ ସେ ସଂପର୍କରେ ବିଶଦ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ
କରି ରାଉରକେଲା ଜିଲ୍ଳା ସଂଯୋଜକ କୁନ ବିହାରୀ ଦାସ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ବିଧାୟକ ପ୍ରଭାତ ବିଶ୍ୱାଳ, ପ୍ରିୟଦର୍ଶୀ
ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ନୟାଗଡ଼ ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, କେନ୍ଦ୍ରାପଡ଼ା
ଜିଲ୍ଲା ସଭାପତି ତଥା ସଂଯୋଜକ ଧୃବ ସାହୁ, ଅନୁଗୁଳ ସଂଯୋଜକ ଶକ୍ତି ପଟ୍ଟନାୟକ, ଗଞ୍ଜାମ ସଂଯୋଜିକା ଲତିକା ପ୍ରଧାନ, ବରଗଡ଼
ଜିଲ୍ଲା ସଂଯୋଜକ ପ୍ରଭାତ ଆଦିତ୍ୟ ମିଶ୍ର, କଳାହାଣ୍ଡି ସଂଯୋଜକ ପ୍ରମୋଦ ପଟ୍ଟନାୟକ, ସମ୍ବଲପୁର ସଂଯୋଜିକା କବିତା ପୁରୋହିତ
ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତବର୍ଷ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ହୋଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ
ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୯୬ ହଜାର ୟୁନିଟ୍‍, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରୁ ୧୬୭୦, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ୧୫୪୪,
ପାରାଦୀପ ଶ୍ରମିକ ସଂଗଠନ ପକ୍ଷରୁ ୧୫୦୨ ୟୁନିଟ୍‍, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରୁ ୧୩୮୫, ଏକାମ୍ର ନିର୍ବାଚନ ମଣ୍ଡଳୀର ୧୩୫୨,
ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୧୧୪୫ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିବାରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ
ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହ ପୂର୍ବରୁ
୩୨ଟି ସାଂଗଠନିକ ଜିଲ୍ଲାରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୨୫ ହଜାର ୟୁନିଟ୍‍ ରକ୍ତ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ
କରାଯାଇଥିବା ଶ୍ରୀ ନାୟକ ସୂଚନା ଦେଇଥିଲେ । ପରେ ପରେ ଜୀବନ ବିନ୍ଦୁ ସଂଯୋଜକମାନଙ୍କ ପକ୍ଷରୁ ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା
ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ
ଜନତା ଦଳ ସଭାପତି ଅମରେଶ ପତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Share in top social networks!