ଏଫସିଆରଏ ପ୍ରତ୍ୟାହୃତ ଏନଜିଓ ପିଏଚଏଫଆଇ ସହ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରକୁ ବିଜେପିର ଦୃଢ ବିରୋଧ

sajjanshrma
ଏପାଖେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ସେପାଖେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ସଂସ୍ଥା ସହ ଏମ୍ଓୟୁ ଚୁକ୍ତି; ରାଜ୍ୟବାସୀଙ୍କୁ ପ୍ରବଂଚନା : ବିଜେପି
• ପ୍ରଚୁର ବିଦେଶୀ ଅର୍ଥ ବିକାଶ କାମରେ ଖର୍ଚ ନ କରି ଲବିରେ ଖର୍ଚ କରିବାର ରହିଛି ସଂଗୀନ ଅଭିଯୋଗ
• ଦୁଇଟି ପ୍ୟାନ କାର୍ଡ ରହିବା, ବିଦେଶରୁ ଆସୁଥିବା ଅର୍ଥ କାରବାର ହେଉଥିବା ସବୁ ବ୍ୟାଙ୍କ ଆକାଉଂଟର ତଥ୍ୟ ଲୁଚାଇବାର ରହିଛି ଗୁରୁତର ଅଭିଯୋଗ
• ଜେଡଏଚଏଲ ଏକ ଦୁର୍ନୀତିଗ୍ରସ୍ତ ସଂସ୍ଥା । ଏହାର ପଦାଧିକାରୀ ଥିବା ବ୍ୟକ୍ତିମାନଙ୍କ ନାମରେ ରହିଛି ସଙ୍ଗୀନ ଅପରାଧିକ ମାମଲା ।
• ଏପରି ସଂଦିଗ୍ଧ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିବାରୁ ବିରତ ରହନ୍ତୁ ରାଜ୍ୟ ସରକାର
• ଡ. ଶ୍ରୀନାଥ ରେଡ୍ଡୀ ଓ ଶ୍ୟାମ ପିଟ୍ରୋଡା କିଏ? ସେମାନଙ୍କୁ ଓଡ଼ିଶାର ବିଭିନ୍ନ ବିଭାଗରେ ଥଇଥାନ କରାଯାଇଛି କାହିଁକି?
ଏପାଖେ ମନ୍ତ୍ରୀମଣ୍ଡଳରୁ ମନ୍ତ୍ରୀମାନଙ୍କ ଇସ୍ତଫା ଓ ଅଦଳ ବଦଳକୁ ନେଇ ଚର୍ଚ୍ଚା ଜୋର୍ ଧରିଛି, ସେପାଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରଦା ପଛରେ ଦେଶର ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ସଂସ୍ଥାମାନଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ବୁଝାମଣା(ଏମ୍ଓୟୁ) ଚୁକ୍ତି କରିବା; ଦୁର୍ଭାଗ୍ୟଜନକ । ଏହା ନବୀନବାବୁଙ୍କର ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବିରାଟ ପ୍ରବଂଚନା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପିର ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ।
ଶ୍ରୀ ଶର୍ମା କହିଛନ୍ତି ଏପାଖେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ଅଦଳବଦଳର ନାଟକ ପରିବେଷଣ କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ସେପାଖେ ଦେଶର ଏକ ଆଖିଦୃଶିଆ ଅପରାଧିକ ସଂସ୍ଥା ‘ଜିଟା ହେଲ୍ଥ କେୟାର ଲିମିଟେଡ୍’ ସହିତ ଚୁକ୍ତି କରି ରାଜ୍ୟବାସୀଙ୍କୁ ଲୁଟିବାର ଯୋଜନା ରଚିଛନ୍ତି ।

