କୃଷି ଭବନ ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ସରିବ: କୃଷି ମନ୍ତ୍ରୀ

ଲୋକସଂପର୍କ ଭବନ ସଂଲଗ୍ନ କୃଷି ଭବନର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ କରିବାକୁ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତିା
ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ ବିଭାଗରେ ଖାଲିଥ#ବା ୫୪୫ଟି ଗ୍ରାମ କୃଷି କର୍ମୀ(ଭିଏଡବ୍ଲ&ୁ୍ୟ), ୧୯୧ଟି ଉଦ୍ୟାନ କୃଷି ସଂପ୍ରସାରଣ କର୍ମୀ (ଏଚଇଡବ୍ଲ&ୁ୍ୟ), ୧୭୪ଟି ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ (ଏସ୍ସିଇଡବ୍ଲ&ୁ୍ୟ) ପଦବୀ ପୂରଣ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଉଛିା ରାଜ୍ୟ ଆଳୁ ମିଶନ ଅଧୀନରେ ୨୦୧୭-୧୮ ଶେଷ ସୁଦ୍ଧା ୧୧୨ଟି ଶୀତଳ ଭଣ୍ଡାର ସ୍ଥାପନ କରାଯିବା ଏଗୁଡିକର ଶୀତଳୀକରଣ କ୍ଷମତା ୫ ଲକ୍ଷ ୬୦ ହଜାର ମେଟି୍ରକ୍ ଟନ୍ ହେବା ବ୍ୟବସାୟିକ କୃଷିର ପ୍ରସାର ପାଇଁ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯିବା ପୁଞ୍ଜିଲଗାଣ କ୍ଷେତ୍ରରେ ରିହାତିକୁ ପ୍ରତି ଉଦ୍ୟୋଗ ପିଛା ସର୍ବାଧ#କ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉନ୍ନତ ମାନର ବିହନ ଉତ୍ପାଦନ ପାଇଁ କୃଷି ବିଭାଗ ଆଇଆର୍ଆର୍ଆଇ, ଇକି୍ରସାଟ୍ ଓ ଜାତୀୟ ବିହନ ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛିା ପଞ୍ଜିକୃତ ବିହନ ଉତ୍ପାଦନକାରୀଙ୍କ ଠାରୁ ଧାନ ବିହନ କ୍ରୟ କରାଯାଉଛିା ବାକିଥ#ବା ୩୪୨୭ଟି ଗ୍ରାମ ପଞ୍ଚାୟତରେ ପ୍ୟାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରି ବିହନ ଡିଲର ନିଯୁକ୍ତି ପାଇଁ ମନ୍ତ୍ରୀ ଶ୍ରୀ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତିା ଚାଷୀମାନଙ୍କୁ କୃଷି ଯନ୍ତ୍ରପାତି ଯୋଗାଇବା ପଦ୍ଧତିକୁ ସଂପୂର୍ଣ୍ଣ କମ୍ପୁ୍ୟଟରୀକରଣ କରାଯାଇଛିା କୃଷି ଯାନ୍ତ୍ରିକୀକରଣରେ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ପାଇଛିା ସାର ଯୋଗାଣ କ୍ଷେତ୍ରରେ ୧୧ ହଜାର ୬୭୯ଟି ଡିଲର ଓ ୬୬୮ଟି ହୋଲସେଲର ରାଜ୍ୟରେ କାର୍ଯ୍ୟ କରୁଛନ୍ତିା ୨୭୦୮ଟି