ଯାଜପୁର ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ବଡଚଣାରେ ବିଜେଡି ନେତା ଅମର ନାୟକଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ବିଜେପିରେ ମିଶିଲେ

• ଦୁଇ ବର୍ଷର କଠିନ ପରିଶ୍ରମ ମାଧ୍ୟମରେ ସ୍ଥାଣୁ, ଅପାରଗ ସରକାର ପରିବର୍ତନର ଆହ୍ୱାନ ଦେଲେ
କେନ୍ଦ୍ର ମନ୍ତ୍ରୀ
• ଓଡିଶାରେ ମୋଦିଙ୍କ ରାସ୍ତାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଏକ ସରକାର ଗରୀବ ଲୋକଙ୍କୁ ହକ୍ ଦେବ
• କେନ୍ଦ୍ର ମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛସିତ ସମ୍ବର୍ଧନା ଓ ମୋଟର ସାଇକେଲ ର୍ୟାଲୀ
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଜପୁର ଜିଲ୍ଲା ଗସ୍ତ ସମୟରେ ବିଜେଡି ନେତା ଅମର ନାୟକଙ୍କ ନେତୃତ୍ୱରେ ବଡଚଣା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
dpji

ଚଣ୍ଡିଖୋଲ ନିକଟରେ ଏକ ବିରାଟ ସାଧାରଣ ସଭାରେ ଶ୍ରୀ ଅମର ନାୟକଙ୍କ ସମେତ ତୃଣମୂଳ ସ୍ତରର ନିର୍ବାଚିତ ପ୍ରତିନିଧି ପୂର୍ବତନ ସରପଂଚ, ବ୍ଲକ ଚେୟାରମ୍ୟାନ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମାନେ ବହୁ ସଂଖ୍ୟାରେ ବିଜେଡି ଛାଡି ବିଜେପିରେ ଯୋଗ ଦେବା ଅବସରରେ ଶ୍ରୀ ପ୍ରଧାନ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ ।
ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଦୁଇ ବର୍ଷର କଠିନ ପରିଶ୍ରମ ମାଧ୍ୟମରେ ରାଜ୍ୟରେ ଚାଲୁଥିବା ସ୍ଥାଣୁ, ଅପାରଗ ସରକାରକୁ ପରିବର୍ତନ କରିବା ସହ ଓଡିଶାର ଗରୀବ ମହିଳା, ଦଳିତ, ଆଦିବାସୀ ଓ ଯୁବକ ମାନଙ୍କ ମଧ୍ୟରେ ହସ ଖେଳାଇ ପାରିବ । ଏଥି ପାଇଁ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ
ସମସ୍ତଙ୍କ କଠିନ ପରିଶ୍ରମ ଦ୍ୱାରା ଓଡିଆ ଲୋକଙ୍କ ବିକାଶକୁ ନିଶ୍ଚିତ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ସେ କହିଲେ ଯେ ଦିଲ୍ଲୀରେ ଏକ ଜନମଙ୍ଗଳକାରୀ ସରକାର ଚାଲିଛି । ଏହି ସରକାରର ଯୋଜନାର ଉଚିତ ଲାଭ ପାଇବାରେ ସାଧାରଣ ଓଡିଆ ଲୋକ ମାନେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ବଂଚିତ ହେଉଛନ୍ତି । ଓଡିଶାରେ ମୋଦିଙ୍କ ରାସ୍ତାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଏକ ସରକାର ଆଣିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ
କହିଥିଲେ ।

ଆସନ୍ତା ଜୁନ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ତିନି ଦିନିଆ ଓଡିଶା ଗସ୍ତ ସମୟରେ ଯାଜପୁର ଜିଲ୍ଲାକୁ ଆସିବା ପାଇଁ ସ୍ଥାନୀୟ କାର୍ଯ୍ୟକର୍ତାଙ୍କ ସମ୍ମତି ଜାଣିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିଲେ । କାର୍ଯ୍ୟକର୍ତା ମାନେ ହଁ ବୋଲି କହିବା ପରେ ସେ ଯାଜପୁର ଜିଲ୍ଲାଙ୍କୁ ଶ୍ରୀ ଶାହଙ୍କୁ ନିମନ୍ତ୍ରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଶ୍ରୀ ପ୍ରଧାନ କହିଥିଲେ ଯେ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ତାଙ୍କର ବଂଶଜ ମାନେ କଳିଙ୍ଗରୁ ଆସିଥିବା କହିଥିଲେ । ଶ୍ରୀ ପ୍ରଧାନଙ୍କ ବର୍ମା ଗସ୍ତ ସମୟରେ ଓଡିଆ ସଂସ୍କୃତି ଓ ପରମ୍ପରାର ଛାପ ଦେଖିଥିଲେ ।

ଦକ୍ଷିଣ ପୂର୍ବ ଏସୀୟ ଦେଶରେ ବୌଦ୍ଧ ମତ ପ୍ରଚାରରେ ତଥା ସେଠାରେ ବାଣିଜ୍ୟ କରି ଓଡିଶାକୁ ଧନ ସମ୍ପଦ ଆଣିବାରେ ଯାଜପୁର ଜିଲ୍ଲାର ଗୁରୁତ୍ୱପୂର୍ଣ ଭୂମିକା ଥିଲା । ମାତ୍ର ଏତେ ବଡ ଐତିହ୍ୟ ଓ ପରମ୍ପରାର ଅଧିକାରୀ ହେବା ସତ୍ୱେ ଓଡିଆ ଯୁବକ ମାନେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ ।
ନବୀନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ତାଙ୍କର ମତାମତ ଜାଣିବାକୁ ଚାହିଁବାରୁ ଶ୍ରୀ ପ୍ରଧାନ କହିଥିଲେ ଯେ କାହାକୁ ମନ୍ତ୍ରୀ କରିବେ ବା ନକରିବେ ତାହା ମୁଖ୍ୟମନ୍ତ୍ରୀଙ୍କ ବିଶେଷାଧିକାର । ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳ ନୂଆ ଶିଶିରେ ପୁରୁଣା ଓଷଦ ବୋଲି କହିଥିଲେ । ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଉଚ୍ଛସିତ ସମ୍ବର୍ଧନା ଦିଆ ଯିବା ସହ ଛତିଆ ଓ ଚଣ୍ଡିଖୋଲ ଠାରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରି ପାଛୋଟି ନିଆ ଯାଇଥିଲା । ଶ୍ରୀ ପ୍ରଧାନ ଏହି
ଗସ୍ତ କାଳରେ ଯାଜପୁର ଜିଲ୍ଲାର ବରୀ ସ୍ଥିତ ଗୋପବନ୍ଧୁ,ରମାଦେବୀ ଆଶ୍ରମକୁ ଯାଇ ସେଠାରେ ଅନ୍ତେବାସୀ ଓ ସଂପୃକ୍ତ ବ୍ୟକ୍ତିବିଶେଷ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।

Share in top social networks!