ଶ୍ରୀ ଶର୍ମା ଏ ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି, । ଯେଉଁ ବ୍ୟକ୍ତିଙ୍କୁ ନବୀନବାବୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ଦାୟିତ୍ୱ ଦେଇଛନ୍ତି ସେ ହେଲେ ଡ. ଶ୍ରୀନାଥ ରେଡ୍ଡୀ, ଯିଏ ଅତୀତରେ ପବ୍ଲିକ ହେଲ୍ଥ ଫାଉଣ୍ଡେସନର ମୁଖ୍ୟ ଥିଲେ । ୨୦୦୬ ମସିହାରେ ପିଏଚ୍ଏଫଇର ଉଦ୍ଘାଟନ କରିଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ । ରାଜସ୍ଥାନ ସରକାରଙ୍କ ଦ୍ୱାରା ଏହି ସଂସ୍ଥା ବିରୋଧରେ ମୋକଦ୍ଧମା ଦାୟର ହେବା ପରେ ଦେଶର ଗୃହ ବିଭାଗ ଉକ୍ତ ସଂସ୍ଥାର ଲାଇସେନ୍ସ ରଦ୍ଧ କରିଛନ୍ତି । ଏପରିକି ଏହି ସଂସ୍ଥା ବିଦେଶରୁ ଆଉ ଋଣ ଆଣି ପାରିବନାହିଁ, କାରଣ ସଂସ୍ଥାକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାରଙ୍କ ଗୃହବିଭାଗ । ଏଭଳି ଏକ ଅପରାଧିକ ସଂସ୍ଥା ସହ ଏମ୍ଓୟୁ ଚୁକ୍ତି କରିବାରୁ ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ମଧ୍ୟରେ ଉତମ ବୁଝାମଣା ରହିଛି । ଏହି ସଂସ୍ଥା ସହ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷର କରିବାରୁ ବିରତ ରହନ୍ତୁ ବୋଲି ଶ୍ରୀ ଶର୍ମା ଦାବି କରିଛନ୍ତି ।

ଶ୍ରୀ ଶର୍ମା କହିଛନ୍ତି ଯେ ପିଏଚଏଫଆଇ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସମେତ ବିଭିନ୍ନ ବିଦେଶୀ ସଂସ୍ଥାରୁ ପ୍ରଚୁର ଅର୍ଥ ଆଣୁଛି । ମାତ୍ର ଦେଶର ନିୟମ ଅନୁସାରେ ଏହି ଖର୍ଚର ବିବରଣୀ ଦେବାରେ ତ୍ରୁଟିବିଚୁ୍ୟତି ଦେଖାଦେଇଛି । ଏହି ସଂସ୍ଥାର ଦୁଇଟି ପ୍ୟାନ କାର୍ଡ ରହିବା ଓ ଗୃହ ମନ୍ତ୍ରଣାଳୟ ପାଖରେ ଯେତୋଟି ବ୍ୟାଙ୍କ ଆକାଉଂଟ ଅଛି ସେସବୁର ବିବରଣୀ ଦେବା ପରିବର୍ତେ ଅନେକ ଏକାଉଂଟର ବିବରଣୀକୁ ଗୁପ୍ତ ରଖିଥିବା ସାମ୍ନାକୁ ଆସିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଦିଗ୍ଧ ଗତିିବିଧି କାରଣରୁ ବିଦେଶରୁ ଅର୍ଥ ଗ୍ରହଣ କରିବାର ଅଧିକାରକୁ ପ୍ରତ୍ୟାହାର କରି ନିଆଯାଇଥିବା ଏନଜିଓ ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ ) ସହ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱାକ୍ଷରିତ ହେବାକୁ ଥିବା ବୁଝାମଣା ପତ୍ର ସ୍ୱାକ୍ଷର ହେବାକୁ ଦୃଢ ବିରୋଧ କରିଛି ଭାରତୀୟ ଜନତା ପାର୍ଟି ।

ପିଏଚଏଫଆଇ ନାମରେ ସଂଗୀନ ଅଭିଯୋଗ ହୋଇଛି । ବିଦେଶରୁ ଆସୁଥିବା ପ୍ରଚୁର ଅର୍ଥକୁ ଯେଉଁ କାମରେ ଲଗାଇବା ପରିବର୍ତେ ଭାରତରେ ବିଭିନ୍ନ ସମସ୍ୟା ଉପରେ ଲବି କରିବାକୁ ଅର୍ଥ ଖର୍ଚ କରାଯାଉଛି । ଏପରି ଏକ ସଂଦିଗ୍ଧ ସଂସ୍ଥା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିକାଶ ପାଇଁ କରାଯାଉଥିବା ବୁଝାମଣା ପତ୍ରକୁ ବିଜେପି ତରଫରୁ ଦୃଢ ବିରୋଧ କରାଯାଇଛି । ଏହି ସଂସ୍ଥାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସିଧା ସମ୍ପର୍କ ରହିବା ଓ ଖୋଦ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ସଂସ୍ଥାର ଉଦଘାଟନ କରିବା ଓ ବିଦେଶରୁ ଆସୁଥିବା ପ୍ରଚୁର ଅର୍ଥ ବିକାଶ ବଦଳରେ ଲବିରେ ଖର୍ଚ ହେବା ଅଭିଯୋଗ ଏହି ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ତିଆରି କରିଛି ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ।

