୨୦୧୯ ନିର୍ବାଚନୀ ବୈତରଣୀ ପାର ପାଇଁ କଂଗ୍ରେସ ହିଁ ବିଜେଡିର ଆଶା ବାଡ଼ି: ବିଜେପି

• ବିଜେଡିର ଆତ୍ମବିଶ୍ୱାସ ସମ୍ପୂର୍ଣ ରୂପେ ଧୁଳିସାତ ହୋଇ ଯାଇଥିବାର ଏହା ସ୍ପଷ୍ଟ ପ୍ରମାଣ
• ଦିଲ୍ଲୀ ଗସ୍ତରେ ଥିବା ନବୀନ ରାହୁଲଙ୍କ ସହ ମିଶି କଂଗ୍ରେସକୁ ସଜାଡିବା ପାଇଁ ଉଦ୍ୟମ କରୁ ନାହାନ୍ତି ତ ?
• କଂଗ୍ରେସ ସହ ଭିତିରି ବୁଝାମଣା ନୂଆ କଥା ନୁହେଁ
• ୨୦୦୯ ବିଜେଡି ବିଜେପି ମେଂଟ ଭାଙ୍ଗିବା ପରେ ରାଷ୍ଟ୍ରପତି ଶାସନ ନ ଲଗାଇ ଓ ନିର୍ବାଚନରେ ପରୋକ୍ଷ ସମର୍ଥନ ଯୋଗାଇ ଥିଲା କଂଗ୍ରେସ
• ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ହରାଇଥିବା ୧୦ ପ୍ରତିଶତ ଭୋଟ ଯାଇଥିଲା ବିଜେଡି ଖାତାରେ
• ଜୟଦେବ ଜେନା ଓ ନିରଂଜନ ପଟ୍ଟନାୟକ ୨୦୦୯ ଓ ୨୦୧୪ ନିର୍ବାଚନ ପୂର୍ବରୁ ପିସିସି ମୁଖ୍ୟ ପଦରୁ ହଟିବା ପରେ ଏହା ପଛରେ ନବୀନଙ୍କ ହାତ ଥିବା କହିଥିଲେ
• ପଂଚାୟତ ନିର୍ବାଚନରେ କେବଳ କଂଗ୍ରେସ ଭୋଟ କମି ନାହିଁ, ବିଜେଡି ଓ ସ୍ୱାଧୀନ ଏବଂ ଅନ୍ୟ ଦଳ ମାନଙ୍କର ଭୋଟ ବିଜେପି ମୁହାଁ ହୋଇଛି
• କଂଗ୍ରେସର ସହାୟତାରେ ୨୦୧୯ ଜିତିବାର ବିଜେଡି ନେତାଙ୍କ ବୟାନ ବୁଡି ଗଲା ବେଳେ କୁଟା ଖିଅ ଭରସା ଭଳି
• ଓଡିଶା ଲୋକ ମାନେ ବଡ ପରିବର୍ତନ ପାଇଁ ମନ ବଳାଇସାରିଲେଣି
bjpsajjan

ନବୀନ ପଟ୍ଟନାୟକଙ୍କ ନବଗଠିତ ମନ୍ତ୍ରିମଣ୍ଡଳର ଉଭୟ ବରିÂ ଓ କନିÂଙ୍କ ବିଜେଡି ୨୦୧୯ ସଫଳତାର ଆଶା ଭରସା କଂଗ୍ରେସ ଦଳ ବୋଲି ମନ୍ତ୍ରୀ ଡା. ଦାମୋଦର ରାଉତ ଓ ସୁଶାନ୍ତ ସିଂହଙ୍କ ବୟାନ ବେଶ ସ୍ପଷ୍ଟ କରିଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିବା ସହ ବିଜେଡିର ଆତ୍ମବିଶ୍ୱାସ ସମ୍ପୂର୍ଣ ରୂପେ ଧୁଳିସାତ ହୋଇ ଯାଇଥିବାର ଏହା ସ୍ପଷ୍ଟ ପ୍ରମାଣ ବୋଲି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଉଭୟ ମନ୍ତ୍ରୀ ସାର୍ବଜନୀନ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ନୂଆ ଦିଲ୍ଲୀରେ କଂଗ୍ରେସର ବୈଠକ ଚାଲିଛି । କଂଗ୍ରେସ ଦଳ ଘର ସଜାଡି ଦେଲେ ୨୦୧୯ ମସିହାରେ ବିଜେଡିର ବିଜୟ ସୁନିଶ୍ଚିତ ହୋଇ ଯିବ । ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତାଙ୍କର ମନ୍ତ୍ରୀମାନଙ୍କର ବକ୍ତବ୍ୟକୁ ବିଶ୍ଲେଷଣ କଲେ ବୁଝା ପଡୁଛି ରାହୁଲ ଗାନ୍ଧୀଙ୍କ ସହ ମିଶି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଂଗ୍ରେସର ଘର ସଜାଡିବା କାମରେ ଲାଗି ପଡିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ କଂଗ୍ରେସ ସହ ଭିତିରି ବୁଝାମଣା ନୂଆ କଥା ନୁହେଁ । ୨୦୦୯ ମସିହାରେ ବିଜେପି- ବିଜେଡି ମେଂଟ ଭାଙ୍ଗିବା ପରେ ସଂଖ୍ୟାଲଘୁ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳକୁ କଂଗ୍ରେସ ହିଁ ଅମୃତ ସଂଜୀବନୀ ଯୋଗାଇଥିଲା । ଏନଡିଏକୁ ପରାଜିତ କରିବା ପାଇଁ କଂଗ୍ରେସ ଯୋଜନାବଦ୍ଧ ଭାବେ ରାଷ୍ଟ୍ରପତି ଶାସନ ନ ଲଗାଇ ଓ ନିର୍ବାଚନରେ ପରୋକ୍ଷ ସମର୍ଥନ ଯୋଗାଇ ଦେବାର ଭରପୁର ପ୍ରୟାସ କାରଣରୁ ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା ।
୨୦୦୯ ନିର୍ବାଚନ ପୂର୍ବରୁ ଜୟଦେବ ଜେନାଙ୍କୁ ପିସିସି ମୁଖ୍ୟ ପଦରୁ ହଟା ଯିବା ପରେ ସେ ସାର୍ବଜନୀନ ଭାବେ ତାଙ୍କର ହଟିବା ପଛରେ ନବୀନ ପଟ୍ଟନାୟକଙ୍କ ଭୂମିକା ଥିବା କହିଥିଲେ । ସେହିପରି ୨୦୧୪ ନିର୍ବାଚନ ପୂର୍ବରୁ ନିରଂଜନ ପଟ୍ଟନାୟକଙ୍କୁ ହଟାଯିବା ସମୟରେ ସେ ମଧ୍ୟ ତାଙ୍କୁ ବିଦା କରାଯିବା ପଛରେ ନବୀନ ପଟ୍ଟନାୟକଙ୍କ ହାତ ଥିବା ସେ ସାର୍ବଜନୀନ ଭାବେ ସନେ୍ଦହ ପ୍ରକାଶ କରିଥିଲେ ।
୨୦୦୯ ଓ ୨୦୧୪ ମସିହା ନିର୍ବାଚନରେ କଂଗ୍ରେସ ପାଖାପାଖି ଦଶ ପ୍ରତିଶତ ଭୋଟ ହରାଇଥିଲା ଏବଂ ଏହି ପୂରା ଦଶ ପ୍ରତିଶତ ଭୋଟ ବିଜେଡି ଖାତାକୁ ଯାଇଥିଲା । ଏକଥା ସ୍ପଷ୍ଟ ଭାବରେ କଂଗ୍ରେସ- ବିଜେଡିର ଭିତିରି ବୁଝାମଣା ଓ ଭୋଟ ଅଦଳ ବଦଳକୁ ପ୍ରମାଣିତ କରୁଛି ।