ପ୍ୟାକ୍ସକୁ ସାର ଡିଲର ଲାଇସେନ୍ସ ମିଳିଛିା ବାକି ଗ୍ରାମ ପଞ୍ଚାୟତଗୁଡିକରେ ଖୁବ୍ ଶୀଘ୍ର ସାର ଡିଲର ନିଯୁକ୍ତ କରାଯିବା ରାଜ୍ୟର ୬୮୦୧ଟି ଗ୍ରାମପଞ୍ଚାୟତରେ ୩୪୦୧ ପୋକମରା ଔଷଧ ଡିଲର ପଞ୍ଜିକୃତ ହୋଇଛନ୍ତିା ସମସ୍ତ ଗ୍ରାମ ପଞ୍ଚାୟତରେ ପୋକମରା ଔଷଧ ବିକ୍ରୟ ଲାଇସେନ୍ସ ଖୁବ୍ ଶୀଘ୍ର ଉପଲବ୍ଧ ହେବା ଆଗାମୀ ଚାରି ବର୍ଷ ମଧ୍ୟରେ ଡାଲି ଜାତୀୟ ଫସଲ କ୍ଷେତ୍ରରେ ବିହନ ପ୍ରତିବଦଳ ହାରକୁ ୨୦% ଓ ତୈଳବୀଜ ଫସଲ କ୍ଷେତ୍ରରେ ଏହାକୁ ୩୩%କୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବା ସମଗ୍ର ରାଜ୍ୟରେ ଡାଲି ଜାତୀୟ ଫସଲ ଚାଷ କରିବା ବଦଳରେ ଯେଉଁ ଅଞ୍ଚଳରେ ଏହାର ଆଶାନୁରୂପ ଉତ୍ପାଦନ ହେଉଛି, ସେ ଅଞ୍ଚଳରେ ଏହି ଫସଲ ଚାଷ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତିା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସମସ୍ତ ସହାୟତା ଅର୍ଥ ପ୍ରଦାନ କରାଯାଉଛିା ୧୮ ଲକ୍ଷ ୩୭ ହଜାର ଚାଷୀ www.ଞ୍ଛଞ୍ଚrଟ୍ଟଚ୍ଚଝଜଞ୍ଚଞ୍ଚଛଞ୍ଚଛiଟhଚ୍ଚ.in ରେ ସିଧାସଳଖ ସୁବିଧା ପ୍ରାପ୍ତି ପାଇଁ ପଞ୍ଜିକୃତ ହୋଇଛନ୍ତି ଓ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛିା ୨୦୧୬-୧୭ରେ ୩ ଲକ୍ଷ ୫୪ ହଜାର ଚାଷୀ ୨ ଲକ୍ଷ ୯୩ ହଜାର କ୍ୱିଣ୍ଟାଲ ବିହନ କ୍ରୟ କରିଥ#ଲେ ଓ ଏ ବାବଦରେ ୨୯ କୋଟି ୩୯ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଥ#ଲାା ୮୧୫ଟି କଂକ୍ରିଟ୍ ଧାନଖଳା ନିର୍ମିତ ହୋଇସାରିଥ#ବା ବେଳେ ୧୪୮ଟି କଂକ୍ରିଟ୍ ଧାନଖଳା ନିର୍ମାଣାଧୀନ ରହିଛିା ବୃହତ ଉଠାଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରାଯାଉଛିା ଏହା ଦ୍ୱାରା ମରୁଡିପ୍ରବଣ ଅଞ୍ଚଳରେ ଚାଷଜମିକୁ ଜଳସେଚିତ କରାଯାଇପାରିବା ବଲାଙ୍ଗୀର ଜିଲ୍ଲାର ଗୁଡ୍ଭେଲା ଏବଂ କଳାହାଣ୍ଡି ଜିଲ୍ଲାର ଲଇତରାଠାରେ ୭୫୦ ହେକଫର ଓ ୫୦୦ ହେକଫର ଚାଷ ଜମିକୁ ବୃହତ୍ ଉଠାଜଳସେଚନ ପକଳ୍ପ ଜରିଆରେ ଜଳସେଚିତ କରାଯାଇପାରିଛିା କୃଷି ଗବେଷଣାଲବ୍ଧ ଜ୍ଞାନକୁ ସଂପ୍ରସାରଣ ମାଧ୍ୟମରେ ଚାଷୀ ନିକଟରେ ପହଞ୍ଚାଇବା ଉପରେ ମନ୍ତ୍ରୀ ଶ୍ରୀ ମହାରଥୀ ଗୁରୁତ୍ୱାରୋପ କରିଥ#ଲୋ

Share in top social networks!