ଉକ୍ତ ସଂସ୍ଥା ନାମରେ ଥିବା ଅପରାଧିକ ମାମଲା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି, ରାଜସ୍ଥାନ ପୋଲିସର ଏଫାୟାର ଅନୁସାରେ ଜେଡ୍ଏଚଏଲ ଏବଂ ଏହି ସଂସ୍ଥା ଦ୍ୱାରା ପରିଚାଳିତ ୧୦୮ ଆମ୍ଭୁଲାନ୍ସ ସେବାରେ ମହାଦୁର୍ନୀତି ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ୱାଇଲାର ରବିଙ୍କ ପୁଅ ରବି କ୍ରିଷ୍ଣା ଅଛନ୍ତି ଏହି ସଂସ୍ଥାର କୋ ଫାଉଣ୍ଡର । ଏହାବ୍ୟତୀତ ଚିଦାମ୍ବରମ୍ଙ୍କ ପୁଅ କାର୍ତି ଚିଦାମ୍ବରମ୍ ଏହି ସଂସ୍ଥାର ପ୍ରମୁଖ ପାର୍ଟନର ଅଛନ୍ତି । ଏଥିରେ ମଧ୍ୟ ସାମିଲ ଅଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗହେଲତ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ୍ ପାଇଲଟ୍ ଓ ପୂର୍ବତନ କେନ୍ଦ୍ର ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏ.ଏ ଖାନ୍ । ଏ ସମସ୍ତଙ୍କ ନାଁରେ ଏଫାୟାର ଅଛି । ଆଇପିସି ଧାରା ୪୨୦-ଚିଟିଙ୍ଗ୍, ଧାରା-୪୬୭-ଫର୍ଜୁରୀ ୪୭୧, ଧାରା-୧୨୦(ବି) ଟେଣ୍ଡର ଏୱାଡର଼୍ କରିବା ଅନିୟମିତତାରେ ଏହି ସଂସ୍ଥା ଏବଂ ସଂସ୍ଥାର ବିଭିନ୍ନ ପଦାଧିକାରୀ ଦାୟିତ୍ୱରେ ଥିବା ଉପରୋକ୍ତ ବ୍ୟକ୍ତିବିଶେଙ୍କ ନାମରେ ଏଫାୟାର ହୋଇଛି ।

ଶ୍ରୀ ଶର୍ମା ଆହୁରି ମଧ୍ୟ ବିଜେଡି ସରକାରଙ୍କ ଉପରେ ଅଙ୍ଗୁଳି ନିଦେ୍ର୍ଧଶ କରି କହିଛନ୍ତି, ନବୀନବାବୁ ବିଧାୟକ ନ ଥିବା ଯେଉଁମାନଙ୍କୁ ରାଜ୍ୟରେ କ୍ୟାବିନେଟ୍ ପାହ୍ୟା ଦେଇଛନ୍ତି, ସେମାନେ କିଏ? ରାଜ୍ୟର ବୈଷୟିକ ବିଭାଗ ଉପଦେ୍ଧଷ୍ଟା ଭାବେ ନିଯୁକ୍ତି ଶ୍ୟାମ୍ ପିଟ୍ରୋଡା କୁଆଡେ଼ ଗଲେ? ସେମିତି ପବ୍ଲିକ୍ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ(ପିଏଚଏଫଆଇ)ର ମୁଖ୍ୟ ଡ. ଶ୍ରୀନାଥ ରେଡ୍ଡୀଙ୍କ ନାମରେ ରହିଛି ସଙ୍ଗୀନ ଅପରାଧିକ ଅଭିଯୋଗ; ସେ ପ୍ରଚୁର ଅର୍ଥ ମିଲିନ୍ଦା ଗେଟ୍ ଫାଉଣ୍ଡେସନ୍ସ ଏବଂ ଅନ୍ୟ ସଂସ୍ଥା ପାଖରୁ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଶର୍ମା ।

ଜେଡଏଚଏଲ ବିଭାଗ ବିରୋଧରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ନବୀନବାବୁ ଉକ୍ତ ଅପରାଧିକ ସଂସ୍ଥା ସହ ଯେଉଁ ବୁଝାମଣା କରିବାକୁ ଯାଉଛନ୍ତି, ସେଥିରୁ ବିରତ ରହିବା ପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଦାବି କରୁଛି ବୋଲି କହିଛନ୍ତି ଶ୍ରୀ ଶର୍ମା ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିÂ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ଥିଲେ ।

Share in top social networks!