୨୦୦୯,୨୦୧୪ ପରେ ୨୦୧୯ ପାଇଁ ଭିନ୍ନ ରୂପରେ କଂଗ୍ରେସ ଉପରେ ନିର୍ବାଚନୀ ବୈତରଣୀ ପାଇଁ ବିଜେଡି ଦୃଢ ଆଶା ଓ ଭରସା ପୋଷଣ କରିଛି । ଓଡିଶାର ମତଦାତାଙ୍କୁ ଉଭୟ ଦଳ ବିଶେଷ ଭାବରେ ଶାସକ ବିଜେଡି ବୋକା ଭାବିବା ଉଚିତ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡି ନେତା ମାନେ କଂଗ୍ରେସର ଭୋଟ କମିବା କାରଣରୁ ବିଜେପି ପଂଚାୟତ ନିର୍ବାଚନରେ ସଫଳ ହୋଇଛି କହି ମିଛ ସାନ୍ତ୍ୱନା ନିଜକୁ ଦେଉଛନ୍ତି । ପଂଚାୟତ ନିର୍ବାଚନରେ ୨.୦୪ କୋଟି ଭୋଟର ମତଦାନ କରିଥିବା ବେଳେ ବିଜେପିକୁ ୬୭ଲକ୍ଷ ଓ ବିଜେଡିକୁ ୮୩ ଲକ୍ଷ ଭୋଟ ମିଳିଛି । ଦୁଇ ଦଳ ମଧ୍ୟରେ ଭୋଟର ବ୍ୟବଧାନ ୧୫ ଲକ୍ଷରୁ ସାମାନ୍ୟ ଅଧିକ ରହିଛି । ପ୍ରତିଶତ ହିସାବରେ ୨୦୧୪ ନିର୍ବାଚନ ତୁଳନାରେ ବିଜେପି ୧୮ରୁ ୩୩ ପ୍ରତିଶତ ଭୋଟ ପାଇଛି ଅର୍ଥାତ ୧୫ ପ୍ରତିଶତ ଭୋଟ ବୃଦ୍ଧି ଘଟିଛି । କଂଗ୍ରେସର ୬ ପ୍ରତିଶତ ଭୋଟ କମିଥିବା ବେଳେ ବିଜେଡିର ପାଖାପାଖି ୪ ପ୍ରତିଶତ ଭୋଟ ମଧ୍ୟ କମିଛି, ଏ କଥାକୁ କଂଗ୍ରେସର ବିଫଳତା କହି ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବିଜେଡି ନେତା ମାନେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । କଂଗ୍ରେସ ବିଜେଡି ଛାଡି ସ୍ୱାଧୀନ ଓ ଅନ୍ୟ ବର୍ଗର ଭୋଟରୁ ମଧ୍ୟ ଏକ ବଡ ଅଂଶ ବିଜେପିମୁହାଁ ହୋଇଛି ଏକଥା ପଂଚାୟତ ନିର୍ବାଚନ ଫଳ ସ୍ପଷ୍ଟ କରିଛି ।
କଂଗ୍ରେସର ସହାୟତାରେ ୨୦୧୯ ଜିତିବାର ବିଜେଡି ନେତାଙ୍କ ବୟାନ ବୁଡି ଗଲା ବେଳେ କୁଟା ଖିଅ ଭରସା ଭଳି କଥା ବୋଲି ଶ୍ରୀ ମହାନ୍ତି କହିବା ସହ ଓଡିଶା ଲୋକ ମାନେ ବଡ ପରିବର୍ତନ ପାଇଁ ମନ ବଳାଇସାରିଲେଣି ବୋଲି କହିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Share in top social